ବାରହା ଶିକାର ପାଇଁ ବିଛା ଯାଇଥିବା ତାରରେ ପଡ଼ିଗଲା ହାତୀ

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ବାରହା ଶିକାର ପାଇଁ ୧୧ କେଭି ତାର ବିଛାଇଥିଲେ ଶିକାରୀ । ହେଲେ ତାର ସଂସ୍ପର୍ଶରେ ଆସି ପ୍ରାଣ ହାରିଲା ହାତୀ । ସମ୍ବଲପୁର ସଦର ରେଞ୍ଜରୁ ଗତକାଲି ଏକ ହାତୀର ମୃତଦେହ ଠାବ ହେବା ପରେ ଜଣାପଡ଼ିଛି ଏହାର ମୃତ୍ୟୁର ରହସ୍ୟ । ସଦର ରେଞ୍ଜ ଭୀମଖୋଜ ଜଙ୍ଗଲରୁ ହାତୀର ମୃତହାତୀଟି ଠାବ ହୋଇଛି । ଏହା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମରିଥିବା ଜଣାପଡ଼ିଛି । ତେବେ କୌଣସି […]

hati

  • Published: Monday, 09 January 2023
  • , Updated: 09 January 2023, 08:30 AM IST

ସମ୍ବଲପୁର(ଓଡ଼ିଶା ରିପୋର୍ଟର): ବାରହା ଶିକାର ପାଇଁ ୧୧ କେଭି ତାର ବିଛାଇଥିଲେ ଶିକାରୀ । ହେଲେ ତାର ସଂସ୍ପର୍ଶରେ ଆସି ପ୍ରାଣ ହାରିଲା ହାତୀ । ସମ୍ବଲପୁର ସଦର ରେଞ୍ଜରୁ ଗତକାଲି ଏକ ହାତୀର ମୃତଦେହ ଠାବ ହେବା ପରେ ଜଣାପଡ଼ିଛି ଏହାର ମୃତ୍ୟୁର ରହସ୍ୟ ।

ସଦର ରେଞ୍ଜ ଭୀମଖୋଜ ଜଙ୍ଗଲରୁ ହାତୀର ମୃତହାତୀଟି ଠାବ ହୋଇଛି । ଏହା ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ମରିଥିବା ଜଣାପଡ଼ିଛି । ତେବେ କୌଣସି ଦୁର୍ଘଟଣାବଶତଃ ନୁହେଁ, ବରଂ ୧୧ କେଭି ତାରକୁ ବାରହା ଶିକାର ପାଇଁ ବିଛା ଯାଇଥିବା ଆଶଙ୍କା କରାଯାଉଛି ।

ବିଦ୍ୟୁତ୍‌ ତାର ବିଛାଇବା ଅଭିଯୋଗରେ ଖଇରମାଳ ଗାଁର ୩ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ବନବିଭାଗ । ଗତ ୬ ତାରିଖରୁ ହାତୀକୁ ଟ୍ରାକ୍ କରୁଥିଲେ ମଧ୍ୟ, ବନବିଭାଗ କର୍ମଚାରୀ ତାର ଖୋଜଖବର ପାଉନଥିଲେ ।

ଡିଏଫ୍ଓଙ୍କ ସୂଚନା ଅନୁସାରେ,  ଗତ ୬ ତାରିଖରେ ଅଭିଯୁକ୍ତମାନେ ବାରହା ଶିକାର କରିବାକୁ ବିଦ୍ୟୁତ୍‌ ତାରର ଫାଶ ବିଛାଇଥିଲେ । ହେଲେ ହାତୀଟି ତାର ସଂସ୍ପର୍ଶରେ ଆସିଯାଇଥିଲା । RCCF, DFO, ACF ଏବଂ ସ୍ଥାନୀୟ ସରପଞ୍ଚଙ୍କ ଉପସ୍ଥିତିରେ ମୃତଦେହର ବ୍ୟବଚ୍ଛେଦ ହୋଇଛି।   ଅଭିଯୁକ୍ତଙ୍କ ବିରୋଧରେ ବନ୍ୟପ୍ରାଣୀ ସଂରକ୍ଷଣ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛନ୍ତି ଡିଏଫଓ ।

Related story