ଭୁଲ ଠିକଣାରେ ଜିଏସଟି ଚଢ଼ଉ, ଘର ମାଲିକଙ୍କୁ ବ୍ରେନଷ୍ଟ୍ରୋକ୍

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଜିଏସ୍‌ଟି ଅଧିକାରୀଙ୍କ ଭୁଲ୍ ପାଇଁ ଜଣେ ବୃଦ୍ଧ ଏବେ ଶଯ୍ୟାଶାୟୀ ହୋଇପଡ଼ିଛନ୍ତି। ଅସଲ ଅଭିଯୁକ୍ତଙ୍କ ବଦଳରେ ସେ ଭୁଲରେ ଆଉ ଜଣଙ୍କ ଘରେ ଅଚାନକ ଚଢ଼ଉ କରିବା ପରେ ବ୍ରେନ୍ ଷ୍ଟୋକର ଶିକାର ହୋଇଛନ୍ତି ଜଣେ ଅବସରପ୍ରାପ୍ତ ଆର.ଏସ.ପି କର୍ମଚାରୀ। ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ରାଉରକେଲାରୁ। ଅଭିଯୋଗ ଅନୁଯାୟୀ, ଗତ ବୁଧବାର ଭୋର ସାଢ଼େ ୫ଟାରେ ରାଉରକେଲା ସେକ୍ଟର ୮ ଅଞ୍ଚଳର ଏ/୧୦୪ ଲିଜ୍ କ୍ୱାର୍ଟର୍ସରେ ରହୁଥିବା ଅବସରପ୍ରାପ୍ତ ଆର.ଏସ୍‌.ପି କର୍ମଚାରୀ ଶିବନାଥ […]

raurkela

Jyoshna Pradhan
  • Published: Sunday, 28 July 2019
  • , Updated: 28 July 2019, 03:11 PM IST

ରାଉରକେଲା(ସତ୍ୟାନନ୍ଦ ମହାନ୍ତି): ଜିଏସ୍‌ଟି ଅଧିକାରୀଙ୍କ ଭୁଲ୍ ପାଇଁ ଜଣେ ବୃଦ୍ଧ ଏବେ ଶଯ୍ୟାଶାୟୀ ହୋଇପଡ଼ିଛନ୍ତି। ଅସଲ ଅଭିଯୁକ୍ତଙ୍କ ବଦଳରେ ସେ ଭୁଲରେ ଆଉ ଜଣଙ୍କ ଘରେ ଅଚାନକ ଚଢ଼ଉ କରିବା ପରେ ବ୍ରେନ୍ ଷ୍ଟୋକର ଶିକାର ହୋଇଛନ୍ତି ଜଣେ ଅବସରପ୍ରାପ୍ତ ଆର.ଏସ.ପି କର୍ମଚାରୀ। ଏଭଳି ସାଙ୍ଘାତିକ ଅଭିଯୋଗ ଆସିଛି ରାଉରକେଲାରୁ।

ଅଭିଯୋଗ ଅନୁଯାୟୀ, ଗତ ବୁଧବାର ଭୋର ସାଢ଼େ ୫ଟାରେ ରାଉରକେଲା ସେକ୍ଟର ୮ ଅଞ୍ଚଳର ଏ/୧୦୪ ଲିଜ୍ କ୍ୱାର୍ଟର୍ସରେ ରହୁଥିବା ଅବସରପ୍ରାପ୍ତ ଆର.ଏସ୍‌.ପି କର୍ମଚାରୀ ଶିବନାଥ ପ୍ରସାଦଙ୍କ ଘରେ ଜିଏସ୍‌ଟି ଅଧିକାରୀଙ୍କ ପରିଚୟ ଦେଇ ୪ ଜଣ ଅଫିସର ଚଢ଼ଉ କରିଥିଲେ। ସେମାନେ ଦାବି କରିଥିଲେ ଯେ ଶିବନାଥଙ୍କ ଘରେ ବିନା ଟ୍ୟାକ୍ସ ପେମେଣ୍ଟରେ କୋଟି କୋଟି ଟଙ୍କାର କାରବାର ହେଉଛି। ୭୨ ବର୍ଷୀୟ ଶିବନାଥ ଏଥିରେ ତାଙ୍କର କୌଣସି ସମ୍ପୃକ୍ତି ନାହିଁ ବୋଲି ବାରମ୍ବାର ଗୁହାରି କରିବା ସତ୍ତ୍ୱେ ଜିଏସଟି ଅଧିକାରୀ ତାଙ୍କ କଥା ଆଦୌ ଶୁଣି ନଥିଲେ।

