ନାମୀ ପ୍ୟାକିଂ ଭିତରେ ନକଲି ଜର୍ଦ୍ଦା, ଠାବ ହେଲା ଫ୍ୟାକ୍ଟ୍ରି

କଟକ(ଓଡ଼ିଶା ରିପୋର୍ଟର):  ପ୍ରଥମେ ଖାଦ୍ୟ ସାମଗ୍ରୀ ପରେ ଏବେ ଭେଜାଲ ନିଶା ଦ୍ରବ୍ୟ ବି ଜବତ ହୋଇଛି ଭାଇଚାରାର ସହର କଟକରୁ। ନକଲି ଘିଅ, ତେଲ, ପନିର, ସସ୍‌ ପରେ ଏବେ କଟକରୁ ଜବତ ହୋଇଛି ଭେଜାଲ ଜର୍ଦ୍ଦା । ବହୁ ନାମୀଦାମୀ କମ୍ପାନୀର ପ୍ୟାକିଂ ଓ ଲୋଗୋ ସହ ଏକ ନକଲି ଜର୍ଦ୍ଦା ଫ୍ୟାକ୍ଟ୍ରି ଠାବ କରିଛି କଟକ ସଦର ଥାନା ପୁଲିସ୍‌। କଟକ ସଦର ଥାନା ଅନ୍ତର୍ଗତ ସାସୋଳ ଗାଁରେ ଚଢାଉ କରି ପୁଲିସ୍‌ […]

jarda-1

Niharika Rout
  • Published: Friday, 15 January 2021
  • , Updated: 15 January 2021, 02:25 PM IST

କଟକ(ଓଡ଼ିଶା ରିପୋର୍ଟର):  ପ୍ରଥମେ ଖାଦ୍ୟ ସାମଗ୍ରୀ ପରେ ଏବେ ଭେଜାଲ ନିଶା ଦ୍ରବ୍ୟ ବି ଜବତ ହୋଇଛି ଭାଇଚାରାର ସହର କଟକରୁ। ନକଲି ଘିଅ, ତେଲ, ପନିର, ସସ୍‌ ପରେ ଏବେ କଟକରୁ ଜବତ ହୋଇଛି ଭେଜାଲ ଜର୍ଦ୍ଦା । ବହୁ ନାମୀଦାମୀ କମ୍ପାନୀର ପ୍ୟାକିଂ ଓ ଲୋଗୋ ସହ ଏକ ନକଲି ଜର୍ଦ୍ଦା ଫ୍ୟାକ୍ଟ୍ରି ଠାବ କରିଛି କଟକ ସଦର ଥାନା ପୁଲିସ୍‌।

କଟକ ସଦର ଥାନା ଅନ୍ତର୍ଗତ ସାସୋଳ ଗାଁରେ ଚଢାଉ କରି ପୁଲିସ୍‌ ଏହି ନକଲି ଜର୍ଦ୍ଦା ଓ ପାନ ମସଲା କାରଖାନା ଠାବ କରିଛି ।କାରଖାନାରୁ ୪ କୁଇଣ୍ଟାଲରୁ ଅଧିକ ନିମ୍ନମାନର ଗୁଣ୍ଡି ସହ କେମିକାଲ ଜବତ ହୋଇଛି ।କଟକ ସହରଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ଥିବା ସାସୋଳ ଗାଁରେ ୨୦୦୭ ମସିହାରୁ ଏହି ଫ୍ୟାକ୍ଟ୍ରି ଚାଲିଥିଲା । ଏନେଇ ବାରମ୍ବାର ସ୍ଥାନୀୟ ଲୋକେ ଅଭିଯୋଗ କରିଆସୁଥିଲେ ।

ଆଜି ସଦର ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ କାରଖାନାରେ ଚଢାଉ କରିଥିଲେ। ପୁଲିସ୍‌ ଜଣେ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା ଚଳାଇଛି ।

Related story