ଆଜିଠୁ ୭ ଦିନିଆ ରିମାଣ୍ଡରେ ଯିବେ ଅର୍ଚ୍ଚନା, ଘାଣ୍ଟିବ ଇଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଲେଡି ବ୍ଲାକମେଲର ତଥା ହନିଟ୍ରାପ କୁଇନ ଅର୍ଚ୍ଚନା ନାଗଙ୍କୁ ଆଜିଠାରୁ ରିମାଣ୍ଡରେ ନେଇ ପଚରାଉଚରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ଅର୍ଚ୍ଚନାଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ କୋର୍ଟ। ରିମାଣ୍ଡରେ ନେଇ ୧୩ ତାରିଖରେ ହାଜର କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି । ଅର୍ଚ୍ଚନାଠାରୁ ହନିଟ୍ରାପ ତଥା ବ୍ଲାକମେଲ୍‌ର କଳା କାହାଣୀ ଉଗାରିବାକୁ ୧୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଇଡି। […]

archana

  • Published: Tuesday, 06 December 2022
  • , Updated: 06 December 2022, 09:46 AM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):  ଲେଡି ବ୍ଲାକମେଲର ତଥା ହନିଟ୍ରାପ କୁଇନ ଅର୍ଚ୍ଚନା ନାଗଙ୍କୁ ଆଜିଠାରୁ ରିମାଣ୍ଡରେ ନେଇ ପଚରାଉଚରା କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ଅର୍ଚ୍ଚନାଙ୍କୁ ୭ ଦିନ ରିମାଣ୍ଡରେ ନେବାକୁ ଇଡିକୁ ଅନୁମତି ଦେଇଛନ୍ତି ଖୋର୍ଦ୍ଧା ଜିଲ୍ଲା ଦୌରାଜଜ୍ କୋର୍ଟ। ରିମାଣ୍ଡରେ ନେଇ ୧୩ ତାରିଖରେ ହାଜର କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।

ଅର୍ଚ୍ଚନାଠାରୁ ହନିଟ୍ରାପ ତଥା ବ୍ଲାକମେଲ୍‌ର କଳା କାହାଣୀ ଉଗାରିବାକୁ ୧୫ ଦିନ ରିମାଣ୍ଡରେ ନେବାକୁ ଆବେଦନ କରିଥିଲା ଇଡି। ହେଲେ କେବଳ ୭ ଦିନ ପାଇଁ ଅନୁମତି ମିଳିଛି ।  ଗତକାଲି କୋର୍ଟରେ ହାଜର ବେଳେ ପୁଲିସ ବିରୋଧରେ ଗର୍ଜିଥିବା ଅର୍ଚ୍ଚନା ସବୁ ଗୁମର ଖୋଲିପାରେ ବୋଲି ଚର୍ଚ୍ଚା ହେଉଛି  ।

ଝାରପଡ଼ା ଜେଲ୍‌ରୁ ହାଜର ପାଇଁ ଗତକାଲି ଖୋର୍ଦ୍ଧା ଜିଲ୍ଲା ଦୌରାଜଜଙ୍କ କୋର୍ଟକୁ ଅର୍ଚ୍ଚନାକୁ ଅଣାଯାଇଥିଲା  । ଇଡ଼ିର ପ୍ରଡ଼କ୍ସନ ପିଟିସନ୍ ଫାଇଲ୍ ଆଧାରରେ କୋର୍ଟରେ ଅର୍ଚ୍ଚନାକୁ ହାଜର କରାଯାଇଥିଲା  । କୋର୍ଟ ବାହାରେ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ଗର୍ଜିଥିବା ଅର୍ଚ୍ଚନା କିନ୍ତୁ କୋର୍ଟ ଭିତରେ କାନ୍ଦିଥିବା ସୂଚନା ମିଳିଥିଲା।  ସେପଟେ ଇଡ଼ି ଫାଇଲ୍‌ରେ ଥିବା ଅନ୍ୟତମ ଅଭିଯୁକ୍ତ ଥିବା ଅର୍ଚ୍ଚନାର ସ୍ୱାମୀ ଜଗବନ୍ଧୁ ଆସନ୍ତାକାଲି କୋର୍ଟରେ ହାଜର ହେବ । ତାକୁ ବି ରିମାଣ୍ଡରେ ନେଇପାରେ ଇଡ଼ି । କୋର୍ଟଙ୍କ ଅନୁମତି ମିଳିଲେ ଚାନ୍ଦ ଦଂପତିକୁ ଇଡ଼ି ସାମ୍ନାସାମ୍ନି ଜେରା କରିପାରେ ବୋଲି ସୂଚନା ମିଳିଛି ।

