ଏକାମ୍ର କ୍ଷେତ୍ର ପାଇଁ ଏକାମ୍ର ପ୍ଲାନ୍‌: ସବୁ ନିଷ୍ପତ୍ତି ନେବ ପ୍ରକଳ୍ପ ପରାମର୍ଶଦାତା କମିଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପାଶ୍ୱର୍ ୮୦ଏକର ବିଶିଷ୍ଟ ଏକାମ୍ର କ୍ଷେତ୍ରରେ ଥିବା ପ୍ରାଚୀନ କୀର୍ତ୍ତିରାଜିର ପୁନରୁଦ୍ଧାର, ଭିତ୍ତିଭୂମି ବିକାଶ ଓ ତୀର୍ଥ ଯାତ୍ରୀଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାର ଆଜି ଏକ ପ୍ରକଳ୍ପ ପରାମର୍ଶଦାତା କମିଟି ଗଠନ କରିଛନ୍ତି। ରାଜ୍ୟ ସରକାର ପୁରୁଣା ଭୁବନେଶ୍ୱରସ୍ଥିତ ଏକାମ୍ର କ୍ଷେତ୍ରର ସାମଗ୍ରିକ ବିକାଶ ଓ ପୁନରୁଦ୍ଧାର ନିମନ୍ତେ ସ୍ୱତନ୍ତ୍ର ଯୋଜନା ‘ଏକାମ୍ର ପ୍ଲାନ’ ଅନ୍ତର୍ଗତ ଏହି କମିଟି ଗଠନ କରିଛନ୍ତି। ପୂର୍ତ୍ତ ବିଭାଗ ପକ୍ଷରୁ ଆଜି ପ୍ରକାଶିତ […]

lingaraj-temple

Ordigital Desk
  • Published: Monday, 07 June 2021
  • , Updated: 07 June 2021, 09:41 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ମହାପ୍ରଭୁ ଶ୍ରୀଲିଙ୍ଗରାଜ ମନ୍ଦିର ଚାରିପାଶ୍ୱର୍ ୮୦ଏକର ବିଶିଷ୍ଟ ଏକାମ୍ର କ୍ଷେତ୍ରରେ ଥିବା ପ୍ରାଚୀନ କୀର୍ତ୍ତିରାଜିର ପୁନରୁଦ୍ଧାର, ଭିତ୍ତିଭୂମି ବିକାଶ ଓ ତୀର୍ଥ ଯାତ୍ରୀଙ୍କ ସୁବିଧା ନିମନ୍ତେ ରାଜ୍ୟ ସରକାର ଆଜି ଏକ ପ୍ରକଳ୍ପ ପରାମର୍ଶଦାତା କମିଟି ଗଠନ କରିଛନ୍ତି। ରାଜ୍ୟ ସରକାର ପୁରୁଣା ଭୁବନେଶ୍ୱରସ୍ଥିତ ଏକାମ୍ର କ୍ଷେତ୍ରର ସାମଗ୍ରିକ ବିକାଶ ଓ ପୁନରୁଦ୍ଧାର ନିମନ୍ତେ ସ୍ୱତନ୍ତ୍ର ଯୋଜନା ‘ଏକାମ୍ର ପ୍ଲାନ’ ଅନ୍ତର୍ଗତ ଏହି କମିଟି ଗଠନ କରିଛନ୍ତି। ପୂର୍ତ୍ତ ବିଭାଗ ପକ୍ଷରୁ ଆଜି ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଏକାମ୍ର କ୍ଷେତ୍ର ପାଇଁ ଉଦ୍ଦିଷ୍ଟ ଏକାମ୍ର ପ୍ଲାନ ଅନ୍ତର୍ଗତ ବିଭିନ୍ନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ, ତଦାରଖ ଓ ସମନ୍ୱୟ ରକ୍ଷା ନିମନ୍ତେ ରାଜ୍ୟ ସରକାର ଏକ ପ୍ରକଳ୍ପ ପରାମର୍ଶଦାତା କମିଟି ଗଠନ କରିଛନ୍ତି।

