ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ହନିଟ୍ରାପ୍ ତଥା ବ୍ଲାକମେଲିଂ କରି କୋଟି କୋଟି ଟଙ୍କା ଅର୍ଜନ କରିଥିବା ଅର୍ଚ୍ଚନା ନାଗଙ୍କ ଘର ସମେତ ୬ଟି ସ୍ଥାନରେ ଆଜି ସକାଳୁ ହେଉଛି ଇଡି ରେଡ। ଅର୍ଚ୍ଚନାଙ୍କ ମନି ଲଣ୍ଡ୍ରିଂ ଲିଙ୍କ୍ ନେଇ ଏହି ଖୋଳତାଡ଼ ଆରମ୍ଭ ହୋଇଛି। ୬ଟି ସ୍ଥାନରେ ଇଡି ରେଡ ହେଉଥିବା ବେଳେ ସବୁଠାରେ ସିଆରପିଏଫ କର୍ମୀ ମୁତୟନ ହୋଇଛନ୍ତି।
କଳାହାଣ୍ଡି କେସିଙ୍ଗାସ୍ଥିତ ଅର୍ଚ୍ଚନାଙ୍କ ପୈତୃକ ଘର, ବାଲେଶ୍ୱର ଜିଲ୍ଲା ଜଳେଶ୍ୱରରେ ଥିବା ଅର୍ଚ୍ଚନାଙ୍କ ସ୍ୱାମୀ ଜଗବନ୍ଧୁଙ୍କ ଘର, ଅର୍ଚ୍ଚନାଙ୍କ ବିଜନେସ ପାର୍ଟନର ଖଗେଶ୍ୱରଙ୍କ ବାଲିପାଟଣାସ୍ଥିତ ଘର, ତାଙ୍କ ରସୁଲଗଡ଼ ସ୍ଥିତ ସୁପ୍ରିମ ଅଟୋମୋବାଇଲ କାର୍ ଶୋ’ରୁମ୍ରେ ଚଢ଼ାଉ କରାଯାଇଛି। ଏହାବାଦ ଅର୍ଚ୍ଚନାଙ୍କ ସତ୍ୟବିହାରସ୍ଥିତ ଘର ଓ ଅର୍ଚ୍ଚନାଙ୍କ ନାଁରେ ଅଭିଯୋଗ କରିଥିବା ଯୁବତୀଙ୍କ ବାଙ୍କିସ୍ଥିତ ଘରେ ଏକକାଳୀନ ଆଜି ସକାଳୁ ଇଡି ରେଡ କରିଛି।
ଜଳେଶ୍ୱରରେ ଜଗବନ୍ଧୁଙ୍କ ଘର ଉପରେ ଆଜି ସକାଳୁ ଇଡି ରେଡ କରିଛି। କିନ୍ତୁ ପୂର୍ବରୁ ଏନେଇ ସୂଚନା ପାଇ ଘରେ ତାଲା ପକାଇ ତାଙ୍କ ବାପାମା’ଓ ଭାଇ ଫେରାର ହୋଇଯାଇଛନ୍ତି। ତେବେ ଇଡି ଟିମ୍ ସେମାନଙ୍କ ସମ୍ପର୍କୀୟଙ୍କ ନିକଟରୁ ତଥ୍ୟ ସଂଗ୍ରହ କରୁଛି।
[caption id="attachment_780349" align="aligncenter" width="650"]
ଖଗେଶ୍ୱର ପ୍ରଥମେ ରସୁଲଗଡ଼ ସ୍ଥିତ ସୁପ୍ରିମ ଅଟୋମୋବାଇଲ କାର୍ ଶୋ’ରୁମ୍ କରିଥିଲେ। ହେଲେ ଅର୍ଚ୍ଚନାଙ୍କ ସହ ସାକ୍ଷାତ ହେବା ପରେ ପ୍ରାୟ ୪ ବର୍ଷ ପୂର୍ବେ ସେ ନିଜ ବିଜନେସର ସଂପ୍ରସାରଣ କରିଥିଲେ। ଏହାପରେ ହଂସପାଳରେ ଏକ ବଡ଼ କାର୍ ଶୋ’ ରୁମ୍ ଖୋଲିଥିଲେ। ଅର୍ଚ୍ଚନାଙ୍କ ବ୍ଲାକମନିକୁ ଖଗେଶ୍ୱର ବିଜନେସ ମାଧ୍ୟମରେ ହ୍ୱାଇଟ କରୁଥିବା ଚର୍ଚ୍ଚା ହେଉଛି।
ପ୍ରାୟତଃ ୪ ବର୍ଷ ମଧ୍ୟରେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇ ପାରିଛନ୍ତି ଅର୍ଚ୍ଚନା। ରାଜଧାନୀ ଛାତି ଉପରେ ଆଲିସାନ ବଙ୍ଗଳା, ଦାମୀ ଦାମୀ ଗାଡ଼ି, ଆସବାବପତ୍ର ସହ ମୂଲ୍ୟବାନ ଅଳଙ୍କାରରେ ଛାଇ ହୋଇ ରହୁଥିଲେ ଅର୍ଚ୍ଚନା। ତେଣୁ ତାଙ୍କ ରୋଜଗାରର ମାଧ୍ୟମ କ’ଣ ଥିଲା, କେଉଁଠୁ ଏତେ ଟଙ୍କା ଆସୁଥିଲା, ଏହାର ଉଦ୍ଦେଶ୍ୟ କ’ଣ ତାହାର କାରଣ ଖୋଜୁଛି ଇଡି। ତାଙ୍କ ଅପରାଧର ନେଟଓ୍ୱର୍କ କେତେ ବ୍ୟାପକ, ତା କଳାଧନ୍ଦା କିଭଳି ଚାଲୁଥିଲା ସେସବୁ ରହସ୍ୟ ଉପରୁ ଇଡି ପରଦା ହଟାଇବ ବୋଲି ଆଶା କରାଯାଉଛି।
ଅର୍ଚ୍ଚନା ଗିରଫ ହେବା ପରଠୁ, ସେ ଇଡିର ସ୍ମାନରକୁ ଆସି ଯାଇଥିଲେ। ତେବେ ଆଜିର ଚଢ଼ାଉ ପରେ ଇଡି ହାତରେ କ’ଣ ତଥ୍ୟ ଲାଗୁଛି ତାହା ଉପରେ ସମସ୍ତଙ୍କ ନଜର।