ହେଲେ ଅନ୍ୟ ଉପାୟ ନପାଇ ଶିବନାଥ ସେମାନଙ୍କୁ ସହଯୋଗ କରୁଥିଲା ବେଳେ ହଠାତ୍ ଟଳି ପଡ଼ିଥିଲେ। ଏହା ଦେଖି ଜିଏସ୍‌ଟି ଅଧିକାରୀଙ୍କ ଭିତରୁ ଦୁଇ ଜଣ ତୁରନ୍ତ ଶିବନାଥଙ୍କୁ ସେମାନଙ୍କ ଗାଡ଼ିରେ ଆଇଜିଏଚ୍ ହସ୍ପିଟାଲ୍ ନେଇଥିଲେ। ସେଠାରେ ଅତ୍ୟଧିକ ରକ୍ତଚାପ କାରଣରୁ ଶିବନାଥଙ୍କୁ ପକ୍ଷାଘାତ ହୋଇଥିବା ଜଣାପଡ଼ିଥିଲା। ପରେ ପରିବାର ଲୋକେ ତାଙ୍କୁ ଭୁବନେଶ୍ୱରର ଏକ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି।

ତେବେ ତାଙ୍କ ପରିବାର ଲୋକେ କହିଛନ୍ତି,“ଏହି ଚଢ଼ଉ ସମୟରେ ଜିଏସ୍‌ଟି ଅଧିକାରୀମାନେ କିଛି ପ୍ରମାଣ ପାଇ ନଥିଲେ। ଏଥିସହ ଭୁଲ୍‌ରେ ତାଙ୍କ ଘରେ ଚଢ଼ଉ କରାଯାଇଥିବା ଜିଏସ୍‌ଟି ଅଧିକାରୀମାନେ ସ୍ୱୀକାର କରି ଫେରି ଯାଇଥିଲେ।”

ଏନେଇ ଶିବନାଥଙ୍କ ପଡ଼ୋଶୀ ଏରିଅର ଜାଲ୍ କହିଛନ୍ତି,“  ଜିଏସ୍‌ଟି ଅଧିକାରୀମାନେ ହଠାତ୍ ଆସି ଶିବନାଥ ପ୍ରସାଦଙ୍କୁ ଚାର୍ଜ କରିବା ସହ ତାଙ୍କ ଘରେ ଥିବା ସମସ୍ତ କାଗଜ ପତ୍ର ଖୋଳତାଡ଼ କରିଥିଲେ। ଏହାପରେ ସେ ନର୍ଭସ୍ ହୋଇଯାଇଥିଲେ। ଯଦ୍ୱାରା ତାଙ୍କ ରକ୍ତଚାପ ବଢ଼ି ଯାଇଥିଲା।”

ତେବେ ଜିଏସଟି ଅଧିକାରୀଙ୍କ ଏହି ଦାୟିତ୍ୱହୀନତାକୁ ନେଇ ଚର୍ଚ୍ଚା ଚାଲିଥିଲା ବେଳେ ରାଉରକେଲା ଜିଏସ୍‌ଟି କମିଶନରେଟ୍ ଏ ଚଢ଼ଉକୁ ଅସ୍ୱୀକାର କରିଥିବା ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି।

Related story