ବାମ୍ଫୀରେ ଖସି ପଡ଼ିଲା ମାଈ ହାତୀ

କାମାକ୍ଷାନଗର(ରାକେଶ ଦେହୁରୀ): ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ ବାରୁଆଁ (କା) ପଞ୍ଚାୟତ ଜାମୁଝରାରେ ଥିବା ଖୋଲାକୂପ (ବାମ୍ଫୀ)ରେ ଏକ ମାଈହାତୀ ଖସି ପଡ଼ିଛି । ଗତକାଲି ରାତିରେ ହାତୀଟି ବାମ୍ଫୀରେ ପଡ଼ି ଯାଇଥିବା ଅନୁମାନ କରାଯାଉଛି। ଆଜି ସକାଳେ ସ୍ଥାନୀୟ ଲୋକେ ଦେଖିବା ପରେ  ବନବିଭାଗକୁ ଖବର ଦେଇଥିଲେ।

ଘଟଣାସ୍ଥଳରେ ବନ ବିଭାଗ ପହଞ୍ଚି ହାତୀକୁ ଉଦ୍ଧାର କରିବାକୁ ଚେଷ୍ଟା ଚଲାଇଛନ୍ତି। ଉକ୍ତ ହାତୀର ବୟସ ୪ ବର୍ଷ ହେବ ବୋଲି ରେଞ୍ଜର ବିଭୂଦାନନ୍ଦ ମିଶ୍ର ସୂଚନା ଦେଇଛନ୍ତି।