ବାଲେଶ୍ୱର, ମୟୂରଭଞ୍ଜରେ ଭୂକମ୍ପ ଝଟକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ବିଳମ୍ବିତ ରାତିରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି। ଗତକାଲି ରାତି ପ୍ରାୟ ୨ଟା ୧୩ରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୯ ଥିଲା ବୋଲି ଜାତୀୟ ଭୂକମ୍ପ  କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବାରିପଦା ସହର ସମେତ ବଡ଼ସାହି, ଖୁଣ୍ଟା, ବେତନଟୀ, ମାଣତ୍ରି ଓ ଉଦଳା ଅଞ୍ଚଳରେ ମଧ୍ୟ […]

earth-1

Niharika Rout
  • Published: Friday, 04 December 2020
  • , Updated: 04 December 2020, 08:26 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଗତକାଲି ବିଳମ୍ବିତ ରାତିରେ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇ ନ ଥିବା ସୂଚନା ମିଳିଛି।

ଗତକାଲି ରାତି ପ୍ରାୟ ୨ଟା ୧୩ରେ ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୩.୯ ଥିଲା ବୋଲି ଜାତୀୟ ଭୂକମ୍ପ  କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ବାରିପଦା ସହର ସମେତ ବଡ଼ସାହି, ଖୁଣ୍ଟା, ବେତନଟୀ, ମାଣତ୍ରି ଓ ଉଦଳା ଅଞ୍ଚଳରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଛି।

ତୀବ୍ରତା କମ୍ ଥିବାରୁ କେବଳ ଝଟକା ଅନୁଭୂତ ହୋଇଛି । କିନ୍ତୁ କୌଣସି କ୍ଷୟକ୍ଷତିର ସୂଚନା ମିଳିନାହିଁ । ଭୂକମ୍ପ ଝଟକା ଅନୁଭବ କରିବା ମାତ୍ରେ ଲୋକେ ଭୟଭୀତ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ।

କେବଳ ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ନୁହେଁ ଉତ୍ତରାଖଣ୍ଡର ରାଜ୍ୟର କେତେକ ସ୍ଥାନରେ ମଧ୍ୟ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ଜଣାଯାଇଛି।

Related story