ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀଙ୍କୁ ୭ ଘଣ୍ଟା ଜେରା କଲା ଇଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୭ ଘଣ୍ଟାର ମାରାଥନ ଜେରା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ରୁ ବାହାରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ। ସକାଳ ପ୍ରାୟ ସାଢେ ୧୦ଟାରୁ ତାଙ୍କୁ ପଚରାଉଚରା କରିବା ପରେ ଛାଡ଼ିଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ। ପୂର୍ବତନ IFS ଅଭୟ ପାଠକଙ୍କ ଆର୍ଥିକ କାରବାର ମାମଲାରେ ପଚରାଉଚରା ପାଇଁ ହାଜର ହେବାକୁ ସୁଜାତାଙ୍କୁ ଇଡି ନୋଟିସ୍‌ କରିଥିଲା। ନୋଟିସ୍‌ ପାଇ ଆଜି ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ ସୁଜାତା ପାଣିଗ୍ରାହୀ। ମଙ୍ଗଳବାର […]

Sujata

  • Published: Wednesday, 19 October 2022
  • , Updated: 19 October 2022, 09:32 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୭ ଘଣ୍ଟାର ମାରାଥନ ଜେରା ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି)ରୁ ବାହାରିଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପତ୍ନୀ ସୁଜାତା ପାଣିଗ୍ରାହୀ। ସକାଳ ପ୍ରାୟ ସାଢେ ୧୦ଟାରୁ ତାଙ୍କୁ ପଚରାଉଚରା କରିବା ପରେ ଛାଡ଼ିଛନ୍ତି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ। ପୂର୍ବତନ IFS ଅଭୟ ପାଠକଙ୍କ ଆର୍ଥିକ କାରବାର ମାମଲାରେ ପଚରାଉଚରା ପାଇଁ ହାଜର ହେବାକୁ ସୁଜାତାଙ୍କୁ ଇଡି ନୋଟିସ୍‌ କରିଥିଲା।

ନୋଟିସ୍‌ ପାଇ ଆଜି ଇଡି କାର୍ଯ୍ୟାଳୟରେ ହାଜର ହୋଇଥିଲେ ସୁଜାତା ପାଣିଗ୍ରାହୀ। ମଙ୍ଗଳବାର ପ୍ରଦୀପଙ୍କ ଝିଅ ଶ୍ରୁତି ପାଣିଗ୍ରାହୀଙ୍କୁ ଦିନ ୧୦ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଜେରା କରାଯାଇଥିଲା। ଟାଟା କମ୍ପାନୀରେ ଚାକିରି କରାଇ ଦେବାକୁ କହି ଅଭୟ ପାଠକଙ୍କ ପୁଅ ଆକାଶ ପାଠକ କୋଟି କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା। ଏପରିକି ଆକାଶ ପାଠକଙ୍କ ଆକାଉଣ୍ଟରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଆକାଉଣ୍ଟକୁ ପ୍ରଚୁର ଟଙ୍କା ଯାଇଥିଲା। ସେହି ଟଙ୍କା ବାବଦରେ ପୂର୍ବରୁ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଇଡି ଜେରା କରିସାରିଥିବା ବେଳେ ଏବେ ତାଙ୍କ ପତ୍ନୀ ଓ ଝିଅଙ୍କୁ ଜେରା କରାଯାଇଛି।

Related story