କଳାହାଣ୍ଡିରେ ଇଲେକଟ୍ରିକ୍‌ ଲୋକୋମୋଟିଭ୍ ୱାର୍କସପ୍‌ ପ୍ରତିଷ୍ଠା ପ୍ରସ୍ତାବକୁ ଅନୁମୋଦନ କରିବାକୁ ରେଳମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: କଳାହାଣ୍ଡିରେ ଏକ ରେଲୱେ ଇଲେକଟ୍ରିକ୍‌ ଲୋକୋମୋଟିଭ୍ ପେରିଓଡିକ୍ ଓଭରହଲ୍ (ପିଓଏଚ୍‌) ୱାର୍କସପ୍‌ ପ୍ରତିଷ୍ଠା କରିବା ପାଇଁ ସୁପାରିଶ କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ପୂର୍ବତଟ ରେଳବାଇ ମହାପ୍ରବନ୍ଧକଙ୍କୁ ନେଇ ଗଠିତ ଜଏଣ୍ଟ ୱାର୍କିଂ ଗ୍ରୁପ୍। ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ଓ କଳାହାଣ୍ଡିବାସୀଙ୍କ ଭାବନାକୁ ସମ୍ମାନ ଦେଇ ଜଏଣ୍ଟ ୱାର୍କିଂ ଗ୍ରୁପ୍‌ର ଏହି ସୁପାରିଶକୁ ଅନୁମୋଦନ କରିବାକୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଏକ ଚିଠି ଲେଖି ଅନୁରୋଧ […]

cmnaveen

Rakesh Mallick
  • Published: Friday, 20 May 2016
  • , Updated: 20 May 2016, 11:56 AM IST

ଭୁବନେଶ୍ୱର: କଳାହାଣ୍ଡିରେ ଏକ ରେଲୱେ ଇଲେକଟ୍ରିକ୍‌ ଲୋକୋମୋଟିଭ୍ ପେରିଓଡିକ୍ ଓଭରହଲ୍ (ପିଓଏଚ୍‌) ୱାର୍କସପ୍‌ ପ୍ରତିଷ୍ଠା କରିବା ପାଇଁ ସୁପାରିଶ କରିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ପୂର୍ବତଟ ରେଳବାଇ ମହାପ୍ରବନ୍ଧକଙ୍କୁ ନେଇ ଗଠିତ ଜଏଣ୍ଟ ୱାର୍କିଂ ଗ୍ରୁପ୍। ଓଡ଼ିଶାର ସ୍ୱାର୍ଥ ଦୃଷ୍ଟିରୁ ଓ କଳାହାଣ୍ଡିବାସୀଙ୍କ ଭାବନାକୁ ସମ୍ମାନ ଦେଇ ଜଏଣ୍ଟ ୱାର୍କିଂ ଗ୍ରୁପ୍‌ର ଏହି ସୁପାରିଶକୁ ଅନୁମୋଦନ କରିବାକୁ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରେଳ ମନ୍ତ୍ରୀ ସୁରେଶ ପ୍ରଭୁଙ୍କୁ ଏକ ଚିଠି ଲେଖି ଅନୁରୋଧ କରିଛନ୍ତି।

