ଅଣ୍ଡା ଫିଙ୍ଗିବାରୁ ଲାଗିଲା ‘ହତ୍ୟା ଉଦ୍ୟମ’ ଦଫା: କିନ୍ତୁ ମହିଳାଙ୍କ ବ୍ଲାଉଜ ଚିରିଥିବା କର୍ମୀ ଗେହ୍ଲାପୁଅ

Ordigital Desk
  • Published: Thursday, 01 February 2018
  • , Updated: 01 February 2018, 08:21 PM IST
<p>ବାଲେଶ୍ୱର (ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଅଣ୍ଡାମାଡ଼ କରିଥିବା ମହିଳାଙ୍କ ବିରୋଧରେ ଲାଗିଲା ଦଫା ୩୦୭। ଅର୍ଥାତ୍ ହତ୍ୟା ଉଦ୍ୟମ ମାମଲା। ଏଥିସହ ତାଙ୍କ ସ୍ୱାମୀ ତଥା ବିଜେପି କର୍ମୀଙ୍କୁ ଅପରାଧ ଷଡ଼ଯନ୍ତ୍ର ମାମଲାରେ ପୋଲିସ୍ ଆଜି ଗିରଫ କରିଛି। ତେବେ ଅଣ୍ଡାମାଡ଼ କରିଥିବା ଅଭିଯୁକ୍ତ ମହିଳାଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ସାମ୍ନାରେ ହୋଇଥିବା ମରଣାନ୍ତକ ଆକ୍ରମଣ ଓ ଦୁର୍ବ୍ୟବହାର ଘଟଣାରେ କିନ୍ତୁ କାର୍ଯ୍ୟାନୁଷ୍ଠାନ ହୋଇନି। ସେମାନେ ପୋଲିସର ଗେହ୍ଲା ପୁଅ। ପୋଲିସ୍&zwnj;ର ଏଭଳି ପକ୍ଷପାତିତାକୁ ବିଜେପି ଦୃଢ଼ ନିନ୍ଦା କରିବା ସହ ସରକାରଙ୍କ ଉପରେ ବର୍ଷିଛି।</p> <p>ଗତକାଲି ବାଲେଶ୍ୱର ତାଳସାରୀରେ ମୁଖ୍ୟମନ୍ତ୍ରୀଙ୍କ ସଭାମଞ୍ଚକୁ ଅଣ୍ଡାମାଡ଼ ହୋଇଥିଲା। ଲାଗ୍ ଲାଗ୍ ୩ଟି ଅଣ୍ଡା ମାଡ଼ ହୋଇଥିବା ଅଭିଯୋଗ ହୋଇଥିଲା। ମାତ୍ର ଅଣ୍ଡା ମଞ୍ଚରେ ପଡ଼ିଥିଲା। ତା&rsquo;ପରେ ଅଣ୍ଡା ଫିଙ୍ଗିଥିବା ମହିଳାଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ନିସ୍ତୁକ ମାଡ଼ ମରା ଯାଇଥିଲା। ଭିଡ ଭିତରେ କିଏ ପିଟିଲା ତ କିଏ ଟଣାଓଟରା ଓ ଅସଦାଚରଣ କଲା। ଏପରିକି ମହିଳାଙ୍କ ଶଢ଼ୀ ଓ ବ୍ଲାଉଜ୍&zwnj; ଚିରି ଦେଇଥିଲେ। ଭିଡ଼ ଭିତରୁ ମହିଳାଙ୍କୁ ବାହାର କରିବା ପାଇଁ ପୋଲିସକୁ ନାକେଦମ ହେବାକୁ ପଡ଼ିଥିଲା। ଆହତ ହୋଇ ମହିଳା ହସ୍ପିଟାଲରେ ଭର୍ତ୍ତି ହେଲେ। ହେଲେ ଏ ଅତ୍ୟାଚାର ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ହୋଇନି। କିନ୍ତୁ ଅଣ୍ଡା ଫିଙ୍ଗା ଘଟଣାରେ ନିଜ ଆଡ଼ୁ ପୋଲିସ ମାମଲା ରୁଜୁ କରି ଆଜି ଦୁର୍ବ୍ୟବହାରରେ ଶିକାର ମହିଳାଙ୍କ ବିରୋଧରେ ଦଫା ୩୦୭ ବା ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା ଲଗାଇଛି। ଖାଲି ସେତିକି ନୁହେଁ, ଅପରାଧୀକ ଷଡ଼ଯନ୍ତ୍ର ମାମଲା ରୁଜୁ କରି ମହିଳାଙ୍କ ସ୍ୱାମୀ ତଥା ବିଜେପି କର୍ମୀ ଦିଲୀପ କାମିଳାଙ୍କୁ ଆଜି ପୋଲିସ୍ ଗିରଫ କରିଛି। ଏସ୍&zwnj;ପି କହିଛନ୍ତି, ମହିଳାଙ୍କୁ ଦୁର୍ବ୍ୟବହାର ଏବଂ ମାଡ଼ ମରା ନେଇ ଅଭିଯୋଗ ହେଲେ କାର୍ଯ୍ୟାନୁଷ୍ଠାନ ହେବ।</p> <p>ଏହି ଘଟଣାକୁ ନେଇ ତେଜିଛି ରାଜନୀତି। ବିଜେପିର ଏକ ପ୍ରତିନିଧି ଦଳ ଆଜି ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟ ପହଞ୍ଚି ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଅନୁଧ୍ୟାନ କରିବା ପରେ ସରକାର ଏବଂ ପୋଲିସ୍ ଉପରେ ବର୍ଷିଛନ୍ତି। ସେପଟେ କଂଗ୍ରେସ ମଧ୍ୟ ମହିଳାଙ୍କ ବିରୋଧରେ ପୋଲିସର ଏଭଳି ଆଚରଣର ନିନ୍ଦା କରିଛି।</p> <p>ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ମୁଖ୍ୟମନ୍ତ୍ରୀ କାର୍କେଡ୍ ଉପରକୁ ଛାତ୍ର ଓ ଯୁବ କଂଗ୍ରେସ ପକ୍ଷରୁ ଅଣ୍ଡାମାଡ଼ ହୋଇଥିଲା। ଏହି ଘଟଣାରେ ଛାତ୍ର ଓ ଯୁବ କଂଗ୍ରେସର କିଛି କର୍ମୀଙ୍କ ବିରୋଧରେ ମଧ୍ୟ ୩୦୭ ଦଫାରେ ମାମଲା ରୁଜୁ କରାଯାଇ ଗିରଫ କରାଯାଇଥିଲା।</p>

Related story