ବିଜୁଳି ପାଇଁ ସୀମା ଲଂଘିଲାଣି ଲୋକଙ୍କ ଧୈର୍ଯ୍ୟ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସମନ୍ୱୟ ଅଭାବ ଯୋଗୁଁ ରାଜଧାନୀରେ ଧିମେଇ ଯାଇଛି ବିଜୁଳି ମରାମତି କାମ।  ଫଳରେ ଫୋନିର ୮ ଦିନ ପରେ ବି ଅନ୍ଧାରରେ ରହିଛି ରାଜଧାନୀର ଅନେକ  ଅଂଚଳ । ରାଜ୍ୟ ବାହାରୁ ଆସିଥିବା କୁଶଳୀ କର୍ମଚାରୀ ଓ ଶ୍ରମିକମାନଙ୍କୁ ସଠିକ୍ ଭାବେ କାମରେ ଲଗାଇପାରୁନାହାଁନ୍ତି ସରକାର। ଆନୁଷଙ୍ଗିକ ସୁବିଧା ଓ ଆବଶ୍ୟକ ସଂରଜାମ ଯୋଗାଇ ନ ଦେବାରୁ ବିଜୁଳି ମରାମତି ପାଇଁ ଆସିଥିବା କର୍ମଚାରୀ ହାତବାନ୍ଧି ବସୁଛନ୍ତି। ଏପଟେ କିନ୍ତୁ ସରକାର ଦାବି କରିଛନ୍ତି […]

vlcsnap-0448-10-25-03h27m38

vlcsnap-0448-10-25-03h27m38

Tapas Behera
  • Published: Saturday, 11 May 2019
  • Updated: 11 May 2019, 07:51 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର) ସମନ୍ୱୟ ଅଭାବ ଯୋଗୁଁ ରାଜଧାନୀରେ ଧିମେଇ ଯାଇଛି ବିଜୁଳି ମରାମତି କାମ।  ଫଳରେ ଫୋନିର ୮ ଦିନ ପରେ ବି ଅନ୍ଧାରରେ ରହିଛି ରାଜଧାନୀର ଅନେକ  ଅଂଚଳ । ରାଜ୍ୟ ବାହାରୁ ଆସିଥିବା କୁଶଳୀ କର୍ମଚାରୀ ଓ ଶ୍ରମିକମାନଙ୍କୁ ସଠିକ୍ ଭାବେ କାମରେ ଲଗାଇପାରୁନାହାଁନ୍ତି ସରକାର।

ଆନୁଷଙ୍ଗିକ ସୁବିଧା ଓ ଆବଶ୍ୟକ ସଂରଜାମ ଯୋଗାଇ ନ ଦେବାରୁ ବିଜୁଳି ମରାମତି ପାଇଁ ଆସିଥିବା କର୍ମଚାରୀ ହାତବାନ୍ଧି ବସୁଛନ୍ତି। ଏପଟେ କିନ୍ତୁ ସରକାର ଦାବି କରିଛନ୍ତି କାଲି ସୁଦ୍ଧା ଭୁବନେଶ୍ୱର ସହରାଞ୍ଚଳରେ ସବୁ ଉପଭୋକ୍ତାଙ୍କୁ ବିଜୁଳି ଦେଇଦେବେ।  ତେବେ ବିଜୁଳି ଅଭାବରୁ ଲୋକଙ୍କ ଧୈର୍ଯ୍ୟ ସୀମା ଡେଇଁଲାଣି।

ଭୁଶୁଡି ପଡିଥିବା ଭୁବନେଶ୍ୱରର ବିଜୁଳି ଭିତ୍ତିଭୂମି ସଜାଡିବାକୁ ତେଲେଙ୍ଗାନାରୁ ଆସିଛନ୍ତି କୁଶଳୀ କର୍ମଚାରୀ ଓ ଶ୍ରମିକ। ହେଲେ ସରକାରଙ୍କ ଶକ୍ତି ବିଭାଗର ଅଫିସରଙ୍କ ଅସହଯୋଗ ଓ ସମନ୍ୱୟ ଅଭାବରୁ କାମ ନକରି ବସି ରହିଛନ୍ତି ୪୦ ଜଣିଆ ଟିମ୍ ।

ଏମିତି ଦୃଶ୍ୟ ଭୁବନେଶ୍ୱର ବିଡିଏ କଲୋନୀ ନିକଟରେ ଦେଖିବାକୁ ମିଳିଛି। ୧୧ କେଭି ଲାଇନ ମରାମତି ପରେ ୩୩ କେଭି ଖୁଣ୍ଟ ସହ ଏହାକୁ ଯୋଡିବାକୁ ଲାଇନ କ୍ଲିଅରାନ୍ସକୁ ଅପେକ୍ଷା କରିଛନ୍ତି ତେଲେଙ୍କାନାର  ଟିମ। ୪ ଘଣ୍ଟା ବସି ରହିବା ପରେ ଆସିଲେ ଚନ୍ଦ୍ରଶେଖରପୁର ଡିଭିଜନ୍‌ ଅଫିସର।  ତଥାପି କ୍ଲିଅନରାନ୍ସ ମିଳିଲାନି କି କାମ ଆଗେଇ ପାରିଲାନି।

ସେହିପରି ପଡୋଶୀ ପଶ୍ଚିମ ବଙ୍ଗରୁ ଆସିଥିବା କୁଶଳୀ କର୍ମଚାରୀ ଓ ଶ୍ରମିକଙ୍କୁ ବି କାମରେ ଲଗାଇପାରୁନାହିଁ ଶକ୍ତି ବିଭାଗ । ଫଳରେ ରାଜଧାନୀରେ ଧିମେଇ ଯାଇଛି ବିଜୁଳି ମରାମତି କାମ। ବିଜୁଳିକୁ ଅପେକ୍ଷା କରି କରି ଲୋକଙ୍କ ଧୈର୍ଯ୍ୟ ସୀମା ଡେଇଁବା ପରେ ପ୍ରତିଦିନ କେଉଁଠି ନା କେଉଁଠି  ରାସ୍ତକୁ ଓହ୍ଲାଉଛନ୍ତି ଉପଭୋକ୍ତା ।

ପୁରୁଣା ଭୁବନେଶ୍ୱରେ ଉଭୟ ବିଜୁଳି  ଓ ପାଣି ନ ଆସିବାରୁ ଏଠି ଲୋକଙ୍କ ରାଗ ପଞ୍ଚମକୁ ଉଠିଛି । ରାସ୍ତା ରୋକ ସହ ପୋଡାଜଳା କରିଛନ୍ତି ଉତ୍ତ୍ୟକ୍ତ ଲୋକେ । ଗତାକିଲ ରାତିରେ ବି ରାଜଧାନୀର ବିଭିନ୍ନ ସ୍ଥାନରେ ବିଜୁଳି ନ ଆସିବାରୁ ରାସ୍ତାକୁ ଓହ୍ଲାଇଥିଲେ ଲୋକେ ଭୁବନେଶ୍ୱର ବାସିନ୍ଦା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story