ଆଜି ତ୍ୟାଗ ଓ ବଳିଦାନର ପର୍ବ ଇଦ୍ ଉଲ୍ ଜୁହା

ଭଦ୍ରକ(ପାର୍ଥସାରଥୀ ନାୟକ): ଆଜି ତ୍ୟାଗ ଓ ବଳିଦାନର ପର୍ବ ଇଦ୍ ଉଲ୍ ଜୁହା । ଆଜି ସମଗ୍ର ଦେଶରେ ମୁସଲମାନ ଭାଇ ଭଉଣୀମାନେ ଏହି ପର୍ବକୁ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରୁଛନ୍ତି । ଭଦ୍ରକରେ ମଧ୍ୟ ବଳିଦାନ ପର୍ବକୁ ଘରେ ରହି ଆନନ୍ଦ ଉଲ୍ଲାସରେ ପାଳନ କରାଯାଉଛି। କରୋନା କଟକଣା ଥିବା ବେଳେ ଇଦ ଉଲ ଜୁହା ନିରାଡ଼ମ୍ବର ଭାବେ ପାଳନ କରାଯାଉଛି । ତେବେ କୋରୋନା ମହାମାରୀ ଯୋଗୁଁ  କଟକଣା ମଧ୍ୟରେ ଏହି ପର୍ବ […]

eid

Niharika Rout
  • Published: Wednesday, 21 July 2021
  • , Updated: 21 July 2021, 10:20 AM IST

ଭଦ୍ରକ(ପାର୍ଥସାରଥୀ ନାୟକ): ଆଜି ତ୍ୟାଗ ଓ ବଳିଦାନର ପର୍ବ ଇଦ୍ ଉଲ୍ ଜୁହା । ଆଜି ସମଗ୍ର ଦେଶରେ ମୁସଲମାନ ଭାଇ ଭଉଣୀମାନେ ଏହି ପର୍ବକୁ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରୁଛନ୍ତି । ଭଦ୍ରକରେ ମଧ୍ୟ ବଳିଦାନ ପର୍ବକୁ ଘରେ ରହି ଆନନ୍ଦ ଉଲ୍ଲାସରେ ପାଳନ କରାଯାଉଛି। କରୋନା କଟକଣା ଥିବା ବେଳେ ଇଦ ଉଲ ଜୁହା ନିରାଡ଼ମ୍ବର ଭାବେ ପାଳନ କରାଯାଉଛି ।

ତେବେ କୋରୋନା ମହାମାରୀ ଯୋଗୁଁ  କଟକଣା ମଧ୍ୟରେ ଏହି ପର୍ବ ଅନୁଷ୍ଠିତ ହେଉଥିବା ବେଳେ, ବିଭିନ୍ନ ମସଜିଦ୍ ସମେତ ଇଦଗାହାରେ ମଧ୍ୟ ନମାଜ୍ ପାଠ କରାଯାଇଛି । ତେବେ ଏହି ନମାଜ୍ ପାଠ କେବଳ ପାଞ୍ଚ ଜଣକୁ ନେଇ ଅନୁଷ୍ଠିତ ହେବ  । ଭଦ୍ରକରେ ଏହି ପର୍ବ ଭାଇଚାରା ରୀତିରେ ପାଳନ ହେଉଥିବା ବେଳେ, କୋରୋନା କଟକଣାକୁ ନେଇ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛିଗତକାଲି ଭଦ୍ରକ ପୋଲିସ ପକ୍ଷରୁ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା।

Related story