୧୦ ଜିଲ୍ଲାରେ ଇ-ଆଇସିୟୁ ବ୍ୟବସ୍ଥା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱାସ୍ଥ୍ୟସେବାର ଉନ୍ନତି ନିମନ୍ତେ ରାଜ୍ୟ ସରକାର ଇ-ଆଇସିୟୁ ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦିନିକିଆ ଇ-ଆଇସିୟୁ କର୍ମଶାଳାରେ ଏହି ସୂଚନା ଦିଆଯାଇଛି। ଜିଲ୍ଲାସ୍ତରୀୟ ମୁଖ୍ୟ ଚିକିତ୍ସାଳୟରେ ପ୍ରତିଷ୍ଠିତ ଆଇସିୟୁଗୁଡ଼ିକୁ ଏହା ମାଧ୍ୟମରେ ଏସ୍‍ସିବି ମେଡିକାଲ କଲେଜ ଓ ହସ୍ପିଟାଲ ସହିତ ସଂଯୋଗ କରାଯାଇ ପାରିବ। ସି-ଡାକ ଓ ଡିସିଏଲ୍‍ ସଫ୍ଟୱେର ଦ୍ୱାରା ଅନୁବନ୍ଧିତ ଏହି କାର୍ଯ୍ୟକ୍ରମରେ […]

healthcare

Manoranjan Sial
  • Published: Friday, 30 August 2019
  • , Updated: 30 August 2019, 09:58 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସ୍ୱାସ୍ଥ୍ୟସେବାର ଉନ୍ନତି ନିମନ୍ତେ ରାଜ୍ୟ ସରକାର ଇ-ଆଇସିୟୁ ବ୍ୟବସ୍ଥା ଆରମ୍ଭ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ଡାକ୍ତର ପ୍ରମୋଦ କୁମାର ମେହେର୍ଦ୍ଦାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦିନିକିଆ ଇ-ଆଇସିୟୁ କର୍ମଶାଳାରେ ଏହି ସୂଚନା ଦିଆଯାଇଛି।

ଜିଲ୍ଲାସ୍ତରୀୟ ମୁଖ୍ୟ ଚିକିତ୍ସାଳୟରେ ପ୍ରତିଷ୍ଠିତ ଆଇସିୟୁଗୁଡ଼ିକୁ ଏହା ମାଧ୍ୟମରେ ଏସ୍‍ସିବି ମେଡିକାଲ କଲେଜ ଓ ହସ୍ପିଟାଲ ସହିତ ସଂଯୋଗ କରାଯାଇ ପାରିବ। ସି-ଡାକ ଓ ଡିସିଏଲ୍‍ ସଫ୍ଟୱେର ଦ୍ୱାରା ଅନୁବନ୍ଧିତ ଏହି କାର୍ଯ୍ୟକ୍ରମରେ ରାଜ୍ୟର ୧୦ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଆଇସିୟୁକୁ ସଂଯୋଗ କରାଯିବ। ଏହି ଜିଲ୍ଲା ଗୁଡ଼ିକୁ ହେଉଛି କଳାହାଣ୍ଡି, ପୁରୀ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ବଲାଙ୍ଗିର, ନୂଆପଡ଼ା, ବାରିପଦା, ବାଲେଶ୍ୱର ଓ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲ। ଏହି ଆଇସିୟୁଗୁଡିକୁ ଏସ୍‍ସିବି କଟକର ଟେଲି ମେଡିସିନ କେନ୍ଦ୍ର ସହିତ ସଂଯୋଗ କରାଯିବ। ଫଳରେ ଏହି ଜିଲ୍ଲାସ୍ତରୀୟ ଆସିୟୁରେ ଚିକିତ୍ସିତ ଗୁରୁତର ରୋଗୀମାନଙ୍କର ଚିକିତ୍ସା ଓ ରେଫରାଲରେ ମଧ୍ୟ ସୁବିଧା ହେବା ଏହି ଇ-ଆଇସିୟୁ ଯୋଜନା ଦ୍ୱାରା ରେଫରାଲ ବ୍ୟବସ୍ଥାରେ ମଧ୍ୟ ଉନ୍ନତି ଆସିବ ଏବଂ ରୋଗୀଙ୍କର ଚିକିତ୍ସା ସ୍ଥାନରେ ହିଁ ଅତ୍ୟାଧୁନିକ ଜ୍ଞାନକୌଶଳ ଉପଲବ୍ଧ କରାଯାଇ ପାରିବ।

Related story