ରାଜ୍ୟସରକାରଙ୍କୁ ତୀର ମାରିଲେ ଦୂତୀ , କହିଲେ ଝିଅ ପାଇଁ ଟଙ୍କା ଖର୍ଚ୍ଚ କରି ପରେ ଲଜ୍ଜିତ କଲେ ବାପା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସରକାରଙ୍କୁ ତୀର ମାରିଲେ ଦୌଡ଼ରାଣୀ ଦୂତୀ ଚାନ୍ଦ। ସରକାରଙ୍କୁ ‘ବାପା’ ବୋଲି ସମ୍ବୋଧନ କରି କଟାକ୍ଷ ବି କରିଛନ୍ତି। ଦୂତୀଙ୍କୁ ରାଜ୍ୟ ସରକାର କେତେ ଟଙ୍କା ଆର୍ଥିକ ସହାୟତା ଦେଇଛନ୍ତି ଆଜି ସେ ବିଷୟରେ ପୂରା ବିବରଣୀ ଦେବା ପରେ ଦୂତୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏନେଇ ଦୂତୀ ତାଙ୍କ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ, ୫ ବର୍ଷ ଭିତରେ ଝିଅ ପିଛା କେତେ ଟଙ୍କା ଖର୍ଚ୍ଚ […]

7909

Tapas Behera
  • Published: Thursday, 16 July 2020
  • , Updated: 16 July 2020, 09:42 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟସରକାରଙ୍କୁ ତୀର ମାରିଲେ ଦୌଡ଼ରାଣୀ ଦୂତୀ ଚାନ୍ଦ। ସରକାରଙ୍କୁ ‘ବାପା’ ବୋଲି ସମ୍ବୋଧନ କରି କଟାକ୍ଷ ବି କରିଛନ୍ତି। ଦୂତୀଙ୍କୁ ରାଜ୍ୟ ସରକାର କେତେ ଟଙ୍କା ଆର୍ଥିକ ସହାୟତା ଦେଇଛନ୍ତି ଆଜି ସେ ବିଷୟରେ ପୂରା ବିବରଣୀ ଦେବା ପରେ ଦୂତୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଏନେଇ ଦୂତୀ ତାଙ୍କ ଫେସ୍‌ବୁକ୍‌ରେ ଏକ ପୋଷ୍ଟ କରିଛନ୍ତି। ସେଥିରେ ସେ ଲେଖିଛନ୍ତି ଯେ, ୫ ବର୍ଷ ଭିତରେ ଝିଅ ପିଛା କେତେ ଟଙ୍କା ଖର୍ଚ୍ଚ ହୋଇଛି  ବାପା ଦେଲେ ସମସ୍ତ ପ୍ରକାର ହିସାବ। ସେ ଆହୁରୀ ଲେଖିଛନ୍ତି ଯେ, ଏପଟେ ଉପହାର ଦେଇ ସାରା ବିଶ୍ୱରୁ ସମ୍ମାନ ଆଣିଲେ । ଆଉ ସେପଟେ ହିସାବ ଦେଇ ମୋତେ ଲଜ୍ଜିତ କରିଲେ। ଖାଲି ସେତିକି ନୁହେଁ କ୍ରୀଡ଼ା ବିଭାଗ ପକ୍ଷରୁ ଜାରି କରାଯାଇଥିବା ପ୍ରେସ୍‌ ରିଲିଜ୍‌କୁ ମଧ୍ୟ ଦୂତୀ ପୋଷ୍ଟ କରିଥିଲେ। ଯେଉଁଥିରେ ଦୂତୀଙ୍କୁ ରାଜ୍ୟ ସରକାର କେତେ ଟଙ୍କା ଦେଇଥିଲେ ହିସାବ ରହିଛି।

ସୂଚନା ଅନୁଯାୟୀ, ଆଥଲେଟକୁ  ଦୂତି ଚାନ୍ଦଙ୍କ ଖେଳ ଖର୍ଚ୍ଚ ପାଇଁ ୪ କୋଟି ଟଙ୍କା ବ୍ୟୟ ହୋଇଥିତବା   ରାଜ୍ୟ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି। ୨୦୧୫ରୁ ଏଯାବତ୍ ଦୂତିଙ୍କୁ ୪ କୋଟି ୯ ଲକ୍ଷ ଟଙ୍କା ଦିଆଯାଇଥିବା ବିଭାଗ ପକ୍ଷରୁ କୁହାଯାଇଛି।  ୨୦୧୮ ଏସିଆନ୍ ଗେମ୍ସରେ ମେଡାଲ ଜିତିବା ପରେ ୩ କୋଟି ଟଙ୍କା ଆର୍ଥିକ ସହାୟତା ସହ ୨୦୧୫ରୁ ୧୯ ମଧ୍ୟରେ ତାଲିମ ପାଇଁ ୩୦ ଲକ୍ଷ ଟଙ୍କାର ସାହାଯ୍ୟ କରାଯାଇଛି।

ଟୋକିଓ ଅଲିମ୍ପିକ ତାଲିମ ପାଇଁ ୨ଟି ପର୍ଯ୍ୟାୟରେ ଦୂତୀଙ୍କୁ ୫୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା କରାଯାଇଥିବା ରାଜ୍ୟ ସରକାର କହିଛନ୍ତି।  ସେହିପରି ତାଲିମ ଓ ଆର୍ଥିକ ସହାୟତା ପାଇଁ ୨୯ ଲକ୍ଷ ଦେଇଛି ଓଡ଼ିଶା ଖଣି ନିଗମ । ଏହାସହ ଦୂତିଙ୍କୁ ନିଯୁକ୍ତିଦାତା OMC ମାସିକ ଦରମା ବାବଦରେ ୮୪ ହଜାର ୬୦୪ ଟଙ୍କା ପ୍ରଦାନ କରୁଥିବା କହିଛି କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ। କିଛି ଦିନ ପୂର୍ବରୁ ତାଙ୍କ ପାଖରେ ଟଙ୍କା ନଥିବା ଦର୍ଶାଇ ବିଏମଡବ୍ଲ୍ୟୁ କାର ବିକ୍ରି କରିବାକୁ ଦୂତୀ ଚାନ୍ଦ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ । ତେବେ ଦୂତୀ ତାଙ୍କ ଫେସବୁକ୍‌ରେ ଉପରୋକ୍ତ ପ୍ରସଙ୍ଗ ପୋଷ୍ଟ କରି ଏହାକୁ କିଛି ସମୟ ପରେ ଡିଲିଟ୍‌ କରିଦେଇଥିବା ଜଣାପଡ଼ିଛି।

Related story