ବୀଭତ୍ସ... ଅମାନୁଷିକ... ହୃଦୟବିଦାରକ...

ନାରାୟଣପାଟଣା (ପି.ଗୋବିନ୍ଦରାଜୁ ସୁବୁଦ୍ଧି): ବୀଭତ୍ସ… ଅମାନୁଷିକ… ଯନ୍ତ୍ରଣାଦାୟକ… ହୃଦୟବିଦାରକ…। ଏମିତି କେତେ କ’ଣ ଶବ୍ଦ ଲେଖିଲେ ମଧ୍ୟ କମ୍‌ ହେବ। କାରଣ ଯେଉଁ ଭିଡିଓ ଭାଇରାଲ୍‌ ହେଉଛି, ତାକୁ ଶବ୍ଦରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ। ସେହି ଭିଡ଼ିଓକୁ ଆଖିରେ ଦେଖି ହେବନି କି ଦେଖାଇ ହେବନି। ଜଣେ ବୃଦ୍ଧଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିଜ ରକ୍ତ ସମ୍ପର୍କର ଭାଇ ଓ ତାଙ୍କ ପୁଅ ବୋହୂ ଠେଙ୍ଗାରେ ପିଟି ପିଟି ମାରିଦେଇଛନ୍ତି। ଏପରି ଅମାନୁଷିକ ଘଟଣା ଆଦିବାସୀ […]

attack-

  • Published: Saturday, 06 August 2022
  • , Updated: 06 August 2022, 10:42 PM IST

ନାରାୟଣପାଟଣା (ପି.ଗୋବିନ୍ଦରାଜୁ ସୁବୁଦ୍ଧି): ବୀଭତ୍ସ... ଅମାନୁଷିକ... ଯନ୍ତ୍ରଣାଦାୟକ... ହୃଦୟବିଦାରକ...। ଏମିତି କେତେ କ’ଣ ଶବ୍ଦ ଲେଖିଲେ ମଧ୍ୟ କମ୍‌ ହେବ। କାରଣ ଯେଉଁ ଭିଡିଓ ଭାଇରାଲ୍‌ ହେଉଛି, ତାକୁ ଶବ୍ଦରେ ବର୍ଣ୍ଣନା କରିବା ସମ୍ଭବ ନୁହେଁ। ସେହି ଭିଡ଼ିଓକୁ ଆଖିରେ ଦେଖି ହେବନି କି ଦେଖାଇ ହେବନି। ଜଣେ ବୃଦ୍ଧଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିଜ ରକ୍ତ ସମ୍ପର୍କର ଭାଇ ଓ ତାଙ୍କ ପୁଅ ବୋହୂ ଠେଙ୍ଗାରେ ପିଟି ପିଟି ମାରିଦେଇଛନ୍ତି। ଏପରି ଅମାନୁଷିକ ଘଟଣା ଆଦିବାସୀ ଅଧ୍ୟୁଷିତ କୋରାପୁଟ୍‌ ଜିଲ୍ଲା ଲକ୍ଷ୍ମୀପୁର ଥାନା ଅଞ୍ଚଳରେ ଘଟିଛି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। ମୋବାଇଲରୁ ମୋବାଇଲ୍‌ ଘୂରି ବୁଲୁଛି।

ଲକ୍ଷ୍ମୀପୁର ବ୍ଲକ ଅନ୍ତର୍ଗତ ଉପରକୁଟିଙ୍ଗା ଗାଁର ବୃଦ୍ଧ କୁର୍ଷ ମିଣିଆକା। ଶୁକ୍ରବାର ଦିନ କୌଣସି କଥାକୁ ନେଇ ନିଜ ପୁଅର ଘରର ଆଜବେଷ୍ଟ ଗୁଡିକୁ ଭାଙ୍ଗି ଦେଇଥିଲେ। ପରେ ଗାଳି ଗୁଲଜ ଦେଇଥିଲେ। ଏଥିରେ ଉତ୍‌କ୍ଷିପ୍ତ ହୋଇ କୁର୍ଷଙ୍କୁ ନିଜ ରକ୍ତ ସମ୍ପର୍କର ଭାଇ ଓ ତାଙ୍କ ପୁଅ ବୋହୂ, ଅନ୍ୟ ଜଣଙ୍କ ସହାୟତାରେ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ଦେଇଥିଲେ। ତା’ପରେ ଆରମ୍ଭ ହୋଇଥିଲା ନିର୍ଯାତନା। ଠେଙ୍ଗାରେ ମାଡ଼ ମାରିଥିଲେ। ସେ ମାଡ଼ ଥିଲା ଭୟଙ୍କର। କଳାପାଣି ଯନ୍ତ୍ରଣାଠାରୁ ଆହୁରି ଭୟଙ୍କର। କୁର୍ଷ ଯେତେ ଚିତ୍କାର କରୁଥିଲେ ମଧ୍ୟ ଗାଁର ସାହିଭାଇ କେହି ଶୁଣିନଥିଲେ। ଏପରିକି ତାଙ୍କୁ କେହି ଉଦ୍ଧାର କରିନଥିଲେ। ମାଡ଼ ମରା ଭିତରେ ବିଦ୍ୟୁତ୍‌ ଖୁଣ୍ଟରେ ହିଁ ତାଙ୍କର ପ୍ରାଣ ବାୟୁ ଉଡି ଯାଇଥିଲା।

[caption id="attachment_755483" align="aligncenter" width="650"] ବୃଦ୍ଧଙ୍କୁ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ପିଟୁଛନ୍ତି[/caption]

କୁର୍ଷଙ୍କ ମୃତ୍ୟୁ ହୋଇଥିବା ଜାଣି ଗାଁ ଲୋକଙ୍କ ସହାୟତାରେ ସତ୍କାର କରିଦେଇଥିଲେ। ମୃତଦେହକୁ ପୋଡ଼ି ଦେଇଥିବା ଅଭିଯୋଗ ହୋଇଥିଲା। ଆଜି କୁର୍ଷଙ୍କୁ ମାଡ଼ ମରାଯାଉଥିବାର ଭିଡିଓ ଭାଇରାଲ୍ ହେବା ପରେ ଲକ୍ଷ୍ମୀପୁର ଥାନା ପୁଲିସ୍‌ ଉପର କୁଟିଙ୍ଗା ଗାଁରେ ପହଞ୍ଚିଥିଲା। ଚଢ଼ଉ ସମୟରେ ମୁଖ୍ୟ ଅଭିଯୁକ୍ତକୁ ଅଟକ ରଖିଥିବା ବେଳେ ଅନ୍ୟ ଦୁଇ ଜଣ ଫେରାର୍ ହୋଇଯାଇଥିବା ଜଣାପଡିଛି। ସେମାନଙ୍କୁ ଗିରଫ କରିବା ପାଇଁ ପୁଲିସ୍‌ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

Related story