ଶୀତ ଅଧିବେଶନ ପରେ ସମ୍ପୂର୍ଣ୍ଣ ଇ-ବିଧାନସଭା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଓଡ଼ିଶା ବିଧାନସଭାର ସବୁ କାର୍ଯ୍ୟ ଅନଲାଇନରେ ହେବ। ଶୀତ ଅଧିବେଶନ ପରେ ଓଡ଼ିଶାରେ ସମ୍ପୂର୍ଣ୍ଣ ଭାବେ ଇ-ବିଧାନସଭା କାର୍ଯ୍ୟକ୍ଷମ ହେବ। ଇ-ବିଧାନସଭା ସମଗ୍ର ଦେଶରେ ପ୍ରଥମେ ହିମାଚଳ ପ୍ରଦେଶରେ ଆରମ୍ଭ ହୋଇଥିବାବେଳେ ଏବେ ଓଡ଼ିଶା ଓ ପଞ୍ଜାବରେ ଆରମ୍ଭ ହେବାକୁ ଯାଉଛି ବୋଲି ଜଣାପଡ଼ିଛି। ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ ଓଡ଼ିଶା ବିଧାନସଭାକୁ ଇ-ବିଧାନସଭାରେ ପରିଣତ କରିବା ପାଇଁ ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ […]

Odisha Assembly

Odisha Assembly

Tapas Behera
  • Published: Saturday, 31 October 2020
  • Updated: 31 October 2020, 10:03 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଏଣିକି ଓଡ଼ିଶା ବିଧାନସଭାର ସବୁ କାର୍ଯ୍ୟ ଅନଲାଇନରେ ହେବ। ଶୀତ ଅଧିବେଶନ ପରେ ଓଡ଼ିଶାରେ ସମ୍ପୂର୍ଣ୍ଣ ଭାବେ ଇ-ବିଧାନସଭା କାର୍ଯ୍ୟକ୍ଷମ ହେବ। ଇ-ବିଧାନସଭା ସମଗ୍ର ଦେଶରେ ପ୍ରଥମେ ହିମାଚଳ ପ୍ରଦେଶରେ ଆରମ୍ଭ ହୋଇଥିବାବେଳେ ଏବେ ଓଡ଼ିଶା ଓ ପଞ୍ଜାବରେ ଆରମ୍ଭ ହେବାକୁ ଯାଉଛି ବୋଲି ଜଣାପଡ଼ିଛି।

ଏ ସମ୍ପର୍କରେ ପ୍ରତିକ୍ରିୟା ଦେଇ ବିଧାନସଭା ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ଯେ ଓଡ଼ିଶା ବିଧାନସଭାକୁ ଇ-ବିଧାନସଭାରେ ପରିଣତ କରିବା ପାଇଁ ସମସ୍ତ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଂଚିଛି। ବିଧାନସଭା ସମ୍ପୂର୍ଣ୍ଣ ଭାବେ ପେପରମୁକ୍ତ ହେବ। ଚଳିତ ସପ୍ତାହରୁ ସମସ୍ତ ବିଧାୟକ ଓ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦିଆଯିବ। ବିଧାନସଭା କର୍ମଚାରୀମାନଙ୍କୁ ୩୮୩ଟି କମ୍ପ୍ୟୁଟର ଯୋଗାଇ ଦିଆଯାଇଥିବାବେଳେ ବିଧାୟକମାନଙ୍କୁ କମ୍ପ୍ୟୁଟର ଓ ଆଇପ୍ୟାଡ୍ ଦିଆଯାଇଛି। ବିଧାନସଭାକୁ ୱାଇଫାଇ କରାଯାଇଛି। ବିଧାନସଭା ଭିତରେ ୨ଟି ଭିଡିଓ କନଫରେନ୍ସିଂ ହଲ୍ ଥିବାବେଳେ ଗୋଟିଏ ହଲ୍ ବିଧାୟକମାନଙ୍କ ପାଇଁ ରଖାଯାଇଛି। ୨୪ଘଣ୍ଟା ଭିତରେ ବିଧାନସଭାର ସବୁ କାମ ହୋଇପାରିବ। ସମସ୍ତ କର୍ମଚାରୀ ଫାଇଲ କାର୍ଯ୍ୟ କମ୍ପ୍ୟୁଟରରେ କରିବେ।

ଇ-ବିଧାନସଭା ନିମନ୍ତେ କେନ୍ଦ୍ର ସରକାର ବୈଷୟିକ ଓ ଆର୍ଥିକ ସହାୟତା ଯୋଗାଇ ଦେଉଛନ୍ତି। ଏହି କାର୍ଯ୍ୟ ପାଇଁ କେନ୍ଦ୍ର ସରକାର କେନ୍ଦ୍ର ସରକାର ୬୦ ପ୍ରତିଶତ ଓ ରାଜ୍ୟ ସରକାର ୪୦ ପ୍ରତିଶତ ଅନୁଦାନ ଦେଉଛନ୍ତି ବୋଲି ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos