ପୂର୍ବତନ ବିଧାୟକ ଅନାମ ନାୟକଙ୍କୁ ଜେରା କରିବ ଇଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆୟ ବହିର୍ଭୂତ ମାମଲାରେ ପୂର୍ବରୁ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକଙ୍କୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଜେରା କରିବ। ମନି ଲଣ୍ଡରିଂ ମାମଲାରେ ଭବାନୀପାଟଣାର ଏହି ପୂର୍ବତନ ବିଧାୟକ ଇଡି ଜେରାର ସମ୍ମୁଖୀନ ହେବେ। ଏପରିକି ଶାସକ ଦଳର ପୂର୍ବତନ ବିଧାୟକ ଅନାମଙ୍କ ପାଖରେ ସମୁଦାୟ କେତେ ଟଙ୍କାର ସମ୍ପତ୍ତି ଅଛି ଏବଂ ଏଥିରୁ ସେ ସଂପତ୍ତି ଆୟ କରିଛନ୍ତି ସେ ବାବଦରେ ମଧ୍ୟ ଇଡି ତଦନ୍ତ କରିବ। […]

anam-naya

Manoranjan Sial
  • Published: Friday, 06 March 2020
  • , Updated: 06 March 2020, 05:37 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର୍‌): ଆୟ ବହିର୍ଭୂତ ମାମଲାରେ ପୂର୍ବରୁ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଥିବା ପୂର୍ବତନ ବିଜେଡି ବିଧାୟକ ଅନାମ ନାୟକଙ୍କୁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ଜେରା କରିବ। ମନି ଲଣ୍ଡରିଂ ମାମଲାରେ ଭବାନୀପାଟଣାର ଏହି ପୂର୍ବତନ ବିଧାୟକ ଇଡି ଜେରାର ସମ୍ମୁଖୀନ ହେବେ। ଏପରିକି ଶାସକ ଦଳର ପୂର୍ବତନ ବିଧାୟକ ଅନାମଙ୍କ ପାଖରେ ସମୁଦାୟ କେତେ ଟଙ୍କାର ସମ୍ପତ୍ତି ଅଛି ଏବଂ ଏଥିରୁ ସେ ସଂପତ୍ତି ଆୟ କରିଛନ୍ତି ସେ ବାବଦରେ ମଧ୍ୟ ଇଡି ତଦନ୍ତ କରିବ।

ଗତ ଜାନୁଆରୀ ୧୭ରେ ପୂର୍ବତନ ବିଧାୟକ ଅନାମଙ୍କ ଭବାନୀପାଟଣା ସହରର ନକଟିଗୁଡ଼ା ବାସଭବନ, ପୁରୁଣାପଡ଼ା ଛକ ନିକଟ ନିର୍ମାଣାଧୀନ ଲଜ୍‌ ଓ ମଦନପୁର-ରାମପୁରସ୍ଥିତ ହୋଟେଲ ‌ଉପରେ ଭିଜିଲାନ୍ସର ତିନିଟି ଟିମ୍ ଏକକାଳୀନ ଚଢ଼ଉ କରିଥିଲା। ଏହି ଚଢଉ ବେଳେ ବହୁ ପରିମାଣର ଜମି ଓ ଅନ୍ୟାନ୍ୟ ସମ୍ପତ୍ତିର କାଗଜପତ୍ର ସହ ସମୁଦାୟ ୩ କୋଟି ୪୨ ଲକ୍ଷ ୯୯ ହଜାର ୪୦୨ ଟଙ୍କାର ସଂପତ୍ତି ଠାବ କରାଯାଇଥିଲା। ବିଭିନ୍ନ ବ୍ୟାଙ୍କରେ ଜମାଥିବା ୪୯ଲକ୍ଷ ଟଙ୍କା ମଧ୍ୟ ଜବତ ହୋଇଥିଲା।

ପୂର୍ବତନ ବିଧାୟକ ଅନାମ ୧ କୋଟି ୫୪ ଲକ୍ଷ ୧୨ ହଜାର ୨୬୦ ଟଙ୍କାର ଆୟ ବହିର୍ଭୂତ ସଂପତ୍ତି ଠୁଳ କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହେବା ପରେ ତାଙ୍କୁ ଭିଜିଲାନ୍ସ ଗିରଫ କରି କୋର୍ଟ ଚାଲାଣ କରିଥିଲା। ୧୯୮୫, ଜାନୁଆରୀରେ ରାଜସ୍ୱ ବିଭାଗରେ ଅନାମ କନିଷ୍ଠ କିରାଣି ଭାବେ ଯୋଗ ଦେଇଥିଲେ। ଚାକିରିରୁ ସ୍ୱେଚ୍ଛାକୃତ ଅବସର ନେଇ ପରବର୍ତ୍ତୀ ସମୟରେ ସେ ରାଜନୀତିରେ ଯୋଗ ଦେଇଥିଲେ। ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ସେ ଭବାନୀପାଟଣା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଥିଲେ। ତାଙ୍କ ବିରୋଧରେ ଆୟ ବହିର୍ଭୂତ ସଂମ୍ପତ୍ତି ଠୁଳ ଅଭିଯୋଗ ନେଇ କୋରାପୁଟ ଭିଜିଲାନ୍ସ ଥାନାରେ ଜାନୁଆରୀ ୨୨ରେ ଦୁର୍ନୀତି ନିବାରଣ ଆଇନର ଧାରା ୧୩(୨) ଓ ୧୩(୧)(ବି)ରେ ମାମଲା ରୁଜୁ ହୋଇଥିଲା।

Related story