ଶ୍ରାବଣରେ କେନାଲ୍‌ରେ ପାଣି ନାହିଁ, ଚିନ୍ତାରେ ଚାଷୀ

କାମାକ୍ଷାନଗର (ବିଦ୍ୟାଧର ବରାଳ): ଚାଷ ଜମିକୁ କେନାଲ୍‌ ହୋଇଛି। ଏଥିପାଇଁ ଚାଷୀ ଜଳ କର ଦେଉଛନ୍ତି। ହେଲେ ଶ୍ରାବଣ ମାସରେ ଚାଷୀଙ୍କ ଜମିରେ ପହଞ୍ଚୁନି ପାଣି। ଯାହାଫଳରେ ଚାଷ ଜମି ଫାଟି ଆଁ କଲାଣି। ଏପରି ଚିତ୍ର ଢେଙ୍କାନାଳ ଜିଲ୍ଲା କଇରାଟାଙ୍ଗର ଗାଁରେ ଦେଖିବାକୁ ମିଳିଛି। ଗାଁ ଲୋକେ ଏନେଇ ଜଳ ସମ୍ପଦ ବିଭାଗ ଅଧିକାରୀଙ୍କ ପାଖରେ ଅଭିଯୋଗ କଲେ ମଧ୍ୟ ଶୁଣୁନାହାନ୍ତି। କେନାଲ୍‌ରେ ପାଣି ନଆସିଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଚାଷୀମାନେ ଚେତାବନୀ […]

DKL

Manoranjan Sial
  • Published: Monday, 30 August 2021
  • , Updated: 30 August 2021, 04:20 PM IST

କାମାକ୍ଷାନଗର (ବିଦ୍ୟାଧର ବରାଳ): ଚାଷ ଜମିକୁ କେନାଲ୍‌ ହୋଇଛି। ଏଥିପାଇଁ ଚାଷୀ ଜଳ କର ଦେଉଛନ୍ତି। ହେଲେ ଶ୍ରାବଣ ମାସରେ ଚାଷୀଙ୍କ ଜମିରେ ପହଞ୍ଚୁନି ପାଣି। ଯାହାଫଳରେ ଚାଷ ଜମି ଫାଟି ଆଁ କଲାଣି। ଏପରି ଚିତ୍ର ଢେଙ୍କାନାଳ ଜିଲ୍ଲା କଇରାଟାଙ୍ଗର ଗାଁରେ ଦେଖିବାକୁ ମିଳିଛି। ଗାଁ ଲୋକେ ଏନେଇ ଜଳ ସମ୍ପଦ ବିଭାଗ ଅଧିକାରୀଙ୍କ ପାଖରେ ଅଭିଯୋଗ କଲେ ମଧ୍ୟ ଶୁଣୁନାହାନ୍ତି। କେନାଲ୍‌ରେ ପାଣି ନଆସିଲେ ଆଗାମୀ ଦିନରେ ଆନ୍ଦୋଳନ କରିବେ ବୋଲି ଚାଷୀମାନେ ଚେତାବନୀ ଦେଇଛି।

କଇରାଟାଙ୍ଗର ଗାଁର ଜମିକୁ ପାଣି ମଡ଼ାଇବା ପାଇଁ ସରକାରଙ୍କ ତରଫରୁ ରାମିଆଳ ନଦୀ ଉପରେ ନିର୍ମାଣ କରାଯାଇଥିବା ଦଣ୍ଡାଧାର ଡ୍ୟାମରୁ କେନାଲ ଯୋଗେ ଜଳସେଚନ କରାଯାଇଥିଲା। ଚାଷୀଙ୍କ ଜମିରେ ପାଣି ପହଞ୍ଚାଇବା ପାଇଁ କେନାଲ ମରାମତିରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲା। କିନ୍ତୁ ବିଭାଗୀୟ ଅଧିକାରୀଙ୍କ ଅପରଗତା ଯୋଗୁ ସରକାର କା ମାଲ ଦରିଆ ମେ ଡାଲ୍‌ ନୀତିରେ କେନାଲରେ ଟୋପାଏ ପାଣି ଆସୁନାହିଁ। ବର୍ତ୍ତମାନ କେନାଲରେ ପାଣି ଆସୁନଥିବାରୁ ଘାସ ଓ ଲତା ମାଡ଼ି ଗଲାଣି। ଯାହାଫଳରେ ଚାଷୀମାନେ ନାନା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି।

ଧରା ଶ୍ରାବଣରେ ବର୍ଷା ହେଉନଥିବା ବେଳେ କେନାଲ୍‌ରେ ପାଣି ଆସୁନାହିଁ। ଚାଷ ଜମି ପଡ଼ିଆ ପଡ଼ିଛି। କେତେକ ଜମିରେ ଧାନ ତଳି ନଷ୍ଟ ହେବାକୁ ଲାଗିଲାଣି। ପାଣି ଛାଡ଼ିବାକୁ ଚାଷୀମାନେ ଗୁହାରୀ କରୁଥିଲେ ମଧ୍ୟ କେହି ଶୁଣୁନାହାନ୍ତି। ନିରୁପାୟ ହୋଇ ଚାଷୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ପୂର୍ବ ବର୍ଷମାନଙ୍କରେ କେନାଲ ପାଣି ନଆସିଲେ ମଧ୍ୟ ବର୍ଷା ପାଣିରେ ଚଳିଯାଉଥିଲେ। ଯେଉଁ ପରିମାଣରେ ବର୍ଷା ହେଉଥିଲା, ସେଥିରେ ଚାଷକାର୍ଯ୍ୟ ହୋଇଯାଉଥିଲା। ଏବର୍ଷ ନିଅଣ୍ଟିଆ ବର୍ଷା ସାଙ୍ଗକୁ କେନାଲ୍‌ରେ ପାଣି ଆସୁନି। ତାହାହେଲେ ଚାଷୀ ଚାଷ କାର୍ଯ୍ୟ କେମିତି କରିବେ? ସେହି ଚିନ୍ତାରେ ଚାଷୀ ବିଲ ମୁଣ୍ଡରେ ବସିଛି।

ଚାଷୀମାନେ ଏନେଇ ବିଭାଗୀୟ ଅଧିକାରୀଙ୍କୁ ବାରମ୍ବାର ଜଣାଇବା ସତ୍ତ୍ୱେ ପାଣି ଛଡ଼ା ଯାଉନାହିଁ। ଜଳକର ଦେଉଥିବା ଦୁଃଖି ଚାଷୀ କେବେ ଜଳକଷ୍ଟରୁ ଉଦ୍ଧାର ପାଇବେ? ବିଭାଗୀୟ ଅଧିକାରୀ ସେମାନଙ୍କ ସମସ୍ୟାର କଣ ସମାଧାନ କରିବେ? ତାହାକୁ ଚାତକ ଭଳି ଚାହିଁ ବସିଛନ୍ତି ଚାଷୀମାନେ। ଯଦି ଆଗାମୀ ଦିନରେ ଚାଷୀମାନଙ୍କ ସମସ୍ୟାର ସମାଧାନ ନହେଲେ, ସେମାନେ ରାଜରାସ୍ତା ଅବରୋଧ କରିବାକୁ ଚେତାବନୀ ଦେଇଛନ୍ତି।

Related story