ଦୁଇ ବର୍ଷ ମଧ୍ୟରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ଅପହଞ୍ଚ ଗାଁରେ ହେବ ବିଦ୍ୟୁତ୍ ସଂଯୋଗ

ଭୁବନେଶ୍ୱର: ଆସନ୍ତା ଦୁଇ ବର୍ଷ ମଧ୍ୟରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ଅପହଞ୍ଚ ଗାଁକୁ ବିଦ୍ୟୁତ୍ ସଂଯୋଗ କରାଯିବ। ଏନେଇ ସଚିବାଳୟରେ ଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। ବିଶେଷ କରି ବିଦ୍ୟୁତ୍ ସଂଯୋଗ ଦେବା ପୂର୍ବରୁ ଅପହଞ୍ଚ ଗାଁ ଏବଂ ପଡ଼ା ଗୁଡିକରେ କେମିତି ଏବଂ କେଉଁ ବ୍ୟବସ୍ଥା ଅନୁସାରେ ବିଦ୍ୟୁତ ସଂଯୋଗ ହୋଇପାରିବ ସେନେଇ ବୈଠକରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଏନେଇ ନାବାର୍ଡ ସହାୟତାରେ ନାପକନ୍ ସଂସ୍ଥାକୁ ସର୍ଭେ କରିବାକୁ ଦାୟିତ୍ୱ […]

shakti

Rakesh Mallick
  • Published: Thursday, 03 September 2015
  • , Updated: 03 September 2015, 03:53 AM IST

ଭୁବନେଶ୍ୱର: ଆସନ୍ତା ଦୁଇ ବର୍ଷ ମଧ୍ୟରେ ଅବିଭକ୍ତ କୋରାପୁଟ ଜିଲ୍ଲାର ସମସ୍ତ ଅପହଞ୍ଚ ଗାଁକୁ ବିଦ୍ୟୁତ୍ ସଂଯୋଗ କରାଯିବ। ଏନେଇ ସଚିବାଳୟରେ ଶକ୍ତି ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ହୋଇଛି। ବିଶେଷ କରି ବିଦ୍ୟୁତ୍ ସଂଯୋଗ ଦେବା ପୂର୍ବରୁ ଅପହଞ୍ଚ ଗାଁ ଏବଂ ପଡ଼ା ଗୁଡିକରେ କେମିତି ଏବଂ କେଉଁ ବ୍ୟବସ୍ଥା ଅନୁସାରେ ବିଦ୍ୟୁତ ସଂଯୋଗ ହୋଇପାରିବ ସେନେଇ ବୈଠକରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି। ଏନେଇ ନାବାର୍ଡ ସହାୟତାରେ ନାପକନ୍ ସଂସ୍ଥାକୁ ସର୍ଭେ କରିବାକୁ ଦାୟିତ୍ୱ ଦିଆଯାଇଛି। ସେହିପରି ଅବିଭକ୍ତ କୋରାପୁଟ ଜିଲ୍ଲାର ବିକାଶ ପାଇଁ ବିଦ୍ୟୁତ୍ ବିତରଣ ସଂସ୍ଥା ଗୁଡ଼ିକର ସିଏସ୍ଆର୍ କାର୍ଯ୍ୟକ୍ରମ ଉପରେ ମଧ୍ୟ ବୈଠକରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ ଶକ୍ତିମନ୍ତ୍ରୀ ଓ ସଚିବଙ୍କ ସମେତ ଅବିଭକ୍ତ କୋରାପୁଟର ଜିଲ୍ଲାପାଳମାନେ ଉପସ୍ଥିତ ଥିଲେ।

Related story