ଧଳ ସାମନ୍ତ ଭାଇଙ୍କ ୩ ସହଯୋଗୀଙ୍କ ଘରେ ଇଡିର ରେଡ୍‌

କଟକ(ଓଡ଼ିଶା ରିପୋର୍ଟର): ଧଳ ସାମନ୍ତ ଭାଇଙ୍କ ୩ ସହଯୋଗୀଙ୍କ ଘରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ରେଡ୍ କରିଛି। ଏହି ରେଡ୍‌ ଶିବ ଗୋଛି, ଭରତ ଭୂଷଣ ସ୍ୱାଇଁ ଓ କୁନି ଦାସଙ୍କ ଘରେ ଏହି ରେଡ୍ ହୋଇଛି। ବେଆଇନ ଭାବେ ଠୁଳ କରାଯାଇଥିବା ସମ୍ପତ୍ତିର ସନ୍ଧାନ ପାଇଁ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି। ଇଡିର ଏକ ୫ଜଣିଆ ଟିମ୍ ଆଜି ଦିନ ୧୨ଟାରେ କଟକର ଗଣ୍ଡରପୁର ଓ ମହାନଦୀବିହାର ଅଞ୍ଚଳରେ ଥିବା ଭରତଙ୍କ ଘର […]

d-brothers

Rakesh Mallick
  • Published: Friday, 22 September 2017
  • , Updated: 22 September 2017, 10:11 PM IST

କଟକ(ଓଡ଼ିଶା ରିପୋର୍ଟର): ଧଳ ସାମନ୍ତ ଭାଇଙ୍କ ୩ ସହଯୋଗୀଙ୍କ ଘରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ରେଡ୍ କରିଛି। ଏହି ରେଡ୍‌ ଶିବ ଗୋଛି, ଭରତ ଭୂଷଣ ସ୍ୱାଇଁ ଓ କୁନି ଦାସଙ୍କ ଘରେ ଏହି ରେଡ୍ ହୋଇଛି। ବେଆଇନ ଭାବେ ଠୁଳ କରାଯାଇଥିବା ସମ୍ପତ୍ତିର ସନ୍ଧାନ ପାଇଁ ଇଡି ପକ୍ଷରୁ ଚଢ଼ାଉ କରାଯାଇଥିବା ସୂଚନା ମିଳିଛି।

ଇଡିର ଏକ ୫ଜଣିଆ ଟିମ୍ ଆଜି ଦିନ ୧୨ଟାରେ କଟକର ଗଣ୍ଡରପୁର ଓ ମହାନଦୀବିହାର ଅଞ୍ଚଳରେ ଥିବା ଭରତଙ୍କ ଘର ଓ ଅଫିସ ଉପରେ ଚଢାଉ କରିଥିଲା। ସେହିପରି କୁନି ଓ ଶିବ ଗୋଚ୍ଛିଙ୍କ ଘର ସମେତ ୮ଟି ସ୍ଥାନରେ ରେଡ୍ ହୋଇଛି। ପୂର୍ବରୁ ଧଳସାମନ୍ତ ୨ଭାଇଙ୍କ ଅନେକ ସମ୍ପତ୍ତିକୁ ଇଡି ଆଟାଚ କରିସାରିଥିବା ବେଳେ ଅନ୍ୟ ସହଯୋଗୀଙ୍କ ସମ୍ପତ୍ତି ଆଟାଚ ପାଇଁ ପ୍ରକ୍ରିୟା ଆରମ୍ଭ କରିଛି।

Related story