ଟୁକୁନିଙ୍କ ପରେ ମନ୍ତ୍ରୀ ଜ୍ୟୋତି ପ୍ରକାଶଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ପୁଣି ଜଣେ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଛି। ମନ୍ତ୍ରୀ ଟୁକୁନି ସାହୁଙ୍କ ପରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରାଯାଇଛି। ବିଜେପି କର୍ମୀମାନେ ଅଣ୍ଡା ମାଡ଼ କରିଥିବା ଆଲୋଚନା ହେଉଛି। ମହାଲିଙ୍ଗ ସନ୍‌ସାଇ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣା ପ୍ରତିବାଦରେ ଅଣ୍ଡାମାଡ଼ ହୋଇଥିବା ଜଣାପଡ଼ିଛି। କଲମପୁରରେ ବିଜୁ ସ୍ମାର୍ଟ ହେଲଥ୍‌ କାର୍ଡ ବଣ୍ଟା ଯାଉଥିଲ। ଏଥିରେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ […]

Egg

Manoranjan Sial
  • Published: Monday, 08 November 2021
  • , Updated: 08 November 2021, 05:42 PM IST

ଧର୍ମଗଡ଼ (ଇଙ୍ଗିତ ପଣ୍ଡା): ପୁଣି ଜଣେ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଛି। ମନ୍ତ୍ରୀ ଟୁକୁନି ସାହୁଙ୍କ ପରେ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ କରାଯାଇଛି। ବିଜେପି କର୍ମୀମାନେ ଅଣ୍ଡା ମାଡ଼ କରିଥିବା ଆଲୋଚନା ହେଉଛି। ମହାଲିଙ୍ଗ ସନ୍‌ସାଇ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣା ପ୍ରତିବାଦରେ ଅଣ୍ଡାମାଡ଼ ହୋଇଥିବା ଜଣାପଡ଼ିଛି।

କଲମପୁରରେ ବିଜୁ ସ୍ମାର୍ଟ ହେଲଥ୍‌ କାର୍ଡ ବଣ୍ଟା ଯାଉଥିଲ। ଏଥିରେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଯୋଗଦେଇଥିଲେ। ମନ୍ତ୍ରୀ କଲମପୁରରେ ଯାଉଥିବା ବେଳେ କଳା ପତାକା ପ୍ରଦର୍ଶନ କରାଯାଇଥିଲା। କଲମପୁରରେ କାର୍ଯ୍ୟକ୍ରମ ସାରି ପଣ୍ଡିଗାଁ ଅଭିମୁଖେ ମନ୍ତ୍ରୀ ଯାଉଥିବା ବେଳେ ବିଜେପି କର୍ମୀମାନେ ଅଣ୍ଡା ମାଡ଼ କରିଥିଲେ। ମାତ୍ର ଅଣ୍ଡା ଗୁଡ଼ିକ ତାଙ୍କ ଗାଡ଼ିରେ ବାଜିଥିଲା।

ସେପଟେ ଭବାନୀପାଟଣାରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଫେରୁଥିବା ବେଳେ ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ଟୁକୁନି ସାହୁଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଥିଲା। କଳାହାଣ୍ଡି ଜିଲ୍ଲା ନର୍ଲାଠାରେ ତାଙ୍କ ଗାଡ଼ି ଉପରକୁ ବିଜେପି ଓ କଂଗ୍ରେସ କର୍ମୀମାନେ ଅଣ୍ଡାମାଡ଼ କରିଥିଲେ।

ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ କଂଗ୍ରେସ ଓ ବିଜେପି ବିରୋଧ କରିଛି। କଳାହାଣ୍ଡି ଜିଲ୍ଲାର ୧୩ ବ୍ଲକ ଓ ୪ ମ୍ୟୁନିସିପାଲିଟିରେ ପ୍ରତିବାଦ କରାଯାଇଛି। କେଉଁଠି କଳା ପତାକା ଦେଖାଯାଇଥିଲା ତ ଆଉ କେଉଁଠି ପଚା ଅଣ୍ଡା ମାଡ଼ କରାଯାଇଥିଲା। ଆଉ କେଉଁଠି ପାଣି ମାଡ଼ କରାଯାଇଥିବା ଦେଖିବାକୁ ମିଳିଛି। ପୁଲିସ କଡ଼ା ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ମନ୍ତ୍ରୀଙ୍କ ଗାଡ଼ି ଉପରକୁ ଅଣ୍ଡା ମାଡ଼ ହୋଇଛି।

ଅକ୍ଟୋବର ୮ ତାରିଖରେ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ଗୋବିନ୍ଦ ସାହୁ ହତ୍ୟା କରିଥିଲା। ପରେ ମୃତଦେହକୁ ମହାଲିଙ୍ଗ ପଡ଼ିଆରେ ପୋଡ଼ି ପୋତି ଦେଇଥିଲା। ଏନେଇ ମମିତାଙ୍କ ପରିବାର ଲୋକେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଅଭିଯୁକ୍ତ ଗୋବିନ୍ଦ ଓ ତା’ ସହଯୋଗୀ ରାଧେକୁ ଗିରଫ କରିଛି।

 

Related story