ବାରିପଦା(ମାଣିକ ଲାଲ ପାଣି): ବାରିପଦାରେ ହେଉଛି ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ଭାଇଚାରାର ଦୁର୍ଗାପୂଜା। ପ୍ରତିବର୍ଷ ଦୁର୍ଗାପୂଜା ଆସିଲେ ଏହି ଭାଇଚାରାର ପୂଜାକୁ ନେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପଲଟିଥାଏ । ୩୫ ବର୍ଷ ଧରି ସାର୍ବଜନୀନ ଦୁର୍ଗାପୂଜାର ମଙ୍ଗ ଧରିଛନ୍ତି ୬୫ ବର୍ଷୀୟା କୋହିନୁର ଇସଲାମ । ବାରିପଦା ସହର ଉପକଣ୍ଠ ତେନ୍ତୁଳିଡିଙ୍ଗାରେ ଏହି ପୂଜା ପାଳିତ ହୋଇ ଆସୁଛି। ତେବେ ଚଳିତବର୍ଷ କୋଭିଡ୍ କଟକଣା ଯୋଗୁଁ ପୂଜା ପାଉଛନ୍ତି ମୂର୍ତ୍ତି ବଦଳରେ ଘଟ । ଆଉ ପ୍ୟାଣ୍ଡେଲରେ ଲାଗିଛି ମା’ଙ୍କ ପ୍ରତିମାର ଫୋଟଚିତ୍ର ।
୩୫ବର୍ଷ ଧରି କର୍ତ୍ତାୟାନୀ ବେଷରେ ପୂଜା ପାଇଥାନ୍ତି ମହାଦେବୀ । ଏହି ପୂଜାର ମଙ୍ଗ ଧରିଛନ୍ତି ସାହିର ମୁରବୀ କୋହିନୁର ଇସଲାମ । କୋହିନୁର ହୁଏତ ଭିନ୍ନ ସମ୍ପ୍ରଦାୟର କିନ୍ତୁ ୩୫ ବର୍ଷ ତଳେ ସାହିର ସମସ୍ତଙ୍କୁ ଏକଜୁଟ କରି ତାଙ୍କ ଉଦ୍ୟମରେ ଆରମ୍ଭ ହୋଇଥିଲା ତେନ୍ତୁଳିଡିଙ୍ଗା ସାର୍ବଜନୀନ ଦୁର୍ଗାପୂଜା । ଆଉ ସେହିଦିନ ଠାରୁ ନିରବଚ୍ଛିନ୍ନ ଭାବେ ପୂଜା କରାଯାଇ କୋହିନୁରଙ୍କ ଭାଇଚାରାର ବାର୍ତ୍ତା ମହକୁଛି ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ସରକାରୀ ଚାକିରି ବେପାର କରୁଥିଲେ 420 ଦମ୍ପତି
ରାଉରକେଲା ଟିମ୍ବର କୋଲୋନୀର ଲକ୍ଷ୍ମୀ ତନ୍ତି ଓ ତାଙ୍କ ସ୍ଵାମୀ ସଂଗ୍ରାମ ସାହୁ ପାଠଶାଠ କମ୍ ପଢ଼ିଛନ୍ତି। ତଥାପି ସରକାରୀ ଚାକିରି ବାଣ୍ଟୁଥିଲେ। ମାସର ଥରେ ବେକରେ ଆଇକାର୍ଡ ପକାଇ ରାଉରକେଲା କୋର୍ଟକୁ ଯାଉଥିଲେ।
Politics
କାଉଣ୍ଟର କଲା ବିଜେପି; ନବ ଦାସଙ୍କ ହତ୍ୟା ବେଳେ କାହିଁକି ଚୁପ୍ ଥିଲେ ଦୀପାଳି-ଆକାଶ?
ଦୀପାଳି କହିଛନ୍ତି, ଅନାସ୍ଥା ଯେତେବେଳେ ଆସିଲା ସେତେବେଳ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କଲା। ଆମେ ହାଇକୋର୍ଟରୁ ନିର୍ଦ୍ଦେଶ ଆଣିଲୁ। ଅନାସ୍ଥା ପାଇଁ ତାରିଖ ଦିଆଗଲା ୧୦ ଜାନୁଆରୀ।
Special
ପ୍ଲାଷ୍ଟିକ୍ ବିରୋଧରେ ବଡ଼ ଲଢେଇ; ମାଗଣାରେ ଯୋଗାଇ ଦିଆଯାଉଛି ଷ୍ଟିଲ୍ ପ୍ଲେଟ, ଗ୍ଲାସ୍
ପରିବେଶ ସୁରକ୍ଷା ପାଇଁ ନୂଆପଡା ଜିଲ୍ଲା ଖରିଆର ରୋଡ୍ର ୨୦ ଜଣ ଯୁବକ ଓ ଯୁବତୀ ମିଶି ଗଢ଼ିଛନ୍ତି ‘ପହଲ’ ଅନୁଷ୍ଠାନ। ଏହି ଅନୁଷ୍ଠାନ ପଲିଥିନ୍ ଓ ପ୍ଲାଷ୍ଟିକ ବିରୋଧରେ ଲଢ଼େଇ ଆରମ୍ଭ କରିଛି।
Weather
୩ ଦିନ ପରେ ବଢ଼ିବ ଶୀତ, କଲବଲ କରିବ ଘନ କୁହୁଡ଼ି!
ଶୀତ ପରେ ରାଜ୍ୟବାସୀଙ୍କୁ କୁହୁଡି କଲବଲ କରିବ। ୧୧ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝର, ଢେଙ୍କାନାଳ, ଅନୁଗୋଳ, କଟକ, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ ଓ କୋରାପୁଟ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ଘନ କୁହୁଡି ହେବାର ସମ୍ଭାବନା ରହିଛି।
Accident
ତଳକୁ ଝୁଲି ରହିଥିଲା ୧୧ କେଭି ବିଦ୍ୟୁତ୍ ତାର, ଉଠାଇବା ବେଳେ ୨ ଗୁରୁତର
ବିଲ ଦେଇ ଯାଇଥିବା ୧୧କେଭି ବିଦ୍ୟୁତ୍ ତାର ତଳକୁ ଝୁଲି ରହିଥିଲା । କୌଣସି ଅଘଟଣ ଆଶଙ୍କାରେ ତାହାକୁ ଉପରକୁ ଉଠାଇଥିଲେ ଧାନ କଟା ମେସିନ୍ର ଡ୍ରାଇଭର ଓ ହେଲପର ।