‘ମୋତେ ଖାଇବାକୁ ଦିଅ’

ବଣାଇ (ରଞ୍ଜିତ ଚୌଧୁରୀ): ତିନି ଦିନ ତଳେ ଆମେ ଆପଣଙ୍କୁ ଦେଖାଇଥିଲୁ ଏହି ଭିଡିଓ। ହାତୀଟିଏ ରାଜରାସ୍ତାରେ ଗାଡ଼ି ଅଟକାଇ ମାଗୁଥିଲା ଖାଦ୍ୟ। ସେଥିପାଇଁ ସେଦିନ ସେହି ଜାଗାରେ ୨ ଘଣ୍ଟା ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବି ବାଧାପ୍ରାପ୍ତ ହୋଇଥିଲା। ହେଲେ କେବଳ ସେଦିନ ନୁହେଁ, ସପ୍ତାହେ ଉପରେ ସେହି ରାସ୍ତାରେ ଏମିତି ଖାଦ୍ୟ ମାଗୁଛି ଏହି ହାତୀଟି। ଘଟଣାଟି ସୁନ୍ଦରଗଡ଼ ଜିଲ୍ଲା ଟେନସା-ବରସୁଁଆ ରାଜରାସ୍ତାର। ଦିନ ନାହିଁ ରାତି ନାହିଁ, ଯେତେବେଳେ ଇଚ୍ଛା ରାସ୍ତା ଉପରକୁ […]

hati

Jitendra Garnayak
  • Published: Tuesday, 12 January 2021
  • , Updated: 12 January 2021, 12:32 PM IST

ବଣାଇ (ରଞ୍ଜିତ ଚୌଧୁରୀ): ତିନି ଦିନ ତଳେ ଆମେ ଆପଣଙ୍କୁ ଦେଖାଇଥିଲୁ ଏହି ଭିଡିଓ। ହାତୀଟିଏ ରାଜରାସ୍ତାରେ ଗାଡ଼ି ଅଟକାଇ ମାଗୁଥିଲା ଖାଦ୍ୟ। ସେଥିପାଇଁ ସେଦିନ ସେହି ଜାଗାରେ ୨ ଘଣ୍ଟା ପର୍ଯ୍ୟନ୍ତ ଗାଡ଼ି ଚଳାଚଳ ବି ବାଧାପ୍ରାପ୍ତ ହୋଇଥିଲା। ହେଲେ କେବଳ ସେଦିନ ନୁହେଁ, ସପ୍ତାହେ ଉପରେ ସେହି ରାସ୍ତାରେ ଏମିତି ଖାଦ୍ୟ ମାଗୁଛି ଏହି ହାତୀଟି।

ଘଟଣାଟି ସୁନ୍ଦରଗଡ଼ ଜିଲ୍ଲା ଟେନସା-ବରସୁଁଆ ରାଜରାସ୍ତାର। ଦିନ ନାହିଁ ରାତି ନାହିଁ, ଯେତେବେଳେ ଇଚ୍ଛା ରାସ୍ତା ଉପରକୁ ଓହ୍ଲାଇ ଆସି ଗାଡ଼ି ଅଟକାଇ ଶୁଣ୍ଢକୁ ବଢ଼ାଇ ଦେଉଛି ଓ ଖାଇବାକୁ ମାଗୁଛି ଏହି ହାତୀ। ତା’ଯୋଗୁଁ ମଝିରେ ମଝିରେ ସେହି ରାସ୍ତାରେ ଗାଡ଼ି ଚଳାଚଳରେ ବାଧା ଉପୁଜୁଛି। କିନ୍ତୁ ହାତୀଟି ଏଯାଏଁ କାହାର କିଛି କ୍ଷତି କରିନି।

ଖାଦ୍ୟ ପାଇଗଲେ ଖାଇଦେଇ ସେ ସୁନାପିଲା ପରି ପୁଣି ଜଙ୍ଗଲ ଭିତରକୁ ଚାଲିଯାଉଛି ବୋଲି କହିଛନ୍ତି କିଛି ଟ୍ରକ୍ ଚାଳକ। ତେବେ ଏଯାଏଁ ହାତୀଟିକୁ ସେଠାରୁ ଘଉଡ଼ାଇବାରେ ସଫଳ ହୋଇନି ବନ ବିଭାଗ । ଏନଇ ବରସୁଆଁ ରେଞ୍ଜର କହିଛନ୍ତି, ଆମେ ଟ୍ରାକ କରୁଛୁ। ଦୁଇଟି ହାତୀ ଅଛନ୍ତି। ଗୋଟିଏ ରାସ୍ତାକୁ ଆସି ଖାଦ୍ୟ ମାଗୁଛି। ହେଲେ ସେ ଭାରି ଶାନ୍ତ ହାତୀ। କାହାର କିଛି କ୍ଷତି କରୁନି। ଆମ ଟିମ ତା’ ଉପରେ ନଜର ରଖିଛି।

 

Related story