ସେପ୍ଟେମ୍ବର ୧୦ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାହୁଲ

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଉପ ସଭାପତି ରାହୁଲ ଗାନ୍ଧି। ଆସନ୍ତା ୧୦ ଓ ୧୧ ତାରିଖରେ ସେ ରାଜ୍ୟର ବିଭିନ୍ନ ସ୍ଥାନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ। ୧୦ ତାରିଖରେ ବରଗଡ଼ରେ ହେବାକୁ ଥିବା ବିଶାଳ ଚାଷୀ ସମାବେଶରେ ଯୋଗ ଦେବେ ରାହୁଲ। ଏ ନେଇ ଆଜି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ପିସିସି ସଭାପତି ହରିଚନ୍ଦନ କହିଛନ୍ତି ଯେ, ରାଜ୍ୟର ଚାଷ ଅବହେଳିତ […]

congress

Rakesh Mallick
  • Published: Tuesday, 01 September 2015
  • , Updated: 01 September 2015, 03:03 PM IST

ଭୁବନେଶ୍ୱର: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ଉପ ସଭାପତି ରାହୁଲ ଗାନ୍ଧି। ଆସନ୍ତା ୧୦ ଓ ୧୧ ତାରିଖରେ ସେ ରାଜ୍ୟର ବିଭିନ୍ନ ସ୍ଥାନରେ ହେବାକୁ ଥିବା କାର୍ଯ୍ୟକ୍ରମରେ ଯୋଗ ଦେବେ। ୧୦ ତାରିଖରେ ବରଗଡ଼ରେ ହେବାକୁ ଥିବା ବିଶାଳ ଚାଷୀ ସମାବେଶରେ ଯୋଗ ଦେବେ ରାହୁଲ। ଏ ନେଇ ଆଜି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

ପିସିସି ସଭାପତି ହରିଚନ୍ଦନ କହିଛନ୍ତି ଯେ, ରାଜ୍ୟର ଚାଷ ଅବହେଳିତ ଅବସ୍ଥାରେ ରହିଛି । ଚାଷୀ ଦୁର୍ଦ୍ଦଶାରେ ଦିନ କାଟୁଛନ୍ତି । ଗତମାସ ବରଗଡରେ ୩ଜଣ ଓ ପାଇକମାଳ ବ୍ଲକରେ ଦୁଇଦିନ ତଳେ ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି କଂଗ୍ରେସ ଚାଷୀ ବଞ୍ଚାଓ ଆନ୍ଦୋଳନ ଆରମ୍ଭ କରିଛି । ଏହି ଆନ୍ଦୋଳନରେ ବିଭିନ୍ନ ସ୍ଥାନରେ ପଦଯାତ୍ରା କରାଯିବ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସଥିବା ଉପାଧ୍ୟକ୍ଷ ରାହୁଲ ଗାନ୍ଧି ଏଥିରେ ଯୋଗଦେଇ ପଦଯାତ୍ରା କରିବେ । ବରଗଡ ଜିଲ୍ଲା ଦେଉଳ ଗାଁରୁ ଅତାବିରା ପର୍ଯ୍ୟନ୍ତ କରାଯିବ ବୋଲି ହରିଚନ୍ଦନ କହିଛନ୍ତି ।

Related story