ଝାରସୁଗୁଡ଼ା ଏୟାରପୋର୍ଟରେ କାର୍ଯ୍ୟକ୍ଷମ ହେବ ଡିଭିଓଆର୍‌ ମେସିନ

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ଝାରସୁଗୁଡାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ସୋମବାରଠାରୁ ଡିଭିଓଆର ମେସିନ କାର୍ଯ୍ୟକ୍ଷମ କରାଯିବ। ଏହା ଦ୍ୱାରା ମେଘୁଆ ପାଗରେ ମଧ୍ୟ ବିମାନ ଅବତରଣ କରିବାରେ ଅସୁବିଧା ହେବନାହିଁ। ଆଜି ଏନେଇ ବିମାନ ବନ୍ଦର ନିର୍ଦ୍ଦେଶକ ଏସ୍‌.କେ. ଚୌହାନ ସୂଚନା ଦେଇଛନ୍ତି। ଗତ କିଛି ଦିନ ଧରି ମେଘୁଆ ପାଗ ଯୋଗୁ ଏଠାରେ ବିମାନ ଉଡ଼ାଣ ତଥା ଅବତରଣ ନେଇ ସମସ୍ୟା ଦେଖାଦେଇଛି। ଏଥିଯୋଗୁ ଯାତ୍ରୀମାନେ ଭୀଷଣ ଅସୁବିଧା ଭୋଗୁଥିଲେ। ଏହି ସମସ୍ୟା ସମାଧାନ […]

Flight-service-from-Jharsuguda-resumes-as-three-flights-take-off-vss-airport1

Manoranjan Sial
  • Published: Sunday, 04 August 2019
  • , Updated: 04 August 2019, 06:36 PM IST

ଝାରସୁଗୁଡ଼ା(ଓଡ଼ିଶା ରିପୋର୍ଟର): ଝାରସୁଗୁଡାସ୍ଥିତ ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ସୋମବାରଠାରୁ ଡିଭିଓଆର ମେସିନ କାର୍ଯ୍ୟକ୍ଷମ କରାଯିବ। ଏହା ଦ୍ୱାରା ମେଘୁଆ ପାଗରେ ମଧ୍ୟ ବିମାନ ଅବତରଣ କରିବାରେ ଅସୁବିଧା ହେବନାହିଁ। ଆଜି ଏନେଇ ବିମାନ ବନ୍ଦର ନିର୍ଦ୍ଦେଶକ ଏସ୍‌.କେ. ଚୌହାନ ସୂଚନା ଦେଇଛନ୍ତି।

ଗତ କିଛି ଦିନ ଧରି ମେଘୁଆ ପାଗ ଯୋଗୁ ଏଠାରେ ବିମାନ ଉଡ଼ାଣ ତଥା ଅବତରଣ ନେଇ ସମସ୍ୟା ଦେଖାଦେଇଛି। ଏଥିଯୋଗୁ ଯାତ୍ରୀମାନେ ଭୀଷଣ ଅସୁବିଧା ଭୋଗୁଥିଲେ। ଏହି ସମସ୍ୟା ସମାଧାନ ପାଇଁ ଗତ ଫେବୃୟାରୀ ମାସରୁ ଡିଭିଓଆର ମେସିନ ଆସିଥିଲେ ହେଁ ଏହାକୁ କାର୍ଯ୍ୟକ୍ଷମ କରାଯାଇ ପାରୁନଥିଲା। ଏବେ ଏହାର ସମସ୍ତ ପ୍ରକ୍ରିୟା ଶେଷ ହୋଇଥିବାରୁ, ସୋମବାରଠାରୁ ଏହାକୁ କାର୍ଯ୍ୟକ୍ଷମ କରାଯିବ। ଏହା କାର୍ଯ୍ୟକ୍ଷମ ହେଲେ ପାଇଲଟକୁ ଅବତରଣ କରିବା ସମୟରେ ସୁବିଧା ହେବ। ମେଘୁଆ ପାଗ ଥିଲେ ମଧ୍ୟ ଭିଜିବିଲିଟି ବଳବତ୍ତର ରହିବ।

Related story