ରାଜଧାନୀ ଛାତି ଉପରେ ଚାଲିଥିଲା ବିଷର ବେପାର!

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଛାତି ଉପରେ ଚାଲିଥିଲା ବିଷ ବେପାର! ଖାଦ୍ୟ ନାଁରେ ଭାତ ଥାଳିରେ ପରସା ଯାଉଛି ଅଖାଦ୍ୟ। ଟମାଟୋ ସସ୍‌ରେ ନାହିଁ ଟମାଟୋ। ବିଭିନ୍ନ ରାସାୟନିକ ପଦାର୍ଥରେ ରଙ୍ଗ ମିଶାଇ ତିଆରି ହେଉଛି ସସ୍‌। ସେହିପରି ଆଚାର ପ୍ରସ୍ତୁତ ଥିବା କଞ୍ଚା ମାଲ୍‌ରେ ପୋକ ସାଲୁବାଲୁ। ପୁଲିସ୍‌ ଓ ଫୁଡ୍‌ ସେଫ୍‌ଟି ଅଧିକାରୀମାନେ ଏପରି ଏକ କାରଖାନା ଉପରେ ଚଢ଼ଉ କରି ଆଜି ସିଲ୍‌ କରିଛନ୍ତି। ପାହାଳରେ ଚାଲିଥିଲା ପିକେ ଫୁଡ୍‌ସ ପ୍ରଡକ୍ଟ। ଏଠାରେ […]

duplicate-pickel

Manoranjan Sial
  • Published: Wednesday, 20 January 2021
  • , Updated: 20 January 2021, 09:11 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜଧାନୀ ଛାତି ଉପରେ ଚାଲିଥିଲା ବିଷ ବେପାର! ଖାଦ୍ୟ ନାଁରେ ଭାତ ଥାଳିରେ ପରସା ଯାଉଛି ଅଖାଦ୍ୟ। ଟମାଟୋ ସସ୍‌ରେ ନାହିଁ ଟମାଟୋ। ବିଭିନ୍ନ ରାସାୟନିକ ପଦାର୍ଥରେ ରଙ୍ଗ ମିଶାଇ ତିଆରି ହେଉଛି ସସ୍‌। ସେହିପରି ଆଚାର ପ୍ରସ୍ତୁତ ଥିବା କଞ୍ଚା ମାଲ୍‌ରେ ପୋକ ସାଲୁବାଲୁ। ପୁଲିସ୍‌ ଓ ଫୁଡ୍‌ ସେଫ୍‌ଟି ଅଧିକାରୀମାନେ ଏପରି ଏକ କାରଖାନା ଉପରେ ଚଢ଼ଉ କରି ଆଜି ସିଲ୍‌ କରିଛନ୍ତି।

ପାହାଳରେ ଚାଲିଥିଲା ପିକେ ଫୁଡ୍‌ସ ପ୍ରଡକ୍ଟ। ଏଠାରେ ତିଆରି ହେଉଥିଲା ଟମାଟୋ ସସ୍‌। ହେଲେ ଟମାଟୋ ସସ୍‌ରେ ନାହିଁ ଟମାଟୋର ନାମ ଗନ୍ଧ। ଟମାଟୋ ବଦଳରେ ବ୍ୟବହାର ହେଉଛି ଏକ ପ୍ରକାର ସେମି ଲିକ୍ୟୁଡ୍‌। ଏହାପରେ ଖୋଲା ମେଲାରେ ଏହାକୁ ପକାଇ ଦିଆଯାଉଛି। ଆଚାର ଓ ସସ୍‌କୁ ଗାଢ ନାଲି କରିବା ପାଇଁ ୟୁନିଟ୍‌ରେ ବ୍ୟବହାର ହେଉଥିଲା ପେପରିକା ଇଣ୍ଡଷ୍ଟ୍ରିଆଲ୍‌ କଲର୍‌। ପରେ ଚକାଚକ ଲେବଲ ଓ ବଟଲ୍‌ରେ ପ୍ୟାକିଂ କରି ପଲ୍‌ପିନା ନାଁରେ ବଜାରକୁ ଆସୁଥିଲା ସସ୍‌ ଓ ଆଚାର। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଆଚାର ପ୍ରସ୍ତୁତିରେ ବ୍ୟବହାର ହେଉଥିବା କଞ୍ଚାମାଲରେ ପୋକ ସାଲୁବାଲୁ ହେଉଥିଲେ। କେବଳ ଲଙ୍କା ନୁହେଁ ୟୁନିଟ୍‌ ସାରା ଆଖି ବୁଲାଇ ଆଣିଲେ ଯେତେ କଣ୍ଟେନରରେ ଲୁଣ, ଭିନେଗାର ଓ ଆମ୍ବ ପରି କଞ୍ଚାମାଲ ଗଚ୍ଛିତ ଅଛି, ସେସବୁ ବହୁ ପୁରୁଣା ଓ ଖାଦ୍ୟ ଅନୁପୋଯୋଗୀ। ଏମିତି ଢଙ୍ଗରେ ଏଠାରେ ପ୍ରସ୍ତୁତ ହେଉଥିଲା ସସ୍‌ ଓ ଆଚାର। ଏସବୁ ସାମଗ୍ରୀ ଜବତ ସହ ପରୀକ୍ଷା ପାଇଁ ନମୁନା ନେଇଛି ଫୁଡ୍‌ ସେଫ୍‌ଟି ବିଭାଗ।