କମିଟିରେ ଆଦିତ୍ୟ ବିର୍ଲା ଗ୍ରୁପର ନିର୍ଦ୍ଦେଶକ ତଥା ବିର୍ଲା କାର୍ବନର ସିଇଓ ସନ୍ତୃପ୍ତ ମିଶ୍ର ଅଧ୍ୟକ୍ଷ ଥିବାବେଳେ ପୂର୍ତ୍ତ ସଚିବ, କେନ୍ଦ୍ରାଚଂଳ ଆରଡିସି, ବିଏମସି କମିଶନର, ଦେବୋତ୍ତର କମିଶନର,ଏଏସଆଇ ଭୁବନେଶ୍ୱର ସର୍କଲର ଅଧୀକ୍ଷକ, ଲିଙ୍ଗରାଜ ମନ୍ଦିର ପ୍ରଶାସନର ଇନଚାର୍ଜ, ଭୁବନେଶ୍ୱର ଡିସିପି, ସଂସ୍କୃତି ନିର୍ଦ୍ଦେଶକ, ଖୋର୍ଦ୍ଧା ଜିଲ୍ଲାପାଳ, ପଦ୍ମବିଭୂଷଣ ସ୍ଥପତି ସୁଦର୍ଶନ ସାହୁ, ସରକାରଙ୍କ ଦ୍ୱାରା ମନୋନୀତ ହେବାକୁ ଥିବା ୩ଜଣ ସେବାୟତ ଏବଂ ଐତିହ୍ୟ ଓ ସଂସ୍କୃତି କ୍ଷେତ୍ରର ୨ଜଣ ବିଶେଷଜ୍ଞ, କୀର୍ତ୍ତିରାଜିର ସଂରକ୍ଷଣରେ ଅଭିଜ୍ଞତା ଥିବା ୨ଜଣଙ୍କୁ ଏହି କମିଟିରେ ସଦସ୍ୟ ରଖାଯିବ। ଏହି କମିଟିର ସଦସ୍ୟ ଆବାହକ ଭାବେ ଓବିସିସି ପରିଚାଳନା ନିର୍ଦ୍ଦେଶକ କାର୍ଯ୍ୟ କରିବେ।

କମିଟିର ଅଧ୍ୟକ୍ଷ ଚାହିଁଲେ ଯେକୌଣସି ଅଧିକାରୀ, ବିଶେଷଜ୍ଞ କିମ୍ବା ସାଧାରଣ ଲୋକଙ୍କୁ ଡାକି ପ୍ରକଳ୍ପ ସଂକ୍ରାନ୍ତ ପ୍ରସଙ୍ଗରେ ଆଲୋଚନା କରିପାରିବେ। କିମ୍ବା ବୈଠକରେ ଭାଗ ନେବାକୁ ଡାକିପାରିବେ। ସରକାରଙ୍କ ଦ୍ୱାରା କମିଟିକୁ ମନୋନୀତ ହେବାକୁ ଥିବା ସଦସ୍ୟଙ୍କ ନାଁ ପରବର୍ତ୍ତୀ ସମୟରେ ବିଭାଗ ପକ୍ଷରୁ ଜାରି କରାଯିବ। ଏହି ପ୍ରକଳ୍ପ ପରାମର୍ଶଦାତା କମିଟି ବୈଠକ ନିୟମିତ ବ୍ୟବଧାନରେ ବସି ପ୍ରକଳ୍ପ ଅଂଚଳର ବିକାଶ ସଂକ୍ରାନ୍ତ ପ୍ରସଙ୍ଗକୁ ଚୂଡ଼ାନ୍ତ କରିବେ। ଏହି ପ୍ରକଳ୍ପ ଅଂଚଳରେ ସମସ୍ତ ଯୋଜନା, ପ୍ରକଳ୍ପ, ପଦକ୍ଷେପ ମଧ୍ୟ ଉକ୍ତ ପ୍ରକଳ୍ପ ପରାମର୍ଶଦାତା କମିଟି ଦ୍ୱାରା ଅନୁମୋଦନ ହେବା ଜରୁରୀ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ସୂଚନାଯୋଗ୍ୟ, ରାଜ୍ୟ ସରକାର ଲିଙ୍ଗରାଜ ମନ୍ଦିର ଚାରିପାଶ୍ୱର୍ରେ ସୌନ୍ଦର୍ଯ୍ୟକରଣ ପାଇଁ ଜବରଦଖଲ ଉଚ୍ଛେଦ କରିବା ସହ ଘରୋଇ ଲୋକମାନଙ୍କ ଜମିକୁ ଏବେ ଅଧିଗ୍ରହଣ କରୁଛନ୍ତି। ତେବେ ପ୍ରାଚୀନ କୀର୍ତ୍ତିରାଜିର ସୁରକ୍ଷା ପାଇଁ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇନଥିବାରୁ ସଂସ୍କୃତିପ୍ରେମୀଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଛି।

Related story