କ୍ଲାସ୍ ନକଲେ ଫେଲ୍‌ !

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁକ୍ତ ଦୁଇରେ ଆସିବ ବ୍ୟାପକ ସଂସ୍କାର। ଏଣିକି ଦ୍ୱିତୀୟ ବର୍ଷ ଭଳି ପ୍ରଥମ ବର୍ଷରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୫ ପ୍ରତିଶତ ରହିବା ବାଧ୍ୟତା ମୂଳକ। ନଚେତ୍ ଦ୍ୱିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ହୋଇପାରିବେନି ଛାତ୍ରଛାତ୍ରୀ। ଏହାସହ ପ୍ରଥମ ବର୍ଷ କୋର୍ସର ୨୦ ରୁ ୩୦ ପ୍ରତିଶତ ପାଠ ଦ୍ୱିତୀୟ ବର୍ଷ ଫାଇନାଲ୍ ପରୀକ୍ଷାରେ ଆସିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏକାଡେମିକ୍ କାଉନ୍‌ସିଲକୁ ପ୍ରସ୍ତାବ ଦିଆଯାଇଛି। ଖୁବ୍ ଶୀଘ୍ର ଏହାର ରୂପରେଖ ଚୂଡାନ୍ତ କରିବା […]

7777777777000000000000-750x430

Tapas Behera
  • Published: Saturday, 24 August 2019
  • , Updated: 24 August 2019, 08:17 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଯୁକ୍ତ ଦୁଇରେ ଆସିବ ବ୍ୟାପକ ସଂସ୍କାର। ଏଣିକି ଦ୍ୱିତୀୟ ବର୍ଷ ଭଳି ପ୍ରଥମ ବର୍ଷରେ ଛାତ୍ରଛାତ୍ରୀଙ୍କ ଉପସ୍ଥାନ ୭୫ ପ୍ରତିଶତ ରହିବା ବାଧ୍ୟତା ମୂଳକ। ନଚେତ୍ ଦ୍ୱିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ହୋଇପାରିବେନି ଛାତ୍ରଛାତ୍ରୀ। ଏହାସହ ପ୍ରଥମ ବର୍ଷ କୋର୍ସର ୨୦ ରୁ ୩୦ ପ୍ରତିଶତ ପାଠ ଦ୍ୱିତୀୟ ବର୍ଷ ଫାଇନାଲ୍ ପରୀକ୍ଷାରେ ଆସିବ। ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଏକାଡେମିକ୍ କାଉନ୍‌ସିଲକୁ ପ୍ରସ୍ତାବ ଦିଆଯାଇଛି। ଖୁବ୍ ଶୀଘ୍ର ଏହାର ରୂପରେଖ ଚୂଡାନ୍ତ କରିବା ନେଇ ଉଚ୍ଚମାଧ୍ୟମିକ ଶିକ୍ଷା ପରିଷଦରେ ପରୀକ୍ଷା ପରିଚାଳନା ସମ୍ପର୍କିତ ସମୀକ୍ଷା ବୈଠକରେ ନିଷ୍ପତ୍ତି ହୋଇଛି।

ପ୍ରଥମ ବର୍ଷରେ ଛାତ୍ରଛାତ୍ରୀମାନେ ବିନା କ୍ଲାସ୍ ଓ ବିନା ପରୀକ୍ଷାରେ ଦ୍ୱିତୀୟ ବର୍ଷକୁ ଉତ୍ତୀର୍ଣ୍ଣ ହେଉଥିଲେ। ଛାତ୍ରଛାତ୍ରୀଙ୍କ ମଧ୍ୟରେ ପଢା ପ୍ରତି ଆଗ୍ରହ ସୃଷ୍ଟି ଓ ପାସ୍ ହାର ବଢାଇବା ଲକ୍ଷ୍ୟରେ ଏହାକୁ ଲାଗୁ କରିବାକୁ ଯୋଜନା ରଖିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ।

ଯୁକ୍ତ ଦୁଇ ବିଜ୍ଞାନରେ ୨୦୧୭ରେ ୩ଟି କଲେଜ୍‌ରେ ଜିରୋ ରେଜଲ୍ଟ ହୋଇଥିଲା। ୨୦୧୮ରେ କୌଣସି କଲେଜ୍ ଜିରୋ ରେଜଲ୍ଟ ସୀମାକୁ ଆସିନଥିଲେ, ମାତ୍ର ଚଳିତ ବର୍ଷ ଏ ସଂଖ୍ୟା ବଢି ୯ରେ ପହଞ୍ଚିଛି। ସେହି ଅନୁପାତରେ ପାସ୍ ହାର ମଧ୍ୟ କମୁଛି। ପ୍ରଥମ ବର୍ଷରେ ପାସ୍-ଫେଲ୍ ବ୍ୟବସ୍ଥା ନଥିବାରୁ ଅନେକ ଛାତ୍ରଛାତ୍ରୀ ଶିକ୍ଷା ବର୍ଷକୁ ସେତେଟା ଗୁରୁତ୍ୱ ଦେଉନଥିଲେ ।

ଯୁକ୍ତ ଦୁଇସ୍ତରରେ ପୂର୍ବରୁ ଦୁଇ ବର୍ଷରେ ଦୁଇଥର କାଉନ୍‌ସିଲ୍ ପରୀକ୍ଷା କରିବାକୁ ସ୍ଥିର ହୋଇଥିଲେ ବି ତାହା କାର୍ଯ୍ୟକାରୀ ହୋଇପାରି ନଥିଲା। ସେ ଦୃଷ୍ଟିରୁ ଏ ପ୍ରସ୍ତାବ କେତେ ଦୂର କାର୍ଯ୍ୟକାରୀ ହେଉଛି ତା ଉପରେ ନଜର।

Related story