ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ୪୦ ପଶ୍ଚିମବଙ୍ଗ ପର୍ଯ୍ୟଟକ

ଭୁବନେଶ୍ୱର: ପଶ୍ଚିମବଙ୍ଗର ୪୦ରୁ ଅଧିକ ପର୍ଯ୍ୟଟକ ଭୁବନେଶ୍ୱର ସ୍ଥିତ ଧଉଳି ଦେଖି ବସ୍‌ରେ ବସୁଥିବା ବେଳେ ହଠାତ୍ ବସଟି ପାହାଡ଼ ତଳକୁ ଗଡ଼ିବା ସହ ରାସ୍ତା କଡ଼ରେ ଥିବା ସିମେଣ୍ଟ ପାଚେରୀ ଭାଙ୍ଗି ତଳକୁ ଗଡି ଯାଇଥିଲା। ତେବେ ଏହାର ତଳ ଅଂଶ ସୌଭାଗ୍ୟବଶତଃ ରାସ୍ତାରେ ଲାଗିଯିବା ଦ୍ୱାରା ବସ୍‌ଟି ତଳକୁ ଖସି ନ ଥିଲା। ଫଳରେ ଯାତ୍ରୀମାନେ ଅଳ୍ପକେ  ରକ୍ଷା ପାଇଯାଇଥିଲେ। ଡ୍ରାଇଭର  ବାହାରେ ଚା’ ପିଉଥିବା ବେଳେ ଏହି ଅଘଟଣ ଘଟିଥିଲା। ବସରେ ବସୁବସୁ […]

bus accident

Rakesh Mallick
  • Published: Monday, 23 May 2016
  • , Updated: 23 May 2016, 10:15 AM IST

ଭୁବନେଶ୍ୱର: ପଶ୍ଚିମବଙ୍ଗର ୪୦ରୁ ଅଧିକ ପର୍ଯ୍ୟଟକ ଭୁବନେଶ୍ୱର ସ୍ଥିତ ଧଉଳି ଦେଖି ବସ୍‌ରେ ବସୁଥିବା ବେଳେ ହଠାତ୍ ବସଟି ପାହାଡ଼ ତଳକୁ ଗଡ଼ିବା ସହ ରାସ୍ତା କଡ଼ରେ ଥିବା ସିମେଣ୍ଟ ପାଚେରୀ ଭାଙ୍ଗି ତଳକୁ ଗଡି ଯାଇଥିଲା। ତେବେ ଏହାର ତଳ ଅଂଶ ସୌଭାଗ୍ୟବଶତଃ ରାସ୍ତାରେ ଲାଗିଯିବା ଦ୍ୱାରା ବସ୍‌ଟି ତଳକୁ ଖସି ନ ଥିଲା। ଫଳରେ ଯାତ୍ରୀମାନେ ଅଳ୍ପକେ  ରକ୍ଷା ପାଇଯାଇଥିଲେ। ଡ୍ରାଇଭର  ବାହାରେ ଚା’ ପିଉଥିବା ବେଳେ ଏହି ଅଘଟଣ ଘଟିଥିଲା। ବସରେ ବସୁବସୁ କେହି ଯାତ୍ରୀ ଭୁଲରେ ଗିୟର ଉପରେ ହାତ ରଖି ଦେବା କାରଣରୁ ଇଞ୍ଜିନ ନ୍ୟୁଟ୍ରାଲ ହୋଇଯାଇଥିବା ଅନୁମାନ କରାଯାଉଛି।

Related story