ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ଭୁବନେଶ୍ୱର ଉପକଣ୍ଠ ଛତାବର ପଞ୍ଚାୟତ ଅଲକର ଗାଁରେ ଏକ ନକଲି ସିଗାରେଟ କମ୍ପାନୀକୁ ସିଜ କରିଛି ଇଣ୍ଟେଲିଜେନ୍ସ ବ୍ୟୁରୋ ଓ ପୁଲିସ । ଏଠାରେ ବିହାରର ଏକ ପ୍ରତିଷ୍ଠିତ ସିଗାରେଟ କମ୍ପାନୀ H-10 ନାଁରେ ଡୁପ୍ଲିକେଟ ସିଗାରେଟ ପ୍ରସ୍ତୁତ ହେଉଥିଲା । ଏହାବ୍ୟତୀତ ଅନ୍ୟ ଏକ ସିଗାରେଟକୁ ଏସ-ଷ୍ଟାର ନାମରେ ପ୍ରସ୍ତୁତ କରାଯାଉଥିଲା ।
ଇଣ୍ଟେଲିଜେନ୍ସ ବ୍ୟୁରୋ ଅଧିକାରୀଙ୍କ କହିବା ଅନୁଯାୟୀ, H-10 ହେଉଛି ବିହାରର ଏକ ପ୍ରତିଷ୍ଠିତ ସିଗାରେଟ କମ୍ପାନୀ । ତା’ ନାଁରେ ଏଠାରେ ପ୍ରସ୍ତୁତ ହେଉଥିଲା ଡୁପ୍ଲିକେଟ ସାମଗ୍ରୀ । ଯାହାକୁ ନେଇ ଆଇବିରେ ଅଭିଯୋଗ କରିଥିଲେ ମାଲିକ ।
[caption id="attachment_787058" align="aligncenter" width="650"]
ଜବତ ସମୟରେ ଲକ୍ଷାଧିକ ଟଙ୍କାର ସିଗାରେଟ ଆଉ ଗୁଟଖା ଜବତ କରିଛି ପୁଲିସ୍ । ଏହି ବ୍ୟବସାୟ ଚଳାଇଥିଲେ ଗଞ୍ଜାମ ଜିଲ୍ଲାର ରାଜା ରାଓ । ହେଲେ ରାଜା ରାଓ ନିଜକୁ ନିର୍ଦ୍ଦୋଷ ବୋଲି କହିବା ସହ ତାଙ୍କୁ ଆକ୍ରୋଶମୂଳକ ଭାବେ ଫସାଯାଉଥିବା ଅଭିଯୋଗ କରିଛନ୍ତି ।