ଘରେ ରେଡ୍‌ ବେଳେ କୁକୁର ଛାଡ଼ିଦେଲା ନିଶା ମାଫିଆ, ଗୋଡ଼ାଇ ଗୋଡ଼ାଇ କାମୁଡିଲା

ନୀଳଗିରି (ବିଶ୍ୱମ୍ଭର ଦାସ): ଅବକାରୀ ଟିମ୍‌କୁ ଦେଖି ପୋଷା କୁକୁରକୁ ଛାଡ଼ିଦେଲା ନିଶା ମାଫିଆ। ଆଉ ତା’ପରେ ଅବକାରୀ ଟିମ୍‌ ସଦସ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା କୁକୁର। ଫଳରେ ତିନି ଜଣ ଅବକାରୀ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଆଜି ଦୃଶ୍ୟ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଦେଖିବାକୁ ମିଳିଛି। ନୀଳଗିରି ଘାଟପଡ଼ା ସାହିର ନିରଞ୍ଜର ବେହେରା ନିଜ ଘରେ ଗଞ୍ଜେଇ ଗଚ୍ଛିତ ରଖି ଆଖପାଖ ଅଞ୍ଚଳକୁ ଚାଲାଣ କରୁଥିଲା। ଏ ସମ୍ପର୍କରେ ଖବର ପାଇଥିଲା ସେଣ୍ଟ୍ରାଲ୍‌ […]

Balasore

Manoranjan Sial
  • Published: Wednesday, 17 November 2021
  • , Updated: 17 November 2021, 08:29 PM IST

ନୀଳଗିରି (ବିଶ୍ୱମ୍ଭର ଦାସ): ଅବକାରୀ ଟିମ୍‌କୁ ଦେଖି ପୋଷା କୁକୁରକୁ ଛାଡ଼ିଦେଲା ନିଶା ମାଫିଆ। ଆଉ ତା’ପରେ ଅବକାରୀ ଟିମ୍‌ ସଦସ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ କାମୁଡ଼ିଲା କୁକୁର। ଫଳରେ ତିନି ଜଣ ଅବକାରୀ କର୍ମଚାରୀ ଗୁରୁତର ଆହତ ହୋଇଛନ୍ତି। ଆଜି ଦୃଶ୍ୟ ବାଲେଶ୍ୱର ଜିଲ୍ଲା ନୀଳଗିରି ଅଞ୍ଚଳରେ ଦେଖିବାକୁ ମିଳିଛି।

ନୀଳଗିରି ଘାଟପଡ଼ା ସାହିର ନିରଞ୍ଜର ବେହେରା ନିଜ ଘରେ ଗଞ୍ଜେଇ ଗଚ୍ଛିତ ରଖି ଆଖପାଖ ଅଞ୍ଚଳକୁ ଚାଲାଣ କରୁଥିଲା। ଏ ସମ୍ପର୍କରେ ଖବର ପାଇଥିଲା ସେଣ୍ଟ୍ରାଲ୍‌ ଏକ୍ସାଇଜ୍‌ ଡିପାର୍ଟମେଣ୍ଟ। ଆଜି ସେଣ୍ଟ୍ରାଲ୍‌ ଏକ୍ସାଇଜ୍‌ ଡିପାର୍ଟମେଣ୍ଟ, ବାଲେଶ୍ୱର ମୋବାଇଲ ସ୍କ୍ୱାଡ ଓ ନୀଳଗିରି ଅବକାରୀ ବିଭାଗର ୧୫ ଜଣିଆ ଟିମ୍‌ ନିରଞ୍ଜନଙ୍କ ଘରେ ଚଢ଼ଉ କରିବାକୁ ଯାଇଥିଲା।

ଟିମ୍‌ ସଦସ୍ୟମାନେ ଗେଟ୍‌ ଖୋଲିବା କ୍ଷଣି ନିଶା ବେପାରୀ ନିରଞ୍ଜନ ପୋଷିଥିବା ଦୁଇ କୁକୁରକୁ ଛାଡ଼ି ଦେଇଥିଲା। କୁକୁରମାନେ ଭୟଙ୍କର ହୋଇ ମାଡ଼ି ଆସିଥିଲେ। ଗୋଡ଼ାଇ ଗୋଡ଼ାଇ ଅଧିକାରୀଙ୍କୁ କାମୁଡ଼ି ଥିଲେ। ଫଳରେ ୩ ଜଣ ଅଧିକାରୀ ଗୁରୁତର ଆହତ ହୋଇଥିଲେ। କୁକୁର କାମୁଡ଼ିବାର ସୁଯୋଗ ଦେଇ ନିରଞ୍ଜନ ଓ ତାଙ୍କ ସାଥୀ ସେଠାରୁ ଚମ୍ପଟ ମାରିବାକୁ ଚେଷ୍ଟା କରୁଥିଲେ। ମାତ୍ର ଅନ୍ୟ ଅଧିକାରୀମାନେ ସେମାନଙ୍କୁ ମାଡ଼ି ବସିଥିଲେ।

ଅବକାରୀ ବିଭାଗ ନିରଞ୍ଜନକୁ ଗିରଫ କରିଥିବା ବେଳେ ତା’ ସହଯୋଗୀକୁ ଅଟକ ରଖି ପଚରାଉଚରା କରୁଛି। ଏହାଛଡ଼ା ନିରଞ୍ଜନ ଘରୁ ଅବକାରୀ ବିଭାଗ ୫୦ କେଜି ଗଞ୍ଜେଇ ଜବତ କରିଛି।

Related story