ରାଜ୍ୟରେ ବଢ଼ିଲା ବିଦ୍ୟୁତ ଦର

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଢ଼ିଲା ବିଦ୍ୟୁତ ଦର। ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧିକୁ ମିଳିଛି OERCଙ୍କ ମଂଜୁରୀ। ନୂଆ ଦର ଅନୁଯାୟୀ କିଲୋୱାଟ୍ ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି କରାଯିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି OERC। ହାରାହାରି ଖୁଚୁରା ତାରିଫ ୫.୬୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏଣିକି ପ୍ରଥମ ୫୦ ୟୁନିଟ ପାଇଁ ୟୁନିଟ୍ ପିଛା ଦର ୩ ଟଙ୍କାକୁ ବୃଦ୍ଧି କରାଯାଇଛି। ସେହିପରି ୫୧ରୁ ୧୦୦ ୟୁନିଟ୍ ପାଇଁ ୪.୮୦ ଟଙ୍କା, ୨୦୧ରୁ […]

electricity

Ranjit Kumar Jena
  • Published: Saturday, 27 March 2021
  • , Updated: 27 March 2021, 03:53 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ରାଜ୍ୟରେ ବଢ଼ିଲା ବିଦ୍ୟୁତ ଦର। ରାଜ୍ୟରେ ବିଦ୍ୟୁତ ଦର ବୃଦ୍ଧିକୁ ମିଳିଛି OERCଙ୍କ ମଂଜୁରୀ। ନୂଆ ଦର ଅନୁଯାୟୀ କିଲୋୱାଟ୍ ପିଛା ସର୍ବନିମ୍ନ ୩୦ ପଇସା ବୃଦ୍ଧି କରାଯିବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି OERC। ହାରାହାରି ଖୁଚୁରା ତାରିଫ ୫.୬୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଏଣିକି ପ୍ରଥମ ୫୦ ୟୁନିଟ ପାଇଁ ୟୁନିଟ୍ ପିଛା ଦର ୩ ଟଙ୍କାକୁ ବୃଦ୍ଧି କରାଯାଇଛି।

ସେହିପରି ୫୧ରୁ ୧୦୦ ୟୁନିଟ୍ ପାଇଁ ୪.୮୦ ଟଙ୍କା, ୨୦୧ରୁ ୪୦୦ ୟୁନିଟ୍ ପାଇଁ ୫.୮୦ ଟଙ୍କା ଏବଂ ୪୦୦ ୟୁନିଟରୁ ଅଧିକ ହେଲେ ୟୁନିଟ୍ ପିଛା ଦର ୬.୨୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ତେବେ ବିପିଏଲ୍ ଓ ଜଳସେଚିତ ଗ୍ରାହକଙ୍କ ପାଇଁ ତାରିଫ ପୂର୍ବପରି ଅପରିବର୍ତ୍ତିତ ରହିବ। ବର୍ଦ୍ଧିତ ଶୁଳ୍କ ଏପ୍ରିଲ୍ ୪ ତାରିଖରୁ ଲାଗୁ କରାଯିବ। ମିଟର ରେଣ୍ଟ, ମାସିକ ସର୍ବନିମ୍ନ ଚାର୍ଜ ମଧ୍ୟ ଅପରିବର୍ତ୍ତିତ ରହିଛି। ଘରୋଇ ଓ ସିଙ୍ଗଲ ଫେଜ୍ ଉପଭୋକ୍ତାଙ୍କ ପାଇଁ ୨% ରିହାତି କରାଯାଇଛି। ଡିଜିଟାଲରେ ପେମେଣ୍ଟ କଲେ ଉଭୟ ଉପଭୋକ୍ତାଙ୍କୁ ରିହାତି ମିଳିବ। ଅର୍ଥାତ ସମସ୍ତ ପ୍ରି-ପେଡ୍ ଉପଭୋକ୍ତାଙ୍କୁ ମଧ୍ୟ ୨% ରିହାତି ମିଳିବ।

ସେହିପରି ଟ୍ରାନ୍ସମିସନ ତାରିଫ ୟୁନିଟ ପିଛା ୩ ପଇସାକୁ ବୃଦ୍ଧି। ପୂର୍ବରୁ ୨୫ ପଇସା ଥିଲା, ଯାହା ଏବେ ୨୮ ପଇସା ହେବ।

Related story