ନିଆଁ ଲଗାଇଲାଣି ଖାଇବା ତେଲ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପେଟ୍ରୋଲ, ଡିଜେଲ୍ କଥା ଛାଡ଼ନ୍ତୁ । ଖାଇବା ତେଲ ଦର ଏବେ ଖାଉଟିଙ୍କୁ କଲବଲ କରୁଛି । ୧୫ ଦିନ ତଳେ ଦର ସାମାନ୍ୟ ତଳମୁହାଁ ହୋଇଥିଲା, ଏବେ କିନ୍ତୁ ଧାର୍ଯ୍ୟ ଦରଠାରୁ ଲିଟର ପିଛା ପ୍ରାୟ ୧୦ ଟଙ୍କାରୁ ଅଧିକ ମହଙ୍ଗା ହୋଇଛି । ଏଭଳି ଅଚାନକ ଦରବୃଦ୍ଧିକୁ ନେଇ ସାଧାରଣ ଖାଉଟି ଏବଂ ଷ୍ଟ୍ରିଟ୍ ଫୁଡ୍ ବ୍ୟବସାୟୀ ଚିନ୍ତାରେ ପଡ଼ିଛନ୍ତି। ସରକାରଙ୍କ ତଥ୍ୟ ବି ଚମକାଇଲା ଭଳି । ୨୦୧୬ ପରଠାରୁ […]

Oil

Tapas Behera
  • Published: Sunday, 08 August 2021
  • , Updated: 08 August 2021, 07:26 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ପେଟ୍ରୋଲ, ଡିଜେଲ୍ କଥା ଛାଡ଼ନ୍ତୁ । ଖାଇବା ତେଲ ଦର ଏବେ ଖାଉଟିଙ୍କୁ କଲବଲ କରୁଛି । ୧୫ ଦିନ ତଳେ ଦର ସାମାନ୍ୟ ତଳମୁହାଁ ହୋଇଥିଲା, ଏବେ କିନ୍ତୁ ଧାର୍ଯ୍ୟ ଦରଠାରୁ ଲିଟର ପିଛା ପ୍ରାୟ ୧୦ ଟଙ୍କାରୁ ଅଧିକ ମହଙ୍ଗା ହୋଇଛି । ଏଭଳି ଅଚାନକ ଦରବୃଦ୍ଧିକୁ ନେଇ ସାଧାରଣ ଖାଉଟି ଏବଂ ଷ୍ଟ୍ରିଟ୍ ଫୁଡ୍ ବ୍ୟବସାୟୀ ଚିନ୍ତାରେ ପଡ଼ିଛନ୍ତି। ସରକାରଙ୍କ ତଥ୍ୟ ବି ଚମକାଇଲା ଭଳି । ୨୦୧୬ ପରଠାରୁ ଚଳିତ ବର୍ଷ ହିଁ ସବୁଠୁ ଅଧିକ ବଢ଼ିଛି ଖାଇବା ତେଲ ଦର।

ପ୍ରାୟ ୧୫ ଦିନ ତଳେ ଖାଇବା ତେଲ ଦର ଲିଟର ପିଛା ଖସିଥିଲା ୧୫ରୁ ୨୦ ଟଙ୍କା।  ଆଶା କରାଯାଉଥିଲା ପେଟ୍ରୋଲ୍ କି ଡିଜେଲ୍ ଦାମ୍ ନହେଲା ନାହିଁ, ଅନ୍ତତଃ ହାଣ୍ଡିଶାଳରେ ବୋଝ କମିବ।  କିନ୍ତୁ କଣ ହେଲା କେଜାଣି କିଛିଦିନ ହେଲା ପୁଣି ବେଲଗାମ୍ ହୋଇ ବଢ଼ିଚାଲିଛି । ରୋଷେଇ ଘରର ଏହି ଅତ୍ୟାବଶ୍ୟକ ସାମଗ୍ରୀ ଦାମ୍ । ବହୁଳ ମାତ୍ରାରେ ବ୍ୟବହାର ହେଉଥିବା ଯେଉଁ ପାମୋଲିନ୍ ଲିଟର ପିଛା ଥିଲା ୮୦ରୁ ୮୫ ଟଙ୍କା । ତାହା ଏବେ ୧୨୫ରୁ ୧୩୦କୁ ଛୁଇଁଛି।  କେବଳ ପାମୋଲିନ୍ କାହିଁକି, ସନଫ୍ଲାୱାରଠୁ ଆରମ୍ଭ କରି ସୋରିଷ ତେଲ, ବନସ୍ପତି ଆଦିର ଦାମ୍ ବି ଆକାଶ ଛୁଆଁ ହୋଇଛି । ଫଳରେ ସାଧାରଣ ଘରର ଗୃହିଣୀ ଏବେ ଖର୍ଚ୍ଚକାଟ୍ କରି ଚଳାଇ ନେଉଛନ୍ତି ତାଙ୍କ ତେଲଲୁଣର ସଂସାର ।

କେବଳ ରାଜ୍ୟ ନୁହେଁ, ଦେଶବ୍ୟାପି ଖାଇବା ତେଲର ଦାମ୍ ବଢ଼ିଥିବା ସ୍ୱୀକାର କରିଛନ୍ତି କେନ୍ଦ୍ର ଖାଦ୍ୟ ଓ ଖାଉଟୀ ବ୍ୟାପାର ମନ୍ତ୍ରୀ ପିୟୁଷ ଗୋୟଲ।  ସଂସଦରେ ଉତ୍ତର ରଖି କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ୨୦୧୬ରୁ ଦେଖିଲେ ଚଳିତ ବର୍ଷ ଖାଇବା ତେଲ ଦର ସବୁଠାରୁ ଅଧିକ ବଢ଼ିଛି । ଖୁଚୁରା ବଜାରରେ ସନଫ୍ଲାୱାର ତେଲ ଦର ସବୁଠୁ ଅଧିକ ୪୦.୬ %, ସୋୟାବିନ୍ ୩୭% ଏବଂ ପାମୋଲିନ୍ ଦରରେ ୩୫. ୩ % ବୃଦ୍ଧି ଘଟିଛିା ଗତବର୍ଷ ତୁଳନାରେ ସୋରିଷ ତେଲ ୨୯ % ବଢ଼ିଥିବାବେଳେ ଚିନାବାଦାମ୍ ତେଲ ୧୭ % ଏବଂ ବନସ୍ପତି ଦର ୩୫% ବଢ଼ିଛି। ମନ୍ତ୍ରୀଙ୍କ କହିବା କଥା, କରୋନା କାଳରେ ଅନ୍ତର୍ଜାତୀୟ ମାର୍କେଟରେ ଦରବୃଦ୍ଧି, ଲୋକଙ୍କ ଚାହିଦା ଏବଂ ପ୍ରତିକୂଳ ପାଣିପାଗ ଯୋଗୁ ଘରୋଇ ଉତ୍ପାଦନ ବି ହ୍ରାସ ପାଇଛି। ରାଜ୍ୟ ବ୍ୟବସାୟୀ ସଂଘ ଆଶା ରଖିଛି, ୧୫ ତାରିଖ ପରେ ଦରରେ ସାମାନ୍ୟ ସୁଧାର ଆସିପାରେ।

Related story