ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ବି କାଟୁ କରୁନି, ଗଜରାଜଙ୍କ କଥା କିଏ ବୁଝିବ ?

କଟକ(ଓଡ଼ିଶା ରିପୋର୍ଟର):ଯୋଜନା ପରେ ଯୋଜନା। ତା’ସାଙ୍ଗକୁ ବୈଠକ, ପରାମର୍ଶ ଓ ନିର୍ଦ୍ଦେଶ । କିନ୍ତୁ ଗଜରାଜଙ୍କର ସଙ୍କଟ ଟଳୁନି। ଡେଡ୍ ଲାଇନ୍ ପୁରିଛି କିନ୍ତୁ କାମ ସରିନି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ବି ଏଠି କାଟୁ କରୁନି। ୨୦୧୮ ଡିସେମ୍ବରରେ ଥିବା ଡେଡ୍‌ଲାଇନ୍‌ ୨୦୨୦ରେ ପୂରଣ ହେବ କି ନାହିଁ ତାହା କହିବା ମୁସ୍କିଲ। ଏଭଳି ସ୍ଥଳେ ବିଦ୍ୟୁତ୍‌ ଆଘାତରେ ହେଉ କିମ୍ବା ଟ୍ରେନ୍ ଧକ୍କାରେ ଅକାଳରେ ଯାଉଛି ଗଜରାଜଙ୍କ ଜୀବନ।  ସମସ୍ୟାର ସମାଧାନ କରିବାକୁ ରେଳ ଓ ବିଜୁଳି ବିଭାଗ ସହ […]

cbb

Tapas Behera
  • Published: Wednesday, 16 October 2019
  • , Updated: 16 October 2019, 06:30 PM IST

କଟକ(ଓଡ଼ିଶା ରିପୋର୍ଟର):ଯୋଜନା ପରେ ଯୋଜନା। ତା’ସାଙ୍ଗକୁ ବୈଠକ, ପରାମର୍ଶ ଓ ନିର୍ଦ୍ଦେଶ । କିନ୍ତୁ ଗଜରାଜଙ୍କର ସଙ୍କଟ ଟଳୁନି। ଡେଡ୍ ଲାଇନ୍ ପୁରିଛି କିନ୍ତୁ କାମ ସରିନି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ବି ଏଠି କାଟୁ କରୁନି। ୨୦୧୮ ଡିସେମ୍ବରରେ ଥିବା ଡେଡ୍‌ଲାଇନ୍‌ ୨୦୨୦ରେ ପୂରଣ ହେବ କି ନାହିଁ ତାହା କହିବା ମୁସ୍କିଲ। ଏଭଳି ସ୍ଥଳେ ବିଦ୍ୟୁତ୍‌ ଆଘାତରେ ହେଉ କିମ୍ବା ଟ୍ରେନ୍ ଧକ୍କାରେ ଅକାଳରେ ଯାଉଛି ଗଜରାଜଙ୍କ ଜୀବନ।  ସମସ୍ୟାର ସମାଧାନ କରିବାକୁ ରେଳ ଓ ବିଜୁଳି ବିଭାଗ ସହ ବୈଠକ କରିଛି ବନ ବିଭାଗ। ହାତୀ ଚଳପ୍ରଚଳ ଅଞ୍ଚଳରେ ଟ୍ରେନ୍ ଲାଇନ୍‌ରେ ଅଣ୍ଡର ପାସ୍ କରିବାକୁ ବନ ବିଭାଗକୁ ପ୍ରସ୍ତାବ ଦେଇଛି ରେଳ ବିଭାଗ ।

ହାତୀ ଚଳପ୍ରଚଳ ସମୟରେ ଟ୍ରେନ୍‌ର ବେଗ କମ୍ କରିବାକୁ ବନ ବିଭାଗର ରହିଛି ନିର୍ଦ୍ଦେଶ। କିନ୍ତୁ ଘଣ୍ଟାପ୍ରତି ଟ୍ରେନର ବେଗ ପ୍ରାୟ ୪୦/୫୦ କିଲୋମିଟରରୁ କମ୍ କରିବାକୁ ବନ ବିଭାଗ ଦେଉଥିବା ନିର୍ଦ୍ଦେଶ ରେଳ ବିଭାଗର ଅକଲ ଗୁଡୁମ୍ କରି ଦେଇଛି। କାରଣ ଧୀରେ ଧୀରେ ଟ୍ରେନ୍ ଯିବା ଦ୍ୱାରା ସମୟ ବରବାଦ୍ ହେଉଛି। ପାସେଞ୍ଜର ଓ ମାଲବାହୀ ଟ୍ରେନ୍ କମ୍ ଦୂରତ୍ୱକୁ ଅଧିକ ସମୟରେ ଅତିକ୍ରମ କରୁଛି।

