ଲଲିତ ନଗରବାସୀଙ୍କ ପାଇଁ ବିଜୁଳି ଆଲୁଅ ସାତ ସପନ

ବଲାଙ୍ଗିର(ସସ୍ମିତା ସାହୁ): ବଲାଙ୍ଗିର ସହର ଉପକଣ୍ଠରେ ଥିବା ଲଲିତ ନଗରରେ ସରକାରଙ୍କ ସବୁ ଯୋଜନା ଫେଲ୍ ମାରିଛି। ଆଜି ପର୍ଯ୍ୟନ୍ତ ଏହି ପଡାର ଲୋକଙ୍କ ପାଇଁ ବିଦ୍ୟୁତ୍‌ ଆଲୁଅ ସାତ ସପନ ପାଲଟିଛି। ଏନେଇ ପଡ଼ାବାସୀ ପ୍ରଶାସନକୁ ବାରମ୍ବାର ଦାବି କରି ଆସୁଛନ୍ତି। ହେଲେ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି। ଲୋକଙ୍କ ଦାବି ପରେ ପଡାରେ ଟ୍ରାନସଫରମର ବସାଯାଇଛି କିନ୍ତୁ ବିଦ୍ୟୁତ ସଂଯୋଗ ଦିଆଯାଇନାହିଁ। ଦିନକୁ ଦିନ ଖରାର ତାତି ବୃଦ୍ଧି ପାଉଥିବା ଯୋଗୁଁ […]

Electry Problem

Rakesh Mallick
  • Published: Tuesday, 01 May 2018
  • , Updated: 01 May 2018, 01:27 PM IST

ବଲାଙ୍ଗିର(ସସ୍ମିତା ସାହୁ): ବଲାଙ୍ଗିର ସହର ଉପକଣ୍ଠରେ ଥିବା ଲଲିତ ନଗରରେ ସରକାରଙ୍କ ସବୁ ଯୋଜନା ଫେଲ୍ ମାରିଛି। ଆଜି ପର୍ଯ୍ୟନ୍ତ ଏହି ପଡାର ଲୋକଙ୍କ ପାଇଁ ବିଦ୍ୟୁତ୍‌ ଆଲୁଅ ସାତ ସପନ ପାଲଟିଛି। ଏନେଇ ପଡ଼ାବାସୀ ପ୍ରଶାସନକୁ ବାରମ୍ବାର ଦାବି କରି ଆସୁଛନ୍ତି। ହେଲେ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଛି। ଲୋକଙ୍କ ଦାବି ପରେ ପଡାରେ ଟ୍ରାନସଫରମର ବସାଯାଇଛି କିନ୍ତୁ ବିଦ୍ୟୁତ ସଂଯୋଗ ଦିଆଯାଇନାହିଁ।

ଦିନକୁ ଦିନ ଖରାର ତାତି ବୃଦ୍ଧି ପାଉଥିବା ଯୋଗୁଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବଲାଙ୍ଗିର ସହରର ତାପମାତ୍ରା ୪୨ ଡିଗ୍ରୀ ଉପରେ ରହୁଥିବା ବେଳେ ଲୋକେ ଘରେ କିମ୍ୱା ବାହାରେ ରହି ପାରୁ ନାହାଁନ୍ତି। ଏହାସହିତ ବିଦ୍ୟୁତ୍‌ ନଥିବାରୁ ଛୋଟ ଛୋଟ ଛୁଆଙ୍କ ପାଠପଢାରେ ଅସୁବିଧା ହେଉଥିବା ଅଭିଯୋଗ ହୋଇଛି।

Related story