ପି.କେ. ଫୁଡ୍‌ସ ପ୍ରଡକ୍ଟରେ ଚଢ଼ଉ ପରେ ଜଣାପଡ଼ିଛି, ଯେଉଁଠି ଚାଲିଛି କାରଖାନା ସେହି ଜାଗା ପାଇଁ ନାହିଁ ଲାଇସେନ୍ସ। ଏଠାରେ ପ୍ରଶ୍ନ ଉଠୁଛି କାରଖାନା ମାଲିକ ପ୍ରମୋଦ କୁମାର ଦାସ କାହିଁକି ଭିନ୍ନ ସ୍ଥାନରେ ଚଳାଇଥିଲେ ପ୍ରଡକ୍ସନ ୟୁନିଟ୍? ଆଶ୍ଚର୍ଯ୍ୟର କଥା ହେଉଛି, ଚଳିତବର୍ଷ ଏହି କମ୍ପାନୀ FSSAI ସାର୍ଟିଫିକେଟ୍‌ ରିନ୍ୟୁ କରିଛି ବିଏମ୍‌ସି। ତେବେ ଲାଇସେନ୍ସ ରିନ୍ୟୁ ପୂର୍ବରୁ ଏହାକୁ ଯାଞ୍ଚ କରାଯାଇଥିଲା କି? ଏତେବଡ଼ ଫୁଡ୍‌ ୟୁନିଟ୍‌ ଚାଲିଥିଲେ ମଧ୍ୟ ସେଠାରେ ଖାଦ୍ୟର ମାନ ଯାଞ୍ଚ ପାଇଁ କୌଣସି ଲ୍ୟାବ କାହିଁକି ନାହିଁ? ବର୍ଷକୁ ଦୁଇଥର ପ୍ରଡ୍‌କସନ୍‌ ୟୁନିଟ୍ ଯାଞ୍ଚ ହେବା କଥା, ଏହାକୁ ପାଳନ କରାଯାଉଥିଲା କି? ରାଜଧାନୀ ଉପକଣ୍ଠରୁ ଏମିତି ଅପମିଶ୍ରିତ, ନିମ୍ନମାନର ସସ ଓ ଆଚାର କାରଖାନାରେ ଚଢଉ ପରେ ଉଠିଛି ଅନେକ ଅସମାହିତ ପ୍ରଶ୍ନ। ପୁଲିସ ଓ ଫୁଡ୍‌ ସେଫ୍‌ଟି ଅଧିକାରୀଙ୍କ ମିଳିତ ଚଢଉ ପରେ ଏହି ୟୁନିଟକୁ ସିଲ୍‌ କରିଛି। ଅନ୍ୟପକ୍ଷରେ ମାଲିକଙ୍କୁ ପୁଲିସ ଖୋଜୁଛି।

Related story