ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) : ଅତ୍ୟାଧୁନିକ ଟେକ୍ନୋଲୋଜି ଦ୍ୱାରା ରାଜ୍ୟର ୫ଟି ବାଟାଲିଅନ୍କୁ ଅପଗ୍ରେଡ୍ କରାଯିବ। ଇ-ବ୍ୟବସ୍ଥା ଭିତରେ ରହିବେ ରାଜ୍ୟର ମାଲକାନଗିରି, ରାଉରକେଲା, କଟକ, ଢେଙ୍କାନାଳ ଏବଂ ଖୋର୍ଦ୍ଧା ବାଟାଲିଅନ୍। ଏନେଇ ଆଜି ଭୁବନେଶ୍ୱର ପୁଲିସ୍ ଭବନରେ ଆୟୋଜିତ କମାଣ୍ଡାଣ୍ଟ ସମ୍ମିଳନୀରେ ସୂଚନା ଦେଇଛନ୍ତି ପୁଲିସ୍ ମହାନିର୍ଦ୍ଦେଶକ ବି.କେ. ଶର୍ମା ।
ଏହାସହ ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ସବୁ ବାଟାଲିଅନ୍ରେ ଇ-ବ୍ୟବସ୍ଥା ପ୍ରଚଳିତ ହେବ ବୋଲି ସେ ସୂଚନା ଦେଇଛନ୍ତି। ଏହି ଅବସରରେ ୪ ପ୍ରକାର ବାଟାଲିଅନ୍ରେ ସ୍ୱତନ୍ତ୍ର ଲୋଗୋ ଉନ୍ମୋଚନ କରିଛନ୍ତି ପୋଲିସ ମହାନିର୍ଦ୍ଦେଶକ ବିକେ ଶର୍ମା ।