ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ିଲା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି। ରାଜ୍ୟ ସରକାର ତାଙ୍କ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଇଛନ୍ତି। ସେମାନଙ୍କ ମହଙ୍ଗା ଭତ୍ତାକୁ ୨% ବଢ଼ାଇଛନ୍ତି ସରକାର। ଏହା ସହିତ ମୋଟ ମହଙ୍ଗା ଭତ୍ତାର ପରିମାଣ ୯ ପ୍ରତିଶତରେ ପହଞ୍ଚିଛି। ବର୍ଦ୍ଧିତ ଭତ୍ତା ୨୦୧୮ ଜୁଲାଇ ୧ ତାରିଖରୁ ପିଛିଲା ଭାବେ ଲାଗୁ ହେବ। ଏହା ଦ୍ୱାରା ଉଭୟ ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍‌ ଭୋଗୀ ଉପକୃତ ହେବେ। ୱାର୍କ ଚାର୍ଜ କର୍ମଚାରୀ  ଓ […]

ooo

Jitendra Garnayak
  • Published: Monday, 15 October 2018
  • , Updated: 15 October 2018, 01:36 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟ ସରକାରୀ କର୍ମଚାରୀଙ୍କୁ ପୂଜା ଭେଟି। ରାଜ୍ୟ ସରକାର ତାଙ୍କ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବଢ଼ାଇଛନ୍ତି। ସେମାନଙ୍କ ମହଙ୍ଗା ଭତ୍ତାକୁ ୨% ବଢ଼ାଇଛନ୍ତି ସରକାର। ଏହା ସହିତ ମୋଟ ମହଙ୍ଗା ଭତ୍ତାର ପରିମାଣ ୯ ପ୍ରତିଶତରେ ପହଞ୍ଚିଛି।

ବର୍ଦ୍ଧିତ ଭତ୍ତା ୨୦୧୮ ଜୁଲାଇ ୧ ତାରିଖରୁ ପିଛିଲା ଭାବେ ଲାଗୁ ହେବ।

ଏହା ଦ୍ୱାରା ଉଭୟ ରାଜ୍ୟ ସରକାରୀ କର୍ମଚାରୀ ଓ ପେନସନ୍‌ ଭୋଗୀ ଉପକୃତ ହେବେ। ୱାର୍କ ଚାର୍ଜ କର୍ମଚାରୀ  ଓ ପୂର୍ଣ୍ଣ ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଶିକ୍ଷକ କର୍ମଚାରୀ ବି ବର୍ଦ୍ଧିତ ମହଙ୍ଗା ଭତ୍ତା ପାଇବେ।

 

Related story