ଏହା ଅନେକ ସମୟରେ ସମସ୍ୟା ଉପୁଜାଉଛି । ତେଣୁ ହାତୀଙ୍କ ସୁରକ୍ଷା ପାଇଁ ଟ୍ରେନ୍ ଟ୍ରାକର ଅଧିକ ଦୂରତା ନରଖି, କେମିତି କମ୍ ଦୂରତା ରଖିହେବ, ସେନେଇ ବନ ବିଭାଗକୁ ମତ ଦେଇଛି ରେଳ ବିଭାଗ । ସେହିଭଳି ଉତ୍ତମ ସମନ୍ୱୟ ରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ରେଳବାଇ କର୍ମଚାରୀଙ୍କୁ ନେଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମଧ୍ୟ କରାଯିବ ବୋଲି ଭୁବନେଶ୍ୱରରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଛି। ଗତ ଆଠ ବର୍ଷରେ ରାଜ୍ୟର ବିଭିନ୍ନ ସ୍ଥାନରେ ଟ୍ରେନ୍ ଧକ୍କାରେ ୨୪ ହାତୀଙ୍କ ମୃତ୍ୟୁ ହୋଇଛି। ତେଣୁ ଏହି ମୃତ୍ୟୁ  ସଂଖ୍ୟା କମ୍ କରିବାକୁ ବୈଠକରେ ଆଲୋଚନା ହୋଇଛି ।

୨୦୧୮ ମସିହା ଅକ୍ଟୋବର ୨୬ରେ ଢେଙ୍କାନାଳ ଜିଲା କମଳାଙ୍ଗ ଅଞ୍ଚଳରେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ୭ଟି ହାତୀଙ୍କ ମୃତ୍ୟୁ। ହୋଇଥିଲା। ଏହାପରେ ଜରୁରୀ ବୈଠକ ଡାକି ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ୨୦୧୮ ଡିସେମ୍ବର ସୁଦ୍ଧା ହାତୀ ଚଳପ୍ରଚଳ ରାସ୍ତାରେ ଝୁଲି ରହିଥିବା ତାରକୁ ଉପରକୁ ଉଠାଇବା ପାଇଁ ନିର୍ଦ୍ଦେଶ ରହିଥିଲା ।

୨୦୧୮ ସରି ୨୦୧୯ ସରିବାକୁ ବସିଲାଣି । କିନ୍ତୁ ଅନେକ ସ୍ଥାନରେ ଏବେ ବି ତାର ଝୁଲି ଗଜରାଜଙ୍କ ପାଇଁ ମରଣଯନ୍ତା ପାଲଟିଛି। ଏବେସୁଦ୍ଧା ମାତ୍ର ୩୦ରୁ ୪୦ ପ୍ରତିଶତ କାମ ଶେଷ ହୋଇଥିବାରୁ ବୈଠକରେ ଉଦ୍‌ବେଗ ପ୍ରକାଶ ପାଇଛି। ଅର୍ଥର ଅଭାବ ସାଙ୍ଗକୁ ଫୋନି ବାତ୍ୟା ଦ୍ୱାରା କାମ ପ୍ରଭାବିତ ହୋଇଥିବା ବିଜୁଳି ବିଭାଗ ପକ୍ଷରୁ କୁହାଯାଇଛି।  ତେବେ ଆସନ୍ତା ୨୦୨୦ ଶେଷ ସୁଦ୍ଧା ଏହି କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ଚିଫ୍ ୱାଇଲ୍ଡ ଲାଇଫ୍ ୱାର୍ଡେନ୍ ସୂଚନା ଦେଇଛନ୍ତି ।

Related story