ପ୍ରଭାତଙ୍କ ପାଇଁ ବଢ଼ି ପାରେ ଅଡୁଆ, ଇଡି କରିପାରେ ଜେରା!

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପାଇଁ  ଅଡୁଆ ବଢିପାରେ। ସିସୋର ଲିଙ୍କ୍ ନେଇ ପ୍ରଭାତଙ୍କୁ ସିବିଆଇ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଜେରା କରିପାରେ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଯୁଗ୍ମ ନିର୍ଦ୍ଦେଶ ଓ ସହକାରୀ ନିର୍ଦ୍ଦେଶକ ଆଜି ସିବିଆଇ କାର୍ଯ୍ୟାଳୟକୁ ଯାଇ ବରିଷ୍ଠ ଅଧିକାରୀଙ୍କୁ ଭେଟିବା ସହ ଏନେଇ ଇସାର ଦେଇଛନ୍ତି। ତେଣୁ ଏହି ଠକେଉ ମାମାଲାରେ ଆଉ କିଛି ବଡ଼ ଧରଣର ଗୁମର ଥିବା ଅନୁମାନ କରାଯାଉଛି। ସିସୋର ଟଙ୍କା କେଉଁ ପ୍ରଭାବଶାଳୀଙ୍କ ପକେଟ୍‌କୁ ଯାଇଛି, ଇଡି ତାର ଖୋଳତାଡ କରିବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଇଡି ଯୁଗ୍ମ ନିର୍ଦ୍ଦେଶକ ମାଧବ ମିଶ୍ର କହିଛନ୍ତି, ରାଜ୍ୟର ସବୁ ଚିଟ୍‌ଫଣ୍ଡ ସଂସ୍ଥା ଉପରେ ଆଲୋଚନା କରିଛି।

ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳ ୧୧ଟି ଡ୍ରାପ୍ଟ ମାଧ୍ୟରେ ରାଜଲକ୍ଷ୍ମୀ ଜେନା ନାମକ ଜଣେ ମହିଳାଙ୍କଠାରୁ ୯ ଲକ୍ଷରୁ ଅଧିକ ଟଙ୍କା ଦେଇଥିଲେ। ସେଇ ମହିଳାଙ୍କ ସମ୍ପର୍କରେ ମୁହଁ ଖୋଲିଛନ୍ତି ତାଙ୍କ ଭାଇ ଆରତ।

ସେ କହିଛନ୍ତି-“ଭାଇଙ୍କ ଜଣେ ବନ୍ଧୁଙ୍କ ପତ୍ନୀ ହେଉଛନ୍ତି ରାଜଲକ୍ଷ୍ମୀ। ତାଙ୍କଠାରୁ ଧାର ସୂତ୍ରରେ ଆସିଥିବା ଟଙ୍କାକୁ ଫେରସ୍ତ କରାଯାଇଥିଲା। ଏଥିପାଇଁ ଭାଇ ଡ୍ରାଫ୍ଟ କାଟି ଦେଇଥିଲେ। ମାତ୍ର ଭାଉଜଙ୍କ ଆକାଉଁଣ୍ଟରୁ ଟଙ୍କା ଯାଇଥିଲା।”

ଅନ୍ୟପକ୍ଷରେ ଆଜି ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଆଜି କୋର୍ଟରେ ହାଜର କରାଇଥିଲା। ପରେ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

ଆହୁରି ପଢ଼ନ୍ତୁ

ହାଜତ ମୃତ୍ୟୁକୁ ନେଇ କୋଡ଼ିଙ୍ଗାରେ ପ୍ରବଳ ଉତ୍ତେଜନା, ପୁଲିସର ଫ୍ଲାଗମାର୍ଚ୍ଚ

ନବୀନଙ୍କ ପଞ୍ଚମ ପାଳିରେ କେଉଁ ବିଭାଗ ମନ୍ତ୍ରୀଙ୍କ ପାଇଁ କ’ଣ ରହିଛି ଚ୍ୟାଲେଞ୍ଜ ?

ପୂଜା କରୁଥିବା ବେଳେ ପୂଜକଙ୍କ ଉପରେ ମାଡ଼ିଗଲା ଗାଡ଼ି

୧୮୫ କିଲୋମିଟର ବେଗରେ ବହିବ ପବନ, ଦେଢ ମିଟର ଉଚ୍ଚରେ ଉଠିବ ଜୁଆର

ଏଠି ରାତିରେ ଟଣା ହୁଏ ରଥ

“ବରେନ୍ଦ୍ର କୃଷ୍ଣଙ୍କ ସାହିତ୍ୟ, ସାମ୍ବାଦିକତା ଉପରେ ଗବେଷଣା ହେଉ”

ବଢ଼ି ଚାଲିଛି ଖାକି ଉତ୍ପାତ: ପବ୍ଲିକ୍‌ ଉପରେ ପୁଲିସର ଦାଦାଗିରି, ଦୁଇଟି ଭିଡିଓ ଭାଇରାଲ୍‌

ହିତାଧିକାରୀଙ୍କ ସଂଖ୍ୟାକୁ ବଢ଼ାଇ କାଳିଆ ଯୋଜନାରେ ହୋଇଛି ମହାଘୋଟାଲା:ବିଜେପି

ମନ୍ଦିରକୁ ଡାକି ପ୍ରେମିକାକୁ ହାଣିଲା, ନିଜେ ବି ହାଣିହେଲା

କେହି ଅଟକାଇଲେନି, ମ୍ୟାଟ୍ରିକ୍ ପରୀକ୍ଷା କେନ୍ଦ୍ରରେ ପଶି ପିଲାଙ୍କୁ କପି ଯୋଗାଇଲେ ଶହଶହ ଗ୍ରାମବାସୀ, ଦେଖନ୍ତୁ ଭିଡ଼ିଓ

‘ଓଡ଼ିଶା ବନ୍ଦ’ ପାଇଁ ଜିଲ୍ଲାପାଳଙ୍କୁ ସତର୍କ କରାଇଲେ ସରକାର, ସକାଳ ୯.୩୦ ସୁଦ୍ଧା ଅଫିସ୍ ଆସିବେ ସରକାରୀ କର୍ମଚାରୀ

‘ଯାତ୍ରା ଲେଖକଙ୍କୁ ମିଳୁ ସାହିତ୍ୟ ଏକାଡେମୀ ପୁରସ୍କାର’