ଆଠଗଡ଼ରେ ରାଜା ସ୍ୱାଇଁଙ୍କ କୁଶପୁତ୍ତଳିକା ଦାହ

ଆଠଗଡ଼ (ନୀଳକଣ୍ଠ ଦୋରା): ଆଠଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ରାଜା)ଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଯୁବ ସଙ୍ଗଠକ ଅଭୟ କୁମାର ବାରିକ ଓ ତାଙ୍କ ସମର୍ଥକମାନେ କୁଶପୁତ୍ତଳିକା ଦାହ କରିବା ସହିତ ଧାରଣାରେ ବସିଥିଲେ। ତେବେ ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତ ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା। ମାର୍ଚ୍ଚ ମାସରେ ଆଠଗଡ଼ ଏନ୍‌ଏସି ଅଧିକାରୀ ଆଶାଲତା ରଚମାଳା ବିଜେଡି କାର୍ଯ୍ୟାଳୟରେ ବର୍ଦ୍ଧକ୍ୟ ଭତ୍ତା ବାଣ୍ଟିବା ନେଇ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। […]

ranendra pratap sawai

Manoranjan Sial
  • Published: Monday, 05 April 2021
  • , Updated: 05 April 2021, 06:13 PM IST

ଆଠଗଡ଼ (ନୀଳକଣ୍ଠ ଦୋରା): ଆଠଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ(ରାଜା)ଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଯୁବ ସଙ୍ଗଠକ ଅଭୟ କୁମାର ବାରିକ ଓ ତାଙ୍କ ସମର୍ଥକମାନେ କୁଶପୁତ୍ତଳିକା ଦାହ କରିବା ସହିତ ଧାରଣାରେ ବସିଥିଲେ। ତେବେ ଉପଜିଲ୍ଲାପାଳଙ୍କ ପ୍ରତିଶ୍ରୁତ ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।

ମାର୍ଚ୍ଚ ମାସରେ ଆଠଗଡ଼ ଏନ୍‌ଏସି ଅଧିକାରୀ ଆଶାଲତା ରଚମାଳା ବିଜେଡି କାର୍ଯ୍ୟାଳୟରେ ବର୍ଦ୍ଧକ୍ୟ ଭତ୍ତା ବାଣ୍ଟିବା ନେଇ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା। ଏହାକୁ ଆଠଗଡ଼ର ଯୁବ ସଙ୍ଗଠକ ଅଭୟ କୁମାର ବାରିକ ବିରୋଧ କରିଥିଲେ। ଏପରିକି ଏନ୍‌ଏସି ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପିଡିଡିଆର୍‌ଡିଏ ଓ ସ୍ଥାନୀୟ ପ୍ରଶାସନକୁ ଚିଠି ଲେଖିଥିଲେ। ଏହା ସତ୍ତ୍ୱେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା। ଏହାର ପ୍ରତିବାଦରେ ଆଜି ଅଭୟଙ୍କ ସମର୍ଥକମାନେ ରାଜା ସ୍ୱାଇଁ ହାଏ ହାଏ ନାରା ଦେଇ ରଥଗଡ଼ାଠାରୁ ଏକ ଶୋଭାଯାତ୍ରାରେ ବାହାରି ଏନ୍‌ଏସି ଅଫିସ ଆଗରେ ପହଞ୍ଚି ବିକ୍ଷୋଭ କରି କରିଥିଲେ। ପରେ ଆଠଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ସେଠାରେ ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ କୁଶପୁତ୍ତଳିକା ଦାହ କରିଥିଲେ। ତା’ପରେ ଉପଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଥିଲେ ଯୁବ ସଙ୍ଗଠକ ଅଭୟ କୁମାର ବାରିକ ଓ ତାଙ୍କ ସମର୍ଥକ।

୩ ଘଣ୍ଟା ଧାରଣାରେ ଧାରଣାରେ ବସିବା ପରେ ଉପ-ଜିଲ୍ଲାପାଳ ଅଜାମ୍ବର ମହାନ୍ତି ଧାରଣା ସ୍ଥଳକୁ ଆସି ବୁଝାସୁଝା କରିଥିଲେ। ଭତ୍ତା ବାଣ୍ଟିବାକୁ ଯାଇଥିବା ଅଧିକାରୀଙ୍କୁ  ଶୋ' କଜ୍‌ ନୋଟିସ ଜାରି କରାଯିବା ସହ ପ୍ରମାଣ ମିଳିଲେ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଅଜୟ ଓ ତାଙ୍କ ସମର୍ଥକମାନେ ଧାରଣାରୁ ଉଠିଥିଲେ।

Related story