ରାଇରଙ୍ଗପୁରରେ ଭୂମିକମ୍ପ

ରାଇରଙ୍ଗପୁର(ରାଜେଶ ଶର୍ମା): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଆଜି ସକାଳ ୬ଟା ୨୦ ମିନିଟ୍‌ରେ ଏଠାରେ ଭୂମିକମ୍ପ ହୋଇଥିଲା। ରାଇରଙ୍ଗପୁର ସମେତ ବିଷୋୟୀ, ବହଳଦା ଓ ଗୋରୁମହିଷାଣୀ ଅଞ୍ଚଳ ମଧ୍ୟ ଭୂମିକମ୍ପରେ ଥରି ଉଠିଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ଝାଡ଼ଖଣ୍ଡର ଷଢ଼େଇକଳା ଅଞ୍ଚଳ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ଥିଲା। ଏଥିଯୋଗୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଭୂମିକମ୍ପ ଯୋଗୁ କୌଣସି କ୍ଷୟକ୍ଷତି […]

earth-quake

Jyoshna Pradhan
  • Published: Saturday, 20 April 2019
  • , Updated: 20 April 2019, 08:07 AM IST

ରାଇରଙ୍ଗପୁର(ରାଜେଶ ଶର୍ମା): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। ଆଜି ସକାଳ ୬ଟା ୨୦ ମିନିଟ୍‌ରେ ଏଠାରେ ଭୂମିକମ୍ପ ହୋଇଥିଲା।

ରାଇରଙ୍ଗପୁର ସମେତ ବିଷୋୟୀ, ବହଳଦା ଓ ଗୋରୁମହିଷାଣୀ ଅଞ୍ଚଳ ମଧ୍ୟ ଭୂମିକମ୍ପରେ ଥରି ଉଠିଥିଲା। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ଝାଡ଼ଖଣ୍ଡର ଷଢ଼େଇକଳା ଅଞ୍ଚଳ ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୪ ଥିଲା।

ଏଥିଯୋଗୁ ସ୍ଥାନୀୟ ଲୋକେ ଆତଙ୍କିତ ହୋଇପଡ଼ିଥିଲେ। ଭୂମିକମ୍ପ ଯୋଗୁ କୌଣସି କ୍ଷୟକ୍ଷତି ହୋଇଥିବା ସୂଚନା ମିଳିନାହିଁ।

Related story