ଅର୍ଚ୍ଚନାଙ୍କୁ ରିମାଣ୍ଡରେ ନେବା ପୂର୍ବରୁ ଇଡି  ପ୍ରଶ୍ନର ତାଲିକା ପ୍ରସ୍ତୁତ କରି ସାରିଥିବା ଜଣାଯାଇଛି। ଏହା ମଧ୍ୟରେ ଇଡି ଅର୍ଚ୍ଚନାଙ୍କ ସହଯୋଗୀ କୁହାଯାଉଥିବା ଶ୍ରଦ୍ଧାଞ୍ଜଳି, ଫିଲ୍ମ ପ୍ରଡ୍ୟୁସର ଅକ୍ଷୟ ପରିଜା,  ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ, ଠିକାଦାର ପବିତ୍ର ପାତ୍ରଙ୍କ ସମେତ ହୋଟେଲ ବ୍ୟବସାୟୀ, ଜମି ବିଲଡର, ବିଧାୟକଙ୍କ ଭାଇଙ୍କୁ ବି ପଚରାଉଚରା କରି ସରିଛି।

ମୁଖ୍ୟତଃ ଅର୍ଚ୍ଚନାଙ୍କ ହନିଟ୍ରାପ କାହାଣୀ ସାଙ୍ଗକୁ  ଭୁବନେଶ୍ୱର ସତ୍ୟବିହାରସ୍ଥିତ ତାଙ୍କ ଆଲିସାନ ଘର ତିଆରି ପାଇଁ କେତେ ଟଙ୍କା ଖର୍ଚ୍ଚ ହୋଇଥିଲା ସେ ନେଇ ଘାଣ୍ଟିବ ଇଡି।  ଅର୍ଚ୍ଚନାଙ୍କ  ଘର ତିଆରି ପାଇଁ ଦାମୀ ସାମଗ୍ରୀ ସବୁ କେଉଁଠୁ ଆସିଥିଲା ? କିଏ ସବୁ ସାମଗ୍ରୀ ଯୋଗାଇଥିଲେ ? ଯେଉଁଠି ଘର ତିଆରି ହୋଇଛି ସେହି ଜମି କାହାର ? ଏଭଳି ଏକାଧିକ ପ୍ରଶ୍ନର ଉତ୍ତର ଖୋଜୁଛି ଇଡ଼ି  ।

ଅର୍ଚ୍ଚନାଙ୍କ ସତ୍ୟବିହାରଅସ୍ଥିତ ଘର ତିଆରି କରିଥିବା ଠିକାଦାର ପବିତ୍ର ପାତ୍ରଙ୍କୁ ସୋମବାର ପ୍ରାୟ ୧୩ ଘଣ୍ଟା ଧରି ଜେରା କରି ଇଡ଼ି ବହୁ କିଛି ତଥ୍ୟ ଆଦାୟ କରିଛି । ପବିତ୍ରଙ୍କୁ ପଚରାଉଚରା ଭିତରେ ଅର୍ଚ୍ଚନାଙ୍କ ଆକାଉଣ୍ଟରୁ ପବିତ୍ରଙ୍କ ଆକାଉଣ୍ଟକୁ ଲକ୍ଷ ଲକ୍ଷ ଟଙ୍କା ଟ୍ରାଞ୍ଜାକସନ ହୋଇଥିବା ସୁରାଗ୍ ମିଳିଛି । ତେବେ ଇଡ଼ିରୁ ବାହାରିବା ପରେ ମିଡ଼ିଆକୁ ପ୍ରତିକ୍ରିୟା ଦେଇ ପବିତ୍ର କହିଥିଲେ, ଇଡି ଯାହା ସବୁ ତଥ୍ୟ ମାଗିଛି, ସବୁ ତଥ୍ୟ ଦେଇଦେଇଛି ।

Related story