ଆଶଙ୍କାରେ ଉପଭୋକ୍ତା; ରାଜ୍ୟରେ ବଢ଼ିପାରେ ବିଦ୍ୟୁତ୍ ଦର

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ବିଦ୍ୟୁତ୍‌ ଉପଭୋକ୍ତାଙ୍କ ମୁଣ୍ଡରେ ପଡ଼ିପାରେ ଚଡ଼କ। ଚଳିତ ବର୍ଷ ବଢ଼ିପାରେ ବିଦ୍ୟୁତ୍ ଦର। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ପୂର୍ବ ଆଦେଶର ପୁନଃବିଚାର କରିବାକୁ ଗ୍ରୀଡ୍‌କୋ ଗତ ମେ’ ୨୩ ତାରିଖରେ  ଓଇଆର୍‌ସିଙ୍କ ଦ୍ୱାରସ୍ଥ ହୋଇଛି। ରାଜସ୍ୱ କ୍ଷତି ଭରଣା କରିବା ଆଳ ଦେଖାଇ ରାଜ୍ୟ ସରକାର ବିଦ୍ୟୁତ୍ ଦର ବଢ଼ାଇବା ନେଇ ଚିନ୍ତା କରୁଥିବା ଜଣାପଡ଼ିଛି। ୨୦୧୯-୨୦ ବର୍ଷ ନିମନ୍ତେ ବିଦ୍ୟୁତ୍‌ ଦର ଅପରିବର୍ତ୍ତିତ ରହିବ ବୋଲି ଗତ ମେ’ ୨୩ ତାରିଖରେ […]

light

Jyoshna Pradhan
  • Published: Saturday, 31 August 2019
  • , Updated: 31 August 2019, 12:25 PM IST

ଭୁବନେଶ୍ୱର:(ଓଡ଼ିଶା ରିପୋର୍ଟର): ବିଦ୍ୟୁତ୍‌ ଉପଭୋକ୍ତାଙ୍କ ମୁଣ୍ଡରେ ପଡ଼ିପାରେ ଚଡ଼କ। ଚଳିତ ବର୍ଷ ବଢ଼ିପାରେ ବିଦ୍ୟୁତ୍ ଦର। ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗଙ୍କ ପୂର୍ବ ଆଦେଶର ପୁନଃବିଚାର କରିବାକୁ ଗ୍ରୀଡ୍‌କୋ ଗତ ମେ’ ୨୩ ତାରିଖରେ  ଓଇଆର୍‌ସିଙ୍କ ଦ୍ୱାରସ୍ଥ ହୋଇଛି। ରାଜସ୍ୱ କ୍ଷତି ଭରଣା କରିବା ଆଳ ଦେଖାଇ ରାଜ୍ୟ ସରକାର ବିଦ୍ୟୁତ୍ ଦର ବଢ଼ାଇବା ନେଇ ଚିନ୍ତା କରୁଥିବା ଜଣାପଡ଼ିଛି।

୨୦୧୯-୨୦ ବର୍ଷ ନିମନ୍ତେ ବିଦ୍ୟୁତ୍‌ ଦର ଅପରିବର୍ତ୍ତିତ ରହିବ ବୋଲି ଗତ ମେ’ ୨୩ ତାରିଖରେ ଓଇଆର୍‌ସିଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା। କିନ୍ତୁ ଗତ ୨୦ ତାରିଖରେ ବିଦ୍ୟୁତ୍‌ ଦର ବଢ଼ାଇବା ସମ୍ପର୍କରେ ବିଚାର କରିବାକୁ ଓଇଆର୍‌ସିଙ୍କ ନିକଟରେ ଗ୍ରୀଡ୍‌କୋର ଆବେଦନ ପରେ ସମସ୍ତଙ୍କ ମନରେ ଛନକା ପଶି ଯାଇଛି। ଆଉ ଚଳିତ ବର୍ଷ ବିଦ୍ୟୁତ୍‌ ଦର ବଢ଼ିବ ବୋଲି ଆଶଙ୍କା କରାଯାଉଛି।

ଗତ ୨୦ ତାରିଖରେ ଗ୍ରୀଡ୍‌କୋ ଓଇଆର୍‌ସି ପାଖରେ କରିଥିବା ସାନି ଆବେଦନ ନେଇ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, “ରାଜ୍ୟର ବିଦ୍ୟୁତ୍ ଦର ନିର୍ଦ୍ଧାରଣ ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ଓଇଆର୍‌ସିଙ୍କ ହାତରେ ରହିଛି। ରାଜ୍ୟବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଯାହା ଠିକ୍ ହେବ ସେ ନେଇ ଓଇଆର୍‌ସି ନିଷ୍ପତ୍ତି ନେବେ।”

ଅନ୍ୟପକ୍ଷରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍ କାଟ ଚାଲିଛି। ଏହାକୁ ନେଇ ଗ୍ରାହକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି।    ବାତ୍ୟା ‘ଫୋନି’ରେ କ୍ଷତିଗ୍ରସ୍ତ ହୋଇଥିବା ଅନେକ ସ୍ଥାନକୁ ଏଯାଏ ବିଦ୍ୟୁତ୍ ସେବା ପହଞ୍ଚି ପାରି ନଥିବା ଅଭିଯୋଗ ହୋଇଛି। ଏପରି ସ୍ଥିତିରେ ବିଦ୍ୟୁତ୍‌ ଦର ବଢ଼ିଲେ, ଲୋକେ ଏହାକୁ କିପରି ଗ୍ରହଣ କରୁଛନ୍ତି, ତାହା ଦେଖିବା ବାକି ରହିଲା।

Related story