ବର୍ଷା ଯୋଗୁ ଇନ୍ଦ୍ରାବତୀରୁ କମିଲା ବିଦ୍ୟୁତ୍‌ ଉତ୍ପାଦନ

ଭବାନୀପାଟଣା (ରାଜକୁମାର ସିଂଦେଓ): ଲଘୁଚାପ ବର୍ଷାରେ ବେହାଲ କଳାହାଣ୍ଡି ଜିଲ୍ଲାରେ ଧିରେ ଧିରେ ପରିସ୍ଥିତି ସ୍ୱାଭାବିକ ହେଉଛି । ଗତକାଲି ରାତିରୁ ବର୍ଷା କମିଯିବା ଫଳରେ ନଦୀଗୁଡିକରେ ଜଳସ୍ତର ହ୍ରାସ ପାଉଛି। ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଇନ୍ଦ୍ରାବତୀରୁ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ ରହିଛି । ବ୍ୟାରେଜରେ ଗତକାଲି ୫ଟି ଗେଟ୍ ଖୋଲାଯାଇଥିଲା। ଏବେ ବ୍ୟାରେଜରେ ଜଳସ୍ତର ସ୍ୱାଭାବିକ ସ୍ଥିତିକୁ ଆସିଛି  । ଜିଲାର ହାତୀନଦୀରେ ପାଣି ବଢିବା ଫଳରେ କେତେକ ଅଞ୍ଚଳରେ ପାଣି ପଶିଯାଇଥିଲା। ନଦୀକୁଳିଆ […]

kalahandi-1-1..

Niharika Rout
  • Published: Thursday, 08 August 2019
  • , Updated: 08 August 2019, 09:29 AM IST

ଭବାନୀପାଟଣା (ରାଜକୁମାର ସିଂଦେଓ): ଲଘୁଚାପ ବର୍ଷାରେ ବେହାଲ କଳାହାଣ୍ଡି ଜିଲ୍ଲାରେ ଧିରେ ଧିରେ ପରିସ୍ଥିତି ସ୍ୱାଭାବିକ ହେଉଛି । ଗତକାଲି ରାତିରୁ ବର୍ଷା କମିଯିବା ଫଳରେ ନଦୀଗୁଡିକରେ ଜଳସ୍ତର ହ୍ରାସ ପାଉଛି।

ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଇନ୍ଦ୍ରାବତୀରୁ ବିଦ୍ୟୁତ୍‌ ଉତ୍ପାଦନ ବନ୍ଦ ରହିଛି । ବ୍ୟାରେଜରେ ଗତକାଲି ୫ଟି ଗେଟ୍ ଖୋଲାଯାଇଥିଲା। ଏବେ ବ୍ୟାରେଜରେ ଜଳସ୍ତର ସ୍ୱାଭାବିକ ସ୍ଥିତିକୁ ଆସିଛି  ।

ଜିଲାର ହାତୀନଦୀରେ ପାଣି ବଢିବା ଫଳରେ କେତେକ ଅଞ୍ଚଳରେ ପାଣି ପଶିଯାଇଥିଲା। ନଦୀକୁଳିଆ ଲୋକେ ଭୟଭୀତ ଅବସ୍ଥାରେ ଥିଲେ। ପ୍ରଶାସନ ପକ୍ଷରୁ ବିପନ୍ନଙ୍କୁ ଉଦ୍ଧାର କରାଯାଇ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ବନ୍ୟାରେ ଲାଞ୍ଜିଗଡ଼ ଓ ଥୁଆମୁଳ ରାମପୁର ବ୍ଲକ ବେଶୀ ପ୍ରଭାବିତ ହୋଇଛି ।

Related story