ନିଟ୍‌ ପରୀକ୍ଷାର୍ଥୀଙ୍କ ପାଇଁ ଗଡ଼ିବ ୪ଟି ସ୍ପେଶାଲ୍‌ ଟ୍ରେନ୍‌

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୧୩ ତାରିଖରେ ହେବ ସର୍ବଭାରତୀୟ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌। ୩୧ଟି ପରୀକ୍ଷା କେନ୍ଦ୍ରରେ ୧୫ ହଜାର ପିଲା ପରୀକ୍ଷା ଦେବେ। ପରୀକ୍ଷା ଦେବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସନ୍ତାକାଲି ୪ଟି ସ୍ପେଶାଲ ଟ୍ରେନ ଚଳାଇବ ରେଲୱେ। ଏହି ଟ୍ରେନ୍‌ ଗୁଡ଼ିକ ଖରିଆର ରୋଡ୍‌ରୁ ସମ୍ବଲପୁର ଭାୟା ଟିଟିଲାଗଡ଼, ରାୟଗଡ଼ାରୁ ସମ୍ବଲପୁର, ଭଦ୍ରକରୁ ଭୁବନେଶ୍ୱର ଭାୟା କଟକ ଓ କେନ୍ଦୁଝରରୁ ଭୁବନେଶ୍ୱର ଭାୟା କଟକ ଦେଇ ସ୍ପେଶାଲ ଟ୍ରେନ ଗୁଡ଼ିକ ଚାଲିବ। ଏହା […]

train

Manoranjan Sial
  • Published: Friday, 11 September 2020
  • , Updated: 11 September 2020, 11:04 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆସନ୍ତା ୧୩ ତାରିଖରେ ହେବ ସର୍ବଭାରତୀୟ ମେଡିକାଲ୍‌ ପ୍ରବେଶିକା ପରୀକ୍ଷା ନିଟ୍‌। ୩୧ଟି ପରୀକ୍ଷା କେନ୍ଦ୍ରରେ ୧୫ ହଜାର ପିଲା ପରୀକ୍ଷା ଦେବେ। ପରୀକ୍ଷା ଦେବାକୁ ଆସୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସନ୍ତାକାଲି ୪ଟି ସ୍ପେଶାଲ ଟ୍ରେନ ଚଳାଇବ ରେଲୱେ। ଏହି ଟ୍ରେନ୍‌ ଗୁଡ଼ିକ ଖରିଆର ରୋଡ୍‌ରୁ ସମ୍ବଲପୁର ଭାୟା ଟିଟିଲାଗଡ଼, ରାୟଗଡ଼ାରୁ ସମ୍ବଲପୁର, ଭଦ୍ରକରୁ ଭୁବନେଶ୍ୱର ଭାୟା କଟକ ଓ କେନ୍ଦୁଝରରୁ ଭୁବନେଶ୍ୱର ଭାୟା କଟକ ଦେଇ ସ୍ପେଶାଲ ଟ୍ରେନ ଗୁଡ଼ିକ ଚାଲିବ। ଏହା ଦ୍ୱାରା ଛାତ୍ରଛାତ୍ରୀଙ୍କ ଯିବା ଓ ଆସିବା ବହୁମାତ୍ରାରେ ସମାଧାନ ହେବ ବୋଲି ଆଶା କରାଯାଉଛି।

ନିଟ୍‌ ପରୀକ୍ଷା ଦେବା ପାଇଁ ଗତକାଲି ସୁଦ୍ଧା ୧୩୦୦ ଛାତ୍ରଛାତ୍ରୀ ସରକାରୀ ବ୍ୟବସ୍ଥାରେ ଯିବା, ଆସିବା ଓ ରହଣୀ ପାଇଁ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ପାଇଁ ୫ଟି ଇଞ୍ଜିନିୟରିଂ କଲେଜର ହଷ୍ଟେଲରେ ବ୍ୟବସ୍ଥା କରାଯିବା ସହ ସେଣ୍ଟରରେ ମେଡିକାଲ ଟିମ୍‌ ନିଯୁକ୍ତ କରାଯାଇଛି।

କେନ୍ଦ୍ର ବାହାରେ ଭିଡ଼ ନିୟନ୍ତ୍ରଣ ପାଇଁ ମାଇକ୍‌ ଜରିଆରେ ପିଲାଙ୍କୁ ସଚେତନ କରାଯିବ। ଏହାସହ ପୁଲିସ ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି। ରାଜ୍ୟର ୮୩ଟି କେନ୍ଦ୍ରରେ ପରୀକ୍ଷା ଦେବେ ୩୭ ହଜାରରୁ ଅଧିକ ପରୀକ୍ଷାର୍ଥୀ।

Related story