ପାନୀୟ ଜଳ: ଜେଏମସି କମ୍ପାନୀକୁ ୧୪୫୦କୋଟି ଟଙ୍କାର ୩ଟି ଟେଣ୍ଡର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଗ୍ରାମାଂଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ  ପ୍ରାୟ ୧୪୫୦କୋଟି ଟଙ୍କାର ୩ଟି ବୃହତ୍ ପାନୀୟ ଜଳ ପ୍ରକଳ୍ପର ଟେଣ୍ଡର କାର୍ଯ୍ୟ ମୁମ୍ବାଇର ମେସର୍ସ ଜେଏମସି ପ୍ରୋଜେକ୍ଟସ ଇଣ୍ଡିଆ ଲିମିଟେଡକୁ ନ୍ୟସ୍ତ ହୋଇଛି। ଏହି ଟେଣ୍ଡର ପ୍ରକ୍ରିୟାକୁ ରାଜ୍ୟ କ୍ୟାବିନେଟ ଆଜି ଅନୁମୋଦନ କରିଛନ୍ତି । ଏହାସହିତ କେନ୍ଦୁଝର ଜିଲ୍ଲାର ଯୋଡ଼ା ଓ ଚମ୍ପୁଆ ସହରରେ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଅହମ୍ମଦାବାଦର ପିସି ସ୍ନେହାଲ କନଷ୍ଟ୍ରକ୍ସନ୍ ପ୍ରାଃ ଲିଃକୁ […]

water

Ordigital Desk
  • Published: Saturday, 17 July 2021
  • , Updated: 17 July 2021, 10:50 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟର ଗ୍ରାମାଂଚଳରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ  ପ୍ରାୟ ୧୪୫୦କୋଟି ଟଙ୍କାର ୩ଟି ବୃହତ୍ ପାନୀୟ ଜଳ ପ୍ରକଳ୍ପର ଟେଣ୍ଡର କାର୍ଯ୍ୟ ମୁମ୍ବାଇର ମେସର୍ସ ଜେଏମସି ପ୍ରୋଜେକ୍ଟସ ଇଣ୍ଡିଆ ଲିମିଟେଡକୁ ନ୍ୟସ୍ତ ହୋଇଛି। ଏହି ଟେଣ୍ଡର ପ୍ରକ୍ରିୟାକୁ ରାଜ୍ୟ କ୍ୟାବିନେଟ ଆଜି ଅନୁମୋଦନ କରିଛନ୍ତି । ଏହାସହିତ କେନ୍ଦୁଝର ଜିଲ୍ଲାର ଯୋଡ଼ା ଓ ଚମ୍ପୁଆ ସହରରେ ଟ୍ୟାପ

ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ଅହମ୍ମଦାବାଦର ପିସି ସ୍ନେହାଲ କନଷ୍ଟ୍ରକ୍ସନ୍ ପ୍ରାଃ ଲିଃକୁ ୧୦୩.୮୫କୋଟି ଟଙ୍କାର ଟେଣ୍ଡର ମଧ୍ୟ ଦିଆଯାଇଛି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ଚମ୍ପୁଆ ଓ ଯୋଡ଼ା ସହରକୁ ୨୦୨୩ ଅଗଷ୍ଟ ୩୧ତାରିଖ ମଧ୍ୟରେ ଟ୍ୟାପ ଯୋଗେ ପାନୀୟ ଜଳ ଯୋଗାଣ ପାଇଁ ୧୦୩.୮୫କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟାକୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହା ଦ୍ୱାରା ଉକ୍ତ ଦୁଇ ସହରର ସମସ୍ତ ଘରକୁ ନିରବଚ୍ଛିନ୍ନ ଜଳଯୋଗାଣ ହୋଇପାରିବ ।
ସେହିପରି କଟକ ଜିଲ୍ଲାର ୪ଟି ବ୍ଲକର ୫୬ଟି ପଂଚାୟତର ପ୍ରାୟ ୨.୬୧ଲକ୍ଷ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ୨୭୫.୩୯କୋଟି ଟଙ୍କାର ବୃହତ୍ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟର ଟେଣ୍ଡର

ମୁମ୍ବାଇସ୍ଥିତ ଜେଏମସି ପ୍ରୋଜେକ୍ଟକୁ ନ୍ୟସ୍ତ ହୋଇଛି । ଏହାକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛନ୍ତି ।
ସେହିପରି ସୁନ୍ଦରଗଡ଼ ଜିଲ୍ଲାର ୪ଟି ବ୍ଲକର ୨୯୫ଟି ଗାଁର ୨.୫୯ଲକ୍ଷ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ଓଏମବିଏଡିସି ଯୋଜନାରେ ୩୮୮.୮୧କୋଟି ଟଙ୍କାର ବୃହତ୍ ପାନୀୟ ଜଳ ପ୍ରକଳ୍ପର ଟେଣ୍ଡର କାର୍ଯ୍ୟ ମୁମ୍ବାଇସ୍ଥିତ ଜେଏମସି ପ୍ରୋଜେକ୍ଟକୁ ନ୍ୟସ୍ତ ହୋଇଛି । କ୍ୟାବିନେଟ ଆଜି ଏହି ଟେଣ୍ଡରକୁ ମଧ୍ୟ ଅନୁମୋଦନ କରିଛନ୍ତି ।
ସେହିପରି ସୁନ୍ଦରଗଡ଼ ଜିଲ୍ଲାରେ ଓଏମବିଏଡିସି ଓ ଡିଏମଏଫ୍ ଯୋଜନାରେ ୭୮୬.୬୭କୋଟି ଟଙ୍କା ବ୍ୟୟରେ ଏକ ବୃହତ୍ ପାନୀୟ ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେବ । ଜିଲ୍ଲାର ୬ଟି ବ୍ଲକର ୮୪ଟି ପଂଚାୟତର ୪୨୧ଟି ଗାଁର ୩.୭୮ଲକ୍ଷ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହେବ । ଏହି ପ୍ରକଳ୍ପ କାର୍ଯ୍ୟର ଟେଣ୍ଡର ମୁମ୍ବାଇସ୍ଥିତ ଜେଏମସି ପ୍ରୋଜେକ୍ଟକୁ ମଧ୍ୟ ମିଳିଛି । ଏସପିଏମଏଲ୍ ଇନଫ୍ରା କମ୍ପାନୀ ଏହି ପ୍ରକଳ୍ପ କାର୍ଯ୍ୟରେ ଜେଏମସି ପ୍ରୋଜେକ୍ଟ ସହ ଯୌଥ ଉଦ୍ୟୋଗରେ କାର୍ଯ୍ୟ କରିବ । ଏଥିପାଇଁ ରାଜ୍ୟ କ୍ୟାବିନେଟ ଆଜି ଅନୁମତି ଦେଇଛନ୍ତି ।

Related story