ଅସହ୍ୟ ହେଲା ଯନ୍ତ୍ରଣା: କିରୋସିନି ଢାଳି ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା !

ଯାଜପୁର(ଓଡ଼ିଶା ରିପୋର୍ଟର):କଷ୍ଟ ସହି ନପାରି ଦେହରେ କିରୋସିନି ଢାଳି ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ପାଥପୁର ଗ୍ରାମରେ। ଗ୍ରାମର ଜଣେ ବୃଦ୍ଧ ବ୍ୟକ୍ତି ପାଣ୍ଡବ ମଲ୍ଲିକ ପକ୍ଷାଘାତ ରୋଗରେ ପୀଡ଼ିତ ଥିଲେ। ତାଙ୍କ ପତ୍ନୀ କେଶା ମଲ୍ଲିକ ତାଙ୍କର ସେବା କରୁଥିଲେ। ବୃଦ୍ଧାବସ୍ଥାରେ ସ୍ୱାମୀଙ୍କ ସେବା କରି କରି ସେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ପରିବାର ଓ ପଡ଼ୋଶୀ […]

vnn

Tapas Behera
  • Published: Sunday, 09 June 2019
  • , Updated: 09 June 2019, 06:16 PM IST

ଯାଜପୁର(ଓଡ଼ିଶା ରିପୋର୍ଟର):କଷ୍ଟ ସହି ନପାରି ଦେହରେ କିରୋସିନି ଢାଳି ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ପାଥପୁର ଗ୍ରାମରେ। ଗ୍ରାମର ଜଣେ ବୃଦ୍ଧ ବ୍ୟକ୍ତି ପାଣ୍ଡବ ମଲ୍ଲିକ ପକ୍ଷାଘାତ ରୋଗରେ ପୀଡ଼ିତ ଥିଲେ। ତାଙ୍କ ପତ୍ନୀ କେଶା ମଲ୍ଲିକ ତାଙ୍କର ସେବା କରୁଥିଲେ। ବୃଦ୍ଧାବସ୍ଥାରେ ସ୍ୱାମୀଙ୍କ ସେବା କରି କରି ସେ ଅତିଷ୍ଠ ହୋଇ ଆତ୍ମହତ୍ୟା କରିବାକୁ ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ପରିବାର ଓ ପଡ଼ୋଶୀ କହିଛନ୍ତି।

ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ରାତିରେ ଖାଇପିଇ ଉଭୟ ଘରେ କବାଟ ବନ୍ଦ କରି ଶୋଇଥିଲେ। ବିଳମ୍ବିତ ରାତିରେ ଘରୁ ଧୂଆଁ ବାହାରୁଥିବା ତାଙ୍କ ବୋହୂ ଦେଖି ପଡ଼ୋଶୀଙ୍କୁ ଖବର ଦେଇଥିଲେ। ଭିତରୁ କବାଟ ବନ୍ଦ କରାଯାଇଥିବାରୁ ପରିବାର ଓ ପଡ଼ୋଶୀ ଲୋକେ କବାଟ ଭାଙ୍ଗି ଉଭୟଙ୍କ ମୃତ୍ୟୁ ଘଟିଥିବାର ଦେଖିବାକୁ ପାଇଥିଲେ।

ଖବର ପାଇ ବାଲିଚନ୍ଦ୍ରପୁର ପୁଲିସ ସେଠାରେ ପହଞ୍ଚି ଶବକୁ ଜବତ କରି ବ୍ୟବଚ୍ଛେଦ ଲାଗି ପଠାଇଛି। ପ୍ରାଥମିକ ତଦନ୍ତରୁ ଏହା ଏକ ଆତ୍ମହତ୍ୟା ବୋଲି ପୁଲିସ ସନ୍ଦେହ କରୁଛି। ଏସମ୍ପର୍କରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୁଲିସ।

Related story