୧୦ ଜିଲ୍ଲାରେ କମ ବର୍ଷା: ଆସନ୍ନ ମରୁଡ଼ି, ଚିନ୍ତାରେ ଚାଷୀ

ଭୁବନେଶ୍ୱର (ଓଡିଶା ରିପୋର୍ଟର): ରାଜ୍ୟରେ ୧୦ଟି ଜିଲ୍ଲାରେ ଜୁନ୍‌ରୁ ଅଗଷ୍ଟ ଶେଷ ସୁଦ୍ଧା ଆବଶ୍ୟକଠାରୁ କମ ବର୍ଷା ହୋଇଛି। ୧୯ରୁ ୩୯ ପ୍ରତିଶତ ପର୍ଯ୍ୟନ୍ତ ବର୍ଷା କମିଛି। ଏହି ସବୁ ଜିଲ୍ଲାର ଅଣ ଜଳସେଚିତ ଜମି ଗୁଡ଼ିକରେ ମାଟି ଫାଟି ଆଁ କଲାଣି। କେଉଁଠି ଚାଷୀ ଫସଲ ବଞ୍ଚାଇବାକୁ ଯଥାସମ୍ଭବ ଚେଷ୍ଟା କରୁଛି ତ ଆଉ କେଉଁଠି ନିରାଶ ହୋଇ ଗାଈଗୋରୁ ଚରାଇ ଦେଉଛି। ନିକଟରେ ସ୍ୱତନ୍ତ୍ର ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ରିପୋର୍ଟରେ ଏହା […]

Rakesh Mallick
  • Published: Sunday, 10 September 2017
  • , Updated: 10 September 2017, 10:16 PM IST

ଭୁବନେଶ୍ୱର (ଓଡିଶା ରିପୋର୍ଟର): ରାଜ୍ୟରେ ୧୦ଟି ଜିଲ୍ଲାରେ ଜୁନ୍‌ରୁ ଅଗଷ୍ଟ ଶେଷ ସୁଦ୍ଧା ଆବଶ୍ୟକଠାରୁ କମ ବର୍ଷା ହୋଇଛି। ୧୯ରୁ ୩୯ ପ୍ରତିଶତ ପର୍ଯ୍ୟନ୍ତ ବର୍ଷା କମିଛି। ଏହି ସବୁ ଜିଲ୍ଲାର ଅଣ ଜଳସେଚିତ ଜମି ଗୁଡ଼ିକରେ ମାଟି ଫାଟି ଆଁ କଲାଣି। କେଉଁଠି ଚାଷୀ ଫସଲ ବଞ୍ଚାଇବାକୁ ଯଥାସମ୍ଭବ ଚେଷ୍ଟା କରୁଛି ତ ଆଉ କେଉଁଠି ନିରାଶ ହୋଇ ଗାଈଗୋରୁ ଚରାଇ ଦେଉଛି। ନିକଟରେ ସ୍ୱତନ୍ତ୍ର ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ରିପୋର୍ଟରେ ଏହା ଦର୍ଶା ଯାଇଛି। ଏହାସହ ବୌଦ୍ଧ, ସୁବର୍ଣ୍ଣପୁର, ବଲାଙ୍ଗିର ଓ ନୂଆପଡ଼ା ଜିଲ୍ଲାରେ ଆସନ୍ନ ମରୁଡ଼ି ସ୍ଥିତି ଥିବା ରିପୋର୍ଟରେ କୁହାଯାଇଛି।

ବୌଦ୍ଧ ଜିଲ୍ଲାରେ ଜଳ ଅଭାବରୁ ଚାଷ ଜମି ଫାଟି ଆଁ କଲାଣି। ସେପଟେ ନିରୂପାୟ ହୋଇ ବର୍ଷା ଆଶାରେ ଇନ୍ଦ୍ରପୂଜା କରୁଛି ଚାଷୀ। ମରୁଡ଼ି ପ୍ରବଣ ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଅବସ୍ଥା ନ କହିବା ଭଲ। ଏଠାରେ ମାତ୍ର ୩ ପ୍ରତିଶତ ଜମି ଜଳସେଚିତ ହେଉଥିବା ବେଳେ ବାକି ଜମିରେ ଚାଷୀ ପମ୍ପ ଲଗାଇ ବିଲରେ ପାଣି ମଡ଼ାଉଛି। ହେଲେ ଏହା ସମୁଦ୍ରକୁ ଶଙ୍ଖେ ଭଳି।  କେଉଁଠି ଚାଷୀ ଜମିରେ ଗୋରୁ ଚରାଇ ଦେଉଛି ତ ଆଉ କେଉଁଠି ଚାଷୀ ଆନ୍ଦୋଳନକୁ ଓହ୍ଲାଇଛି।

ନୂଆପଡ଼ା ଜିଲ୍ଲାରେ ବି ଭୟଙ୍କର ସ୍ଥିତି। ଜମିରେ ପାଣି ନଥିବାରୁ ଟାଣଖରାରେ ଗଛ ଶୁଖି ପଳ ହୋଇଗଲାଣି। ଆଗକୁ ବର୍ଷା ହେଲେ ବି କିଛି ଲାଭ ହେବନି। ଏଠିବି ଚାଷୀଙ୍କ ସ୍ୱପ୍ନ ଗାଈଗୋରୁଙ୍କ ପେଟକୁ ଯାଉଛି। ସୁବର୍ଣ୍ଣପୁର ଜିଲ୍ଲାରେ ଲାଭ ପାଇବା ତ ଦୂରର କଥା, ଚାଷୀର ମୂଳ ବି ଫେରିବନି। ଏହି ୪ ଜିଲ୍ଲା ସମେତ ୧୦ଟି ଜିଳ୍ଲାରେ ସ୍ଥିତି ଗମ୍ଭୀର ଥିବାରୁ ଫସଲହାନୀ ଆଶଙ୍କା ବଢିଯାଇଛି। ଏପରିସ୍ଥିତିରେ ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ ଆରମ୍ଭ ହୋଇଯାଇଛି।

Related story