ମୁଖ୍ୟମନ୍ତ୍ରୀ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି,“ଗତ ଏପ୍ରିଲ ୧୬ ତାରିଖରେ ଆପଣଙ୍କର ଓଡ଼ିଶା ଗସ୍ତ ସମୟରେ କଳାହାଣ୍ଡିରେ ଏକ ଉପଯୁକ୍ତ ରେଳ କାରଖାନା ବସାଇବା ପ୍ରସଙ୍ଗରେ ରାଜ୍ୟ ମୁଖ୍ୟ ଶାସନ ସଚିବ ଓ ପୂର୍ବତଟ ରେଳବାଇ ମହାପ୍ରବନ୍ଧକଙ୍କୁ ନେଇ ଏକ ଜଏଣ୍ଟ ୱାର୍କିଂ ଗ୍ରୁପ୍ ଗଠନ କରାଯାଇଥିଲା। ବିଭିନ୍ନ ଦିଗକୁ ତର୍ଜମା କରିବା ପରେ ଏହି ଗ୍ରୁପ୍ କଳାହାଣ୍ଡିରେ ଏକ ଇଲେକଟ୍ରିକ୍ ଲୋକୋମୋଟିଭ୍ ପେରିଓଡିକ୍ ଓଭରହଲ୍ (ପିଓଏଚ୍) ୱାର୍କସପ୍ ପ୍ରତିଷ୍ଠା କରିବାକୁ ସୁପାରିଶ କରିଛନ୍ତି। ଦେଶରେ ଇଲେକ୍‌ଟ୍ରିକ୍ ଲୋକୋମୋଟିଭ୍‌ର ଅଭାବ ରହିଥିବା ବେଳେ ପୂର୍ବତଟ ରେଳବାଇ ଅଧୀନରେ ଏଭଳି କାରଖାନା ନାହିଁ। ତେଣୁ ଏହାକୁ ବିଚାରକୁ ନେଇ ଜଏଣ୍ଟ ୱାର୍କିଂ ଗ୍ରୁପ୍‌ କଳାହାଣ୍ଡିରେ ଏହି କାରଖାନା ପ୍ରତିଷ୍ଠା ପାଇଁ ସୁପାରିଶ କରିଛି। ଏହି ଗ୍ରୁପ୍‌ ତର୍ଜମା କରି ଜାଣିବାକୁ ପାଇଛି ଯେ ଦେଶ ବର୍ଷକୁ ୬୦ଟି ଲୋକୋମୋଟିଭ୍‌ ନିର୍ମାଣ କରିବା ଭଳି ଏକ ପିଓଏଚ୍ ୱାର୍କସପ୍ ଆବଶ୍ୟକ କରୁଛି।”

ମୁଖ୍ୟମନ୍ତ୍ରୀ ଉଲ୍ଲେଖ କରିଛନ୍ତି,“ କଳାହାଣ୍ଡିରେ ଇଲେକଟ୍ରିକ୍ ଲୋକୋମୋଟିଭ୍ ପେରିଓଡିକ୍ ଓଭରହଲ୍ (ପିଓଏଚ୍) ୱାର୍କସପ୍ ପ୍ରତିଷ୍ଠା ପାଇଁ ୨୫୦ ଏକର ଜାଗା ଆବଶ୍ୟକ ବୋଲି ଜଏଣ୍ଟ ୱାର୍କିଂ ଗ୍ରୁପ୍ ତାଙ୍କ ସୁପାରିଶରେ ଦର୍ଶାଇଛନ୍ତି। ଓଡ଼ିଶାବାସୀଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜ୍ୟ ସରକାର ସେତିକି ପରିମାଣର ଜମି ମାଗଣା ଯୋଗାଇ ଦେବାକୁ ପ୍ରସ୍ତୁତ ଅଛନ୍ତି।”

୨୦୧୩-୧୪ ରେଳ ବଜେଟ୍‌ରେ କଳାହାଣ୍ଡିରେ ଏକ ରେଳ ୱାଗନ ମରାମତି କାରଖାନା ପ୍ରତିଷ୍ଠା କରିବା ପାଇଁ ତତ୍କାଳୀନ ସରକାର ଘୋଷଣା କରିଥିଲେ। ତେବେ ପରେ ଏହି ପ୍ରସ୍ତାବିତ କାରଖାନା ନିର୍ମାଣ ପାଇଁ କଳାହାଣ୍ଡିରେ ଆବଶ୍ୟକ ଭିତ୍ତିଭୂମିର ଅଭାବ ଥିବା ଦର୍ଶାଇ ଏହାକୁ ଆନ୍ଧ୍ରପ୍ରଦେଶକୁ ଉଠାଇ ନେବା ପାଇଁ ରେଳ ବିଭାଗ ନିଷ୍ପତ୍ତି ନେଇଥିଲା। ଏହାକୁ ନେଇ ଓଡ଼ିଶାରେ ଅସନ୍ତୋଷ ଦେଖାଯାଇଥିଲା।

Related story