କାଲି କେନ୍ଦ୍ରାପଡ଼ାରେ ଶିକ୍ଷାନୁଷ୍ଠାନ ଓ ଇଣ୍ଟରନେଟ୍‌ ବନ୍ଦ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନାରୁ ଅଶାନ୍ତ କେନ୍ଦ୍ରାପଡ଼ାରେ ୧୪୪ ଧାରା ଜାରି ରହିଛି। ଏହା ଆସନ୍ତାକାଲି ପର୍ଯ୍ୟନ୍ତ ବଳବତ୍ତର ରହିଛି। ୧୪୪ ଧାରା ଜାରି ରହିଥିବାରୁ ଆସନ୍ତାକାଲି କେନ୍ଦ୍ରାପଡ଼ା ମ୍ୟୁନିସ୍‌ପାଲିଟି ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଇଣ୍ଟରନେଟ୍‌ ସେବା ମଧ୍ୟ ବନ୍ଧ ରହିବ। କେନ୍ଦ୍ରାପଡ଼ା ସହର ସରକାରୀ ହାଇସ୍କୁଲ ପଡ଼ିଆରେ ଏକ ସଭା ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଇନ୍‌ଶୃଙ୍ଖଳା ପରିସ୍ଥିତି ବିଗିଡିବା ସମ୍ଭାବନା ନେଇ […]

kendrapasa111

Manoranjan Sial
  • Published: Wednesday, 23 January 2019
  • , Updated: 23 January 2019, 10:34 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନାରୁ ଅଶାନ୍ତ କେନ୍ଦ୍ରାପଡ଼ାରେ ୧୪୪ ଧାରା ଜାରି ରହିଛି। ଏହା ଆସନ୍ତାକାଲି ପର୍ଯ୍ୟନ୍ତ ବଳବତ୍ତର ରହିଛି। ୧୪୪ ଧାରା ଜାରି ରହିଥିବାରୁ ଆସନ୍ତାକାଲି କେନ୍ଦ୍ରାପଡ଼ା ମ୍ୟୁନିସ୍‌ପାଲିଟି ଅଞ୍ଚଳର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ। ଇଣ୍ଟରନେଟ୍‌ ସେବା ମଧ୍ୟ ବନ୍ଧ ରହିବ।

କେନ୍ଦ୍ରାପଡ଼ା ସହର ସରକାରୀ ହାଇସ୍କୁଲ ପଡ଼ିଆରେ ଏକ ସଭା ଆୟୋଜନକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଇନ୍‌ଶୃଙ୍ଖଳା ପରିସ୍ଥିତି ବିଗିଡିବା ସମ୍ଭାବନା ନେଇ ସହରରେ ୧୪୪ ଧାରା ଜାରି କରାଯାଇଛି। ବିଭିନ୍ନ ଛକରେ ୬ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି। ପୁଲିସ ସହରରେ ଫ୍ଲାଗ୍‌ ମାର୍ଚ୍ଚ କରିବା ସହ ଶାନ୍ତି କମିଟି ବୈଠକ କରି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରାଯାଉଛି।

ତେବେ ସରକାରୀ ହାଇସ୍କୁଲ ପଡ଼ିଆରେ କୌଣସି କାର୍ଯ୍ୟକ୍ରମ ହେବ ନାହିଁ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି। ସେପଟେ ଏହି ଘଟଣା ପ୍ରତିବାଦରେ ରାଷ୍ଟ୍ରୀୟ ସୁରକ୍ଷା ସମିତି ପକ୍ଷରୁ ଆସନ୍ତାକାଲି ୧୨ ଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରା ଦିଆଯାଇଛି।

Related story