ମୁଖ୍ୟମନ୍ତ୍ରୀଙ୍କ ସଭା ଉପରକୁ ଡବଲ୍‌ ଅଣ୍ଡାମାଡ଼

ବାଲେଶ୍ୱର/ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭାମଞ୍ଚକୁ ଅଣ୍ଡା ମାଡ଼। ଦୁଇ ଦୁଇଟି ଅଣ୍ଡା ମଞ୍ଚରେ ମାଡ଼ ହୋଇଛି। ସୌଭାଗ୍ୟବସତଃ ଅଣ୍ଡାଟି ମୁଖ୍ୟମନ୍ତ୍ରୀଙ୍କ ଉପରେ ବାଜି ନଥିଲା। ପୋଲିସ ଅଣ୍ଡା ମାଡ଼ କରିଥିବା ମହିଳାଙ୍କୁ କାବୁ କରିବାରେ ସଫଳ ହୋଇଛି। ସମ୍ପୃକ୍ତ ମହିଳାଙ୍କ ପରିଚୟ ଜଣାପଡ଼ି ନାହିଁ। ମୁଖ୍ୟମନ୍ତ୍ରୀଙ୍କ ସଭା ସ୍ଥଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସତ୍ତ୍ୱେ ଅଣ୍ଡା ମାଡ଼ କେମିତି ହେଲା? ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାଲେଶ୍ୱର ଜିଲ୍ଲା […]

egg attack to cm

Rakesh Mallick
  • Published: Wednesday, 31 January 2018
  • , Updated: 31 January 2018, 04:29 PM IST

ବାଲେଶ୍ୱର/ଜଳେଶ୍ୱର(ଓଡ଼ିଶା ରିପୋର୍ଟର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଭାମଞ୍ଚକୁ ଅଣ୍ଡା ମାଡ଼। ଦୁଇ ଦୁଇଟି ଅଣ୍ଡା ମଞ୍ଚରେ ମାଡ଼ ହୋଇଛି। ସୌଭାଗ୍ୟବସତଃ ଅଣ୍ଡାଟି ମୁଖ୍ୟମନ୍ତ୍ରୀଙ୍କ ଉପରେ ବାଜି ନଥିଲା। ପୋଲିସ ଅଣ୍ଡା ମାଡ଼ କରିଥିବା ମହିଳାଙ୍କୁ କାବୁ କରିବାରେ ସଫଳ ହୋଇଛି। ସମ୍ପୃକ୍ତ ମହିଳାଙ୍କ ପରିଚୟ ଜଣାପଡ଼ି ନାହିଁ। ମୁଖ୍ୟମନ୍ତ୍ରୀଙ୍କ ସଭା ସ୍ଥଳରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ସତ୍ତ୍ୱେ ଅଣ୍ଡା ମାଡ଼ କେମିତି ହେଲା? ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ତାଳସାରି ମହୋତ୍ସବର ଉଦ୍‌ଘାଟନୀ ଉତ୍ସବ ଥିଲା। ଏଥିରେ ମୁଖ୍ୟ ଅତିଥିଭାବେ ନବୀନ ପଟ୍ଟନାୟକ ଯୋଗଦେଇଥିଲେ। ଏଥିପାଇଁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ାକଡି ହୋଇଥିଲା। ମୁଖ୍ୟମନ୍ତ୍ରୀ ଭାଷଣ ଦେଉଥିବା ବେଳେ ଲୋକଙ୍କ ଗହଣରେ ବସିଥିବା ଜଣେ ମହିଳା ଲଗାତାର ଦୁଇଟି ଅଣ୍ଡା ସଭା ଉପରକୁ ମାଡ଼ କରିଥିଲେ। ଅଣ୍ଡାଟି ମୁଖ୍ୟମନ୍ତ୍ରୀ ମୁଣ୍ଡ ଉପରେ ଦେଇ ମଞ୍ଚରେ ପଡ଼ି ଥିଲା। ସୌଭାଗ୍ୟ ବସତଃ ମୁଖ୍ୟମନ୍ତ୍ରୀ ଅଳ୍ପକେ ବର୍ତ୍ତି ଯାଇଥିଲେ।

Related story