ହାଇକୋର୍ଟରେ ଇ-ଫାଇଲିଂ ସେଣ୍ଟର ଶୁଭାରମ୍ଭ, କମିବ କାଗଜର ବ୍ୟବହାର

କଟକ(ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟର ଆଇନଜୀବୀଙ୍କ ପାଇଁ ଇ-ଫାଇଲିଂ ସେଣ୍ଟର ଶୁଭାରମ୍ଭ ହୋଇଛି। ଏହାଛଡ଼ା ହାଇକୋର୍ଟ ରେକର୍ଡ ରୁମ୍‌ର ଡିଜି ଟାଇସନ ଓ ହାଇକୋର୍ଟର ବେଞ୍ଚ ଗୁଡ଼ିକୁ ସମ୍ପୂର୍ଣ୍ଣ ପେପର୍‌ ଲେସ୍‌ ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏ ସମସ୍ତ ବ୍ୟବସ୍ଥାକୁ ବିଚାରପତି ତଥା ସୁପ୍ରିକୋର୍ଟ ଇ-କମିଟି ଅଧ୍ୟକ୍ଷ ଡ. ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ ଭର୍ଚୁଆଲ୍‌ ମୋଡ୍‌ରେ ଲୋକାର୍ପିତ କରିଛନ୍ତି। ଆଜି କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଜଷ୍ଟିସ ଏସ୍‌ ମୂରଲୀଧର, ଅନ୍ୟ ସମସ୍ତ […]

Orissa High Court

Manoranjan Sial
  • Published: Saturday, 11 September 2021
  • , Updated: 12 September 2021, 09:42 AM IST

କଟକ(ଓଡ଼ିଶା ରିପୋର୍ଟର): ଓଡ଼ିଶା ହାଇକୋର୍ଟର ଆଇନଜୀବୀଙ୍କ ପାଇଁ ଇ-ଫାଇଲିଂ ସେଣ୍ଟର ଶୁଭାରମ୍ଭ ହୋଇଛି। ଏହାଛଡ଼ା ହାଇକୋର୍ଟ ରେକର୍ଡ ରୁମ୍‌ର ଡିଜି ଟାଇସନ ଓ ହାଇକୋର୍ଟର ବେଞ୍ଚ ଗୁଡ଼ିକୁ ସମ୍ପୂର୍ଣ୍ଣ ପେପର୍‌ ଲେସ୍‌ ବ୍ୟବସ୍ଥାର ମଧ୍ୟ ଶୁଭାରମ୍ଭ କରାଯାଇଛି। ଏ ସମସ୍ତ ବ୍ୟବସ୍ଥାକୁ ବିଚାରପତି ତଥା ସୁପ୍ରିକୋର୍ଟ ଇ-କମିଟି ଅଧ୍ୟକ୍ଷ ଡ. ଜଷ୍ଟିସ ଡି ୱାଇ ଚନ୍ଦ୍ରଚୁଡ ଭର୍ଚୁଆଲ୍‌ ମୋଡ୍‌ରେ ଲୋକାର୍ପିତ କରିଛନ୍ତି।

ଆଜି କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି ଡ. ଜଷ୍ଟିସ ଏସ୍‌ ମୂରଲୀଧର, ଅନ୍ୟ ସମସ୍ତ ବିଚାରପତି, ଆଡଭୋକେଟ୍‌ ଜେନେରାଲ ଓ ହାଇକୋର୍ଟ ବାର୍‌ ଆସୋସିଏସନ୍‌ ସଭାପତି ଉପସ୍ଥିତ ରହିଥିଲେ। ଇ -ଫାଇଲିଂ ବ୍ୟବସ୍ଥା ଦ୍ଵାରା ଆଇନଜୀବୀମାନେ ସୁରୁଖୁରରେ ସମସ୍ତ ଆବେଦନ କରିପାରିବେ ଓ ସମସ୍ତ ରେକର୍ଡ ସୁରକ୍ଷିତ ରଖାଯାଇପାରିବ। ଏହା ଦ୍ୱାରା ଓଡ଼ିଶା ହାଇକୋର୍ଟରେ କାଗଜର ବ୍ୟବହାର ଅନେକ ପରିମାଣ ରେ ହ୍ରାସ୍‌ ପାଇବ।

Related story