କେମିତି ରୋକା ଯାଇପାରିବ ହାତୀ ମୃତ୍ୟୁ? ଗଠନ ହେଲା ବୈଷୟିକ କମିଟି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନନ୍ଦନକାନନରେ ଆତଙ୍କ ଖେଳାଇ ଦେଇଛି ହରପିସ୍ ଭାଇରସ୍‌। ଶତଚେଷ୍ଟା ସତ୍ତ୍ୱେ ହାତୀ ‘ଗୌରୀ’କୁ ବଞ୍ଚାଇ ପାରି ନାହାନ୍ତି। ଜୁଲି, ଚନ୍ଦନ ଓ କମଳା ପରେ ଗୌରୀର ମଧ୍ୟ ଜୀବନ ନେଇଛି ହରପିସ୍‌ ଭାଇରସ୍। ଗୌରୀର ମୃତ୍ୟୁ ପରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିଦ ହଜି ଯାଇଛି। ହାତୀ ମୃତ୍ୟୁ କେମିତି ରୋକା ଯାଇପାରିବ, ସେଥିପାଇଁ ଏକ ବୈଷୟିକ କମିଟି ଗଠନ କରାଯାଇଛି। ହରପିସ୍‌ ଭାଇରସ୍‌ରେ ଆକ୍ରାନ୍ତ ‘ଗୌରୀ’କୁ ଅଲଗା ରଖି ଚିକିତ୍ସା କରାଯାଉଥିଲା। ଏହା ସତ୍ତ୍ୱେ […]

elephant

Manoranjan Sial
  • Published: Saturday, 21 September 2019
  • , Updated: 21 September 2019, 08:52 PM IST

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନନ୍ଦନକାନନରେ ଆତଙ୍କ ଖେଳାଇ ଦେଇଛି ହରପିସ୍ ଭାଇରସ୍‌। ଶତଚେଷ୍ଟା ସତ୍ତ୍ୱେ ହାତୀ ‘ଗୌରୀ’କୁ ବଞ୍ଚାଇ ପାରି ନାହାନ୍ତି। ଜୁଲି, ଚନ୍ଦନ ଓ କମଳା ପରେ ଗୌରୀର ମଧ୍ୟ ଜୀବନ ନେଇଛି ହରପିସ୍‌ ଭାଇରସ୍। ଗୌରୀର ମୃତ୍ୟୁ ପରେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ନିଦ ହଜି ଯାଇଛି। ହାତୀ ମୃତ୍ୟୁ କେମିତି ରୋକା ଯାଇପାରିବ, ସେଥିପାଇଁ ଏକ ବୈଷୟିକ କମିଟି ଗଠନ କରାଯାଇଛି।

ହରପିସ୍‌ ଭାଇରସ୍‌ରେ ଆକ୍ରାନ୍ତ ‘ଗୌରୀ’କୁ ଅଲଗା ରଖି ଚିକିତ୍ସା କରାଯାଉଥିଲା। ଏହା ସତ୍ତ୍ୱେ ଗତକାଲି ବିଳମ୍ୱିତ ରାତିରେ ତାର ମୃତ୍ୟୁ ଘଟିଛି। ଯାହାକୁ ନେଇ ଚିନ୍ତାରେ ପଡ଼ି ଯାଇଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ହାତୀ ମୃତ୍ୟୁକୁ କେମିତି ରୋକାଯାଇପାରିବ, ସେଥିପାଇଁ ଏକ ବୈଷୟିକ କମିଟି ଗଠନ କରାଯାଇଛି। ହରପିସ୍‌ ଭାଇରସ୍‌ରୁ ହାତୀଙ୍କୁ ରକ୍ଷା ପାଇଁ ଏଯାଏ କଣ ପଦକ୍ଷେପ ନିଆଯାଇଛି? ଆଗକୁ କଣ କରାଯାଇପାରିବ? ସେ ସମ୍ପର୍କରେ ଏହି ବୈଷୟିକ କମିଟି ଅନୁଧ୍ୟାନ କରିବ। ତାହା ସହିତ ଆସାମର ନ୍ୟାସନାଲ ଲାବୋରେଟୋରି ଓ ଏଲିଫେଣ୍ଟ ଫରେଷ୍ଟ ଅଫ୍ କେରଳ ସହିତ ଆମେରିକାର ସ୍ମିଥ୍ ସୋନିଆନ୍‌ ଜୁଲୋଜିକାଲ ଇନଷ୍ଟିଚ୍ୟୁଟର ସାହାଯ୍ୟ ମଧ୍ୟ ନିଆଯାଉଛି ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ ଦାସ କହିଛନ୍ତି।

ହରପିସ୍ ଭାଇରସ୍ ୪ ହାତୀଙ୍କୁ ମାରିବା ପରେ ନନ୍ଦନକାନରେ ହାତୀଙ୍କ ସଂଖ୍ୟା ୪କୁ ଖସି ଆସିଛି। ହରପିସ୍ ସାଧାରଣତଃ ଅଳ୍ପ ବୟସର ହାତୀଙ୍କୁ ଆକ୍ରମଣ କରିଥାଏ। ତେଣୁ ଏବେ ୨ ବର୍ଷର ଛୁଆ ହାତୀ ମାମା ଓ ୨୧ ବର୍ଷର ହାତୀ ହୀରା ପ୍ରତି ବିପଦ ରହିଛି। ପ୍ରେମା ଓ ବାସନ୍ତୀର ବୟସ ୫୦ରୁ ଅଧିକ ହୋଇଥିବାରୁ ଏମାନେ ଅପେକ୍ଷାକୃତ ସୁରକ୍ଷିତ ଅଛନ୍ତି। ତଥାପି ସବୁ ହାତୀଙ୍କ ଜୀବନ ରକ୍ଷା ପାଇଁ ସବୁ ଉଦ୍ୟମ କରାଯାଉଛି। ପ୍ରତିଦିନ ରକ୍ତ ନମୂନା ସଂଗ୍ରହ ସହିତ ଚିକିତ୍ସା କରାଯାଉଛି। ହରପିସ୍ ଯେମିତି ଏହି ହାତୀଙ୍କୁ ଆକ୍ରମଣ ନ କରେ, ସେଥିପାଇଁ ନିଆଯାଉଛି ବାହାର ବିଶେଷଜ୍ଞଙ୍କ ସହାୟତା।

୨୦୧୨ ଡିସେମ୍ବରରେ ଆଠଗଡ଼ ବନାଞ୍ଚଳରୁ ଗୌରୀ, ନନ୍ଦନକାନନକୁ ଆସିଥିଲା। ଗୌରୀ ପୂର୍ବରୁ ଅଗଷ୍ଟ ୨୫ରେ ହାତୀ ଜୁଲି, ସେପ୍ଟେମ୍ବେର ୧୫ରେ ଚନ୍ଦନ ଓ ୧୯ରେ କମଳାର ପ୍ରାଣ ନେଇଥିଲା ହରପିସ୍